Videos
|
National

ହିନ୍ଦୀକୁ ନେଇ ବିବାଦ ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ହିନ୍ଦୀକୁ ନେଇ ବିବାଦ ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ

Key Points

ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଭାଷାର ସ୍ଵାଧୀନତା ରହିଛି । ଶିକ୍ଷାର୍ଥୀ ତାଙ୍କ ପସନ୍ଦର ଭାଷାରେ ପଢ଼ି ପାରିବେ ।

ଭାଷା ଲଦି ଦେବାର କୌଣସି ପ୍ରଶ୍ନ ହିଁ ନାହିଁ । କିନ୍ତୁ ବିଦେଶୀ ଭାଷା ଉପରେ ଅତ୍ୟଧିକ ନିର୍ଭରତା ନିଜ ମାତୃଭାଷା ଠାରୁ ଦୂରେଇ ରଖୁଛି ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ (NEP) ଏହାକୁ ଠିକ୍ କରିବା ପାଇଁ ପ୍ରୟାସ କରୁଛି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଶୁକ୍ରବାର ଚିଠିରେ ଏ କଥା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଲେଖିଛନ୍ତି, ଜାତୀୟ ଶିକ୍ଷା ନୀତିର ପ୍ରୟୋଗକୁ ଦୂରଦୃଷ୍ଟିର ସହ ଦେଖିବା ଉଚିତ୍ । ରାଜନୈତିକ ଲାଭ ପାଇଁ ଏହି ପ୍ରଗତିଶୀଳ ନୀତିର ବିରୋଧ କରିବା ଅନୁଚିତ୍ । ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ଲେଖିଛନ୍ତି, ଭାଷାକୁ ଲଦିବା ପାଇଁ ଶିକ୍ଷା ନୀତି ହୋଇ ନାହିଁ । ଅନେକ ଅଣ ବିଜେପି ଶାସିତ ରାଜ୍ୟରେ ରାଜନୈତିକ ମତଭେଦ ପରେ ବି ଜାତୀୟ ଶିକ୍ଷା ନୀତିର ପ୍ରଗତିଶୀଳ ନୀତି ଲାଗୁ ହୋଇଛି । NEP-୨୦୨୦ର ଉଦ୍ଦେଶ୍ୟ ଭାଷାକୁ ବ୍ୟାପକ କରିବା, ସଂକୀର୍ଣ୍ଣ ନୁହେଁ ।


ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଭାଷାର ସ୍ଵାଧୀନତା ରହିଛି । ଶିକ୍ଷାର୍ଥୀ ତାଙ୍କ ପସନ୍ଦର ଭାଷାରେ ପଢ଼ି ପାରିବେ । ତେବେ ଜାତୀୟ ଶିକ୍ଷା ନୀତିକୁ ରାଜନୈତିକ ଉଦ୍ଦେଶ୍ୟ ରଖି ତାମିଲନାଡ଼ୁର ଶାସକ ଡିଏମ୍‌କେ ଲଗାତାର ବିରୋଧ କରି ଆସୁଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡ଼ୁ ସଂସ୍କୃତି ଓ ଭାଷାକୁ ବିଶ୍ଵରେ ପ୍ରମୋଟ କରିବାକୁ ଚାହୁଁଛନ୍ତି । କିନ୍ତୁ ଅନୁରୋଧ ଶିକ୍ଷା କ୍ଷେତ୍ରରେ ରାଜନୀତି ନ କରନ୍ତୁ । ଏହା ପୂର୍ବରୁ ଗୁରୁବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ଏନ୍‌ଇପି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ।

ଭାଷାକୁ ନେଇ ତାମିଲନାଡ଼ୁ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୁଦ୍ଧା ଚାଲିଥିବା ବେଳେ ମାର୍ଚ୍ଚ ୧ରୁ ବିଦେପି ଆରମ୍ଭ କରିବ ୩ ଲ୍ୟାଙ୍ଗୁଏଜ୍ କ୍ୟାମ୍ପେନ୍ । ଆସନ୍ତା ବର୍ଷ ତାମିଲନାଡ଼ୁ ବିଧାନସଭା ଲାଗି ଭୋଟ୍ ହେବାକୁ ଥିବା ବେଳେ ବିଜେପି ପ୍ରଥମଥର ରାଜ୍ୟ ଦଖଲ କରିବାକୁ ଅଣ୍ଟା ଭିଡ଼ିଛି । ୨୦୧୬ରେ ବିଜେପି ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେଇ ସବୁଠି ହାରିଥିଲା । ୨୦୨୧ରେ ୨୦ ଆସନରେ ଦଳ ପ୍ରାର୍ଥୀ ଦେଇଥିବା ବେଳେ ୪ଟିରେ ବିଜୟୀ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Minister Dharmendra Pradhan In Hindi Row | Argus News