Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଗିଡିଲା ଲୋକପ୍ରିୟ ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ବିଗିଡିଲା ଲୋକପ୍ରିୟ ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ:  ବିଗିଡିଲା ବିହାରର ଲୋକପ୍ରିୟ ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା । ଡିହାଇଡ୍ରେସନ୍ ଓ ଜ୍ୱର ହେବାରୁ ତାଙ୍କୁ ପ୍ରଭାତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭୦ତମ ବିପିଏସସି ପରୀକ୍ଷାର ନିୟମ ପରିବର୍ତ୍ତନକୁ ବିରୋଧ କରି ଡିସେମ୍ବର ୬ ତାରିଖରେ ଖାନ୍ ସାର୍ ଛାତ୍ରଛାତ୍ରୀଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାରଠାରୁ ବିପିଏସସି ପରୀକ୍ଷାର୍ଥୀଙ୍କ ସମର୍ଥନରେ ବିକ୍ଷୋଭରେ ସାମିଲ ହୋଇଥିଲେ ଖାନ ସାର୍  । ଏହି ପ୍ରତିବାଦ ସମୟରେ ପୋଲିସ ଲାଠିଚାର୍ଜ କରିଥିଲା । ଆଜି ପୁଣି ଖାନ୍ ଗ୍ଲୋବାଲ ଷ୍ଟଡିର ଟ୍ୱିଟର ହ୍ୟାଣ୍ଡେଲରୁ ଫେକ୍ ପୋଷ୍ଟ କରିବା ସହ ଛାତ୍ରଙ୍କୁ ମତାଇବା ଅଭିଯୋଗରେ ଖାନ୍ ସାରଙ୍କ ବିରୋଧରେ ମାମଲା ମଧ୍ୟ ଦାଏର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Educator and YouTuber Faizal Khan, famously known as Khan Sir, was taken to hospital as he fell sick after protesting with BPSC aspirants. | Argus News