ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ BMW ଜବତ କଲା ଇଡି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ BMW ଜବତ କଲା ଇଡି। ମନିଲଣ୍ଡରିଂ ମାମଲାରେ ନୋଟିସ ପରେ ଲାପତ୍ତା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ପୁଣି ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଚଢ଼ାଉ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ନପାଇବାରୁ କାଗଜପତ୍ର ସହ ତାଙ୍କ BMW ଜବତ କଲା ଇଡି। ତେବେ ୟା ଭିତରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଇଡିକୁ କରାଯାଇଥିବା ଏକ ଇମେଲ ସମ୍ବନ୍ଧରେ ମଧ୍ୟ ତଥ୍ୟ ବାହାରକୁ ଆସିଛି। ଏହି ମେଲରେ ତାଙ୍କୁ ଇଡି 31 ଜାନୁଆରୀ ଦିନ ଗୋଟାଏରେ ରାଞ୍ଚିସ୍ଥିତ ବାସଭବନରେ ଜେରା କରିପାରିବ ବୋଲି ସୂଚନା ରହିଛି।
ସେପଟେ ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ଛନ୍ଦିହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା RJD ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ସୋମବାର 10 ଘଣ୍ଟା ଜେରା କରିଛି ଇଡି। ଆରଜେଡି ମୁଖ୍ୟଙ୍କ ସହ ତାଙ୍କ ଝିଅ ମିସା ଭାରତୀ ମଧ୍ୟ ଉପସ୍ଥିତ ଥିଲେ। ଆଜି ଲାଲୁଙ୍କ ପୁଅ ତେଜସ୍ବୀଙ୍କୁ ମଧ୍ୟ ଇଡି କରିବ ଜେରା। ଦୁର୍ନୀତିରେ ଯୋଡି ହୋଇଥିବା ନେତାଙ୍କ ବିରୋଧରେ କଠୋର ହୋଇଛନ୍ତି ମୋଦି ସରକାର।
ଅଧିକ ପଢନ୍ତୁ ଭାରତ ଖବର
