Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରିଲ୍ସ ପାଇଁ ପାଗଳାମି! ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ

National

Viral Video / ରିଲ୍ସ ପାଇଁ ପାଗଳାମି! ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ

Ritu Das
Browse all articles by Ritu Das
·2 months ago·2 min read
ରିଲ୍ସ ପାଇଁ ପାଗଳାମି! ବୃଦ୍ଧଙ୍କୁ ବସ୍ତାରେ ଭରି କୋରିଅର କରିଦେଲେ
India

Key Points

ଲୋକ ରିଲ୍ସ କରିବାପାଇଁ କେଉଁ ସ୍ତରକୁ ଯାଉଛନ୍ତି ତାହା ଆପଣ ବି ବିଶ୍ବାସ କରିପାରିବେନି। କିଛି ଲୋକ ଫେମସ ହେବାପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି।
ଲୋକଙ୍କୁ ଆକର୍ଷିତ କରିବାପାଇଁ ତୁମେ କଣ କଣ କରିପାରିବ। ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ। ଲୋକ ରିଲ୍ସ କରିବାପାଇଁ କେଉଁ ସ୍ତରକୁ ଯାଉଛନ୍ତି ତାହା ଆପଣ ବି ବିଶ୍ବାସ କରିପାରିବେନି। କିଛି ଲୋକ ଫେମସ ହେବାପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ବସ୍ତା ଭିତରେ ଭର୍ତ୍ତି କରି କୋରିଅର ଅଫିସକୁ ନେଇ ଯେତେବେଳେ ମାଙ୍ଗାଲୁରୁକୁ ପାର୍ସଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ସେ ହେଉଛନ୍ତି ପୁଣି ମହିଳାଙ୍କ ବାପା।

ତେବେ ଉଗାଦି ଏବଂ ଇଦ୍-ଉଲ୍-ଫିତର ପୂର୍ବରୁ ବସ୍ ଭଡ଼ା ବୃଦ୍ଧି ବିରୋଧରେ ପ୍ରତିବାଦ କରିବା ପାଇଁ ଏକ ପରିବାର ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନାମୁତାବକ, ମଙ୍ଗଳବାର ସନ୍ଧ୍ୟାରେ, ପରିବାର ଭୟାଲିକାଭଲ ପୋଲିସ ଷ୍ଟେସନ ସୀମା ମଧ୍ୟରେ ଅବସ୍ଥିତ ଏକ ଘରୋଇ କୋରିଅର ସେବା କେନ୍ଦ୍ରରେ ପହଞ୍ଚି କହିଥିଲେ ଯେ ସେମାନେ ଘରୋଇ ଏବଂ ସରକାରୀ ବସ୍ ଉଭୟର ବର୍ଦ୍ଧିତ ଭଡ଼ା ବିଷୟରେ ଜନସଚେତନତା ବୃଦ୍ଧି କରିବା ପାଇଁ ଏକ “ମାନବ ପାର୍ସଲ” ପଠାଇବାକୁ ଚାହାଁନ୍ତି। ଏହି ଅନୁରୋଧରେ ଆଶ୍ଚର୍ଯ୍ୟ ହୋଇ, କୋରିଅର କର୍ମଚାରୀମାନେ ତୁରନ୍ତ ପୋଲିସକୁ ସତର୍କ କରାଇଥିଲେ।

ପଚରାଉଚରା ସମୟରେ, ବ୍ୟକ୍ତିଙ୍କ ଝିଅ ପୋଲିସକୁ ବୁଝାଇଥିଲେ ଯେ, ଏ ସମସ୍ତ କାର୍ଯ୍ୟ ବିରୋଧ ପ୍ରଦର୍ଶନ ଭାବରେ ଏବଂ ସୋସିଆଲ ମିଡିଆରେ ଏକ ଭିଡିଓ ତିଆରି କରିବା ପାଇଁ କରାଯାଇଥିଲା। ସେମାନଙ୍କ କ୍ରୋଧକୁ ନାଟକୀୟ କରିବା ପାଇଁ, ପରିବାର ଲୋକେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ବସ୍ତା ଭିତରେ ବନ୍ଦ କରି ରଖିଥିଲେ ଏବଂ ଷ୍ଟଣ୍ଟର ଅଂଶ ଭାବରେ ତାଙ୍କୁ କୋରିଅର କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି।
ପରେ ସେମାନେ ସ୍ବୀକାର କରିଛନ୍ତି ଏଭଳି କରିବାଦ୍ବାରା ବ୍ୟକ୍ତି ଜଣକ ବସ୍ତା ଭିତରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଆରମ୍ଭ କରିଥିଲେ। ତେବେ ଆଜିକାଲି ରିଲ୍ସର କ୍ରେଜ ସମସ୍ତଙ୍କ ମୁଣ୍ଡରେ ଚଡ଼ିଛି । କିଛି ଲୋକ ଭ୍ୟୁଜ ପାଇଁ ଏଭଳି ଅଜବ-ଗଜବ କାଣ୍ଡ କରନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏପରିକି ଭ୍ୟୁଜ ନିଶାରେ ନିଜ ଜୀବନକୁ ବାଜିରେ ଲଗାଇବା ସହିତ ଅନ୍ୟ ଜୀବନକୁ ବି ବିପଦରେ ପକାଇଥାନ୍ତି ।

ଏଥିସହ ପଢ଼ନ୍ତୁ: ଟ୍ରେନରେ ମହିଳାଙ୍କ ଭୟଙ୍କର ମାରାମାରି, ଭିଡିଓ ଭାଇରାଲ ଦେଖନ୍ତୁ




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reels Craze Turns Dangerous: Elderly Man Stuffed in Sack, Shocking Courier Prank Sparks Outrage | Argus News