Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ED ରେଡ୍

National

ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ED ରେଡ୍

Ritu Das
Browse all articles by Ritu Das
·1 year ago·1 min read
ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ED ରେଡ୍

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୁଅଙ୍କ ଘରେ ଛାପା ମାରୁଛି ଇଡ଼ି। ଆଜି ସକାଳେ ମନି ଲଣ୍ଡରିଂ ମାମଲା ସହିତ ଜଡିତ କଥିତ ମଦ ଦୁର୍ନୀତିରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଇଡି ଟିମ୍ ସୋମବାର ଭୋର ସମୟରେ ଭିଲାଇରେ ଭୂପେଶ ବାଘେଲଙ୍କ ବାସଭବନ ଏବଂ ତାଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ଘରେ ଚଢାଉ କରିଛି। ଏହା ବ୍ୟତୀତ ଇଡ଼ି ଟିମ୍ ଅନ୍ୟ ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ନେଉଛି। ସୂଚନାନୁଯାୟୀ, ମନି ଲଣ୍ଡରିଂ ମାମଲା ସହିତ ଜଡିତ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅଙ୍କ ଘରେ ଚଢାଉ କରିଛି।


ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ପରେ, ତାଙ୍କର ବହୁ ସଂଖ୍ୟକ ସମର୍ଥକ ବାସଭବନରେ ପହଞ୍ଚି ଇଡି ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ଭୂପେଶ ବାଘେଲ ଇଡିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିଛନ୍ତି ଯେ, ଯେତେବେଳେ ସାତ ବର୍ଷ ଧରି କୋର୍ଟରେ ଚାଲିଥିବା ମିଥ୍ୟା ମାମଲା ଖାରଜ ହୋଇଗଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦଳ ଏକ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅଙ୍କ ଘରେ ଚଢାଉ କରୁଛି। ମଦ ଦୁର୍ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ଛତିଶଗଡ଼ର ୧୪ଟି ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଦେଖାଯାଉ ଏହି ଛାନଭିନରୁ ଇଡିକୁ କି ତଥ୍ୟ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ed-raids-former-cms-house-in-liquor-corruption-case | Argus News