Videos
|
National

Educate girls NGO ସଂସ୍ଥାକୁ ମିଳିଲା ସମ୍ମାନଜନକ ମାଗାସେସେ ଆଓ୍ବାର୍ଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
Educate girls NGO ସଂସ୍ଥାକୁ ମିଳିଲା ସମ୍ମାନଜନକ ମାଗାସେସେ ଆଓ୍ବାର୍ଡ

Key Points

ଭାରତୀୟ ଏନଜିଓ ଏଜୁକେଟ ଗାର୍ଲସକୁ ମିଳିଲା ସମ୍ମାନଜନକ ମାଗାସେସେ ଆୱାର୍ଡ

ଅଧାରୁ ପାଠ ଛାଡିଥିବା ୨୦ ଲକ୍ଷରୁ ଅଧିକ ଝିଅଙ୍କୁ ଶିକ୍ଷିତ କଲାଣି ସୋଫିଆ ହୁସେନଙ୍କ ସଂସ୍ଥା

ଦେଶର ୩୦ ହଜାର ଗାଁରେ ଚାଲିଛି ଅଭିଯାନ

ଭାରତୀୟ ଏନଜିଓ ଏଜୁକେଟ୍ ଗାର୍ଲସକୁ ମିଳିଲା ସମ୍ମାନଜନକ ମାଗାସେସେ ଆଓ୍ବାର୍ଡ। ସୋଫିଆ ହୁସେନଙ୍କ ଦ୍ବାରା ପ୍ରତିଷ୍ଠିତ ଏଜୁକେଟ ଗାର୍ଲସ ବର୍ତ୍ତମାନ ସୁଦ୍ଧା 20 ଲକ୍ଷରୁ ଅଧିକ ଝିଅଙ୍କୁ ଶିକ୍ଷା ସହିତ ଜୋଡିଛି। ରାଜସ୍ଥାନରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ବର୍ତ୍ତମାନ ଦେଶର 30 ହଜାରରୁ ଅଧିକ ଗାଁରେ ପହଞ୍ଚି ସାରିଲାଣି। ମନିଲାରେ ରବିବା ଦିନ ଘୋଷଣା ହୋଇଥିବା ମାଗାସେସେ ଆଓ୍ବାର୍ଡ ସୂଚୀରେ ସାମିଲ କରାଯାଇଛି।


ପ୍ରଥମ ଥର ଲାଗି ଭାରତର କୌଣସି ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯିବ। ମାଗାସେସେ ଆଓ୍ବାର୍ଡକୁ ଏସିଆର ନୋବେଲ ପ୍ରାଇଜ ବୋଲି କୁହାଯାଏ। ଏଜୁକେଟ ଗାର୍ଲ ସଂସ୍ଥାକୁ 2007ରେ ସୋଫିଆ ହୁସେନ ଆରମ୍ଭ କରିଥିଲେ। ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିଚନ୍ତି। ଏହାପରେ ଆମେରିକାରେ ଚାକିରୀ କରିବା ପରେ ଭାରତ ଫେରି ଏହି ସଂସ୍ଥାକୁ ଆରମ୍ଭ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: