Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ରାହୁଲ ଗାନ୍ଧୀ ପ୍ରଥମେ ପରୀକ୍ଷା ବ୍ୟବସ୍ଥାର ମୌଳିକ ଜ୍ଞାନ ହାସଲ କରନ୍ତୁ'

National

'ରାହୁଲ ଗାନ୍ଧୀ ପ୍ରଥମେ ପରୀକ୍ଷା ବ୍ୟବସ୍ଥାର ମୌଳିକ ଜ୍ଞାନ ହାସଲ କରନ୍ତୁ'

Smruti Parija
Browse all articles by Smruti Parija
·1 year ago·2 min read
'ରାହୁଲ ଗାନ୍ଧୀ ପ୍ରଥମେ ପରୀକ୍ଷା ବ୍ୟବସ୍ଥାର ମୌଳିକ ଜ୍ଞାନ ହାସଲ କରନ୍ତୁ'

Key Points

  • ଲୋକସଭାରେ ରାହୁଲଙ୍କୁ ଧର୍ମେନ୍ଦ୍ରଙ୍କ କଡା ଜବାବ୍
  • ରାହୁଲ ଗାନ୍ଧୀ ପ୍ରଥମେ ପରୀକ୍ଷା ବ୍ୟବସ୍ଥାର ମୌଳିକ ଜ୍ଞାନ ହାସଲ କରନ୍ତୁ

ଅର୍ଗସ ବ୍ୟୁରୋ: ନିଟ୍ -ୟୁଜି ବିବାଦ ପୁରା ଦେଶରେ ହଇ ଚଇ ସୃଷ୍ଟି କରିଥିବାବେଳେ ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଲୋକସଭାରେ ବେଶ କିଛି ସମୟ ଗର୍ଜିଥିଲେ । ତାଙ୍କ କଥାରେ ସହମତି ଜଣାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ସରକାରଙ୍କୁ ଘେରିଥିଲେ । 

ସମସ୍ତଙ୍କ ଅଭିଯୋଗକୁ ଶୁଣିବା ପରେ ଗୋଟି ଗୋଟି କରି ଉତ୍ତର ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କ ଭଳି ନେତା ପରୀକ୍ଷା ବ୍ୟବସ୍ଥାର ବାସ୍ତବତାକୁ ବୁଝିପାରୁନାହାନ୍ତି । ଏବଂ ଅତ୍ୟନ୍ତ ବେପରୁଆ ମନ୍ତବ୍ୟ ଦେଉଛନ୍ତି । ୟୁପିଏ ଶାସନ କାଳରେ ପେପର ଲିକ୍ ସଂପର୍କରେ ଆଲୋଚନା ହେଲେ ସେମାନଙ୍କ ଦୟନୀୟ ସ୍ଥିତି ସାମନାକୁ ଆସିଯିବ । 

2010ର କପି ରୋକିବା ଆଇନ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ ଶିକ୍ଷାମନ୍ତ୍ରୀ । ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ 2010 ମସିହାରେ 3ଟି ଆଇନ ଆଣିଥିଲେ କେନ୍ଦ୍ର ସରକାର । ଏଥିରୁ ଗୋଟିଏ ଥିଲା ପ୍ରୋହିବିସନ୍ ଅଫ୍ ଅନ୍ ଫେୟାର ପ୍ରାକ୍ଟିସ୍ ବିଲ୍ । ଯାହାର ଉଦ୍ଦେଶ୍ୟ ଥିଲା ଶିକ୍ଷାନୁଷ୍ଠାନରେ ପରୀକ୍ଷାରେ କପି ରୋକିବା । କିନ୍ତୁ କାହା ଚାପରେ ପଡ଼ି ଏହି ବିଲକୁ ପ୍ରତ୍ୟାହାର କରିନେଇଥିଲେ ୟୁପିଏ ସରକାର ସେ କଥା କହିବେ କି ?  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଉଁ ବାଧ୍ୟତାମୂଳକ ଚାପରେ ଏବଂ କେଉଁ କାରଣରୁ କଂଗ୍ରେସ ଅନିୟମିତତା ରୋକିବା ପାଇଁ ବିଲ୍ ଆଣିବାକୁ ମନା କରିଥିଲା ତାହା ବିରୋଧୀ ଦଳ କହିପାରିବ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀ ପରୀକ୍ଷା ପରିଚାଳନାର ମୌଳିକ ଜ୍ଞାନ ମଧ୍ୟ ହାସଲ କରିନାହାନ୍ତି । ଏବଂ କଂଗ୍ରେସ ସରକାର ଶିକ୍ଷାନୁଷ୍ଠାନରେ ଅନିୟମିତତା ରୋକିବା ପାଇଁ ବିଲ୍ କୁ କାର୍ଯ୍ୟକାରୀ କରିବା ପାଇଁ କାହିଁକି ପଛଘୁଞ୍ଚା ଦେଇଥିଲା ସେ ଦିଗରେ ମଧ୍ୟ ଦୃଷ୍ଟିପାତ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । 

ଗତ 7 ବର୍ଷ ମଧ୍ୟରେ ପେପର୍ ଲିକ୍ ହେବାର କୌଣସି ପ୍ରମାଣ ମିଳି ନାହିଁ । ନିଟ୍-ୟୁଜି ବିବାଦରେ ସରକାରଙ୍କର କିଛି ଲୁଚାଇବାର ନାହିଁ । ଆମେ ସୁପ୍ରିମକୋର୍ଟରେ ସବୁ ତଥ୍ୟ ଦାଖଲ କରିଛୁ । ଏବଂ ଯେ କୌଣସି ଆଲୋଚନା ପାଇଁ ଗୃହ ପ୍ରସ୍ତୁତ ଅଛି ବୋଲି ସଫା ସଫା କହିଛନ୍ତି ଧର୍ମେନ୍ଦ୍ର । 

ଅନ୍ୟପଟେ NEET-UG ପରୀକ୍ଷା ବିବାଦକୁ ନେଇ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ NTA ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ । ପୁନଃ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଫଳରେ ପୁନଃ ନିଟ୍ ପରୀକ୍ଷା ହେବ ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଆହୁରି ପଢନ୍ତୁ ଭାରତ ଖବର...

Sponsored
education-minister-dharmendra-pradhan-targets-rahul-gandhi-about NEET-UG Exam Issue | Argus News