ଏସିଡ ପୀଡ଼ିତା `କାଫୀ' , +୨ରେ ଟପ୍ପର

Key Points
3 ବର୍ଷର କୋମଳମତି ବୟସରେ କାଫି ଉପରେ ଏସିଡ଼ ଆଟାକ ହେଲା, ଚେହେରା ଜଳିଗଲା, ଦୃଷ୍ଟିଶକ୍ତି ବି ହରାଇବାକୁ ପଡ଼ିଲା।
ହେଲେ ଏହି ଏସିଡ଼, ସ୍ଵପ୍ନ ଓ ଦୃଢ଼ ମନୋବଳକୁ ଜଳାଇ ପାରିଲା ନାହିଁ।
ଚଣ୍ଡିଗଡ଼ର ସେକ୍ଟର-୨୬ରେ ଥିବା ବ୍ଲାଇଣ୍ଡ ସ୍କୁଲରେ ପଢ଼ୁଥିବା କାଫି ସିବିଏସଇ ଦ୍ଵାଦଶ ଶ୍ରେଣୀରେ 95.6% ମାର୍କ ରଖି ଟପ୍ପର ହୋଇଛନ୍ତି ।
ମନୋବଳ ଦୃଢ଼ ଥିଲେ,ଯେତେ ବଡ଼ ସମସ୍ୟା ଆସୁନା କାହିଁକି ମନୁଷ୍ୟ ତାହାର ସାମ୍ନା କରିପାରିବ, ଯାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ହିସ୍ସାରର ଏହି ମେଧାବୀ ଛାତ୍ରୀ ଜଣକ। ଯିଏ ଟପ୍ପର ହେବା ସହ ସଂଘର୍ଷର ଏକ ନୂଆ କାହାଣୀ ଲେଖିଛନ୍ତି।
3 ବର୍ଷର କୋମଳମତି ବୟସରେ କାଫି ଉପରେ ଏସିଡ଼ ଆଟାକ ହେଲା, ଚେହେରା ଜଳିଗଲା, ଦୃଷ୍ଟିଶକ୍ତି ବି ହରାଇବାକୁ ପଡ଼ିଲା। ହେଲେ ଏହି ଏସିଡ଼, ସ୍ଵପ୍ନ ଓ ଦୃଢ଼ ମନୋବଳକୁ ଜଳାଇ ପାରିଲା ନାହିଁ। ଚଣ୍ଡିଗଡ଼ର ସେକ୍ଟର-୨୬ରେ ଥିବା ବ୍ଲାଇଣ୍ଡ ସ୍କୁଲରେ ପଢ଼ୁଥିବା କାଫି ସିବିଏସଇ ଦ୍ଵାଦଶ ଶ୍ରେଣୀରେ 95.6% ମାର୍କ ରଖି ଟପ୍ପର ହୋଇଛନ୍ତି । ଏହାପୂର୍ବରୁ ଦଶମ ପରୀକ୍ଷାରେ ବି ୯୫.୨% ମାର୍କ ରଖି ପ୍ରଥମ ହୋଇଥିଲେ। ଏହା କେବଳ ତାଙ୍କ ପରିଶ୍ରମକୁ ନୁହେଁ ବରଂ ଦୃଢ଼ ଇଛାଶକ୍ତିର ବି ପ୍ରମାଣ ଦିଏ।
📱 Get Argus News App
✨ସିବିଏସଇ ଦ୍ବାଦଶ ଶ୍ରେଣୀରେ ଚଣ୍ଡିଗଡ଼-ହିସ୍ସାର ଟପ୍ପର ହୋଇଥିବା କାଫି Institute For The Blindର ବିଦ୍ୟାର୍ଥି। ଅଡିଓ ବୁକ୍ସ ଓ ୟୁଟ୍ୟବରୁ ନିଜର ପଢ଼ାପଢ଼ି କରୁଥିବା କାଫି ଦିଲ୍ଲୀ ୟୁନିଭରସିଟି ପଲିଟିକାଲ ସାଇନ୍ସରେ ଗ୍ରାଜୁଏଶନ କରିବାର ସ୍ଵପ୍ନ ଦେଖନ୍ତି । ଭବିଷ୍ୟତରେ ସେ ଆଇଏଏସ୍ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି।
୩ ବର୍ଷ ବୟସରେ ଏସିଡ଼ ଆକ୍ରମଣର ଶିକାର ହୋଇଥିଲେ `କାଫି'
୧୭ ବର୍ଷର କାଫିଙ୍କର କାହାଣୀ କୌଣସି ପ୍ରେରଣା ଠାରୁ କମ ନୁହେଁ। ମାତ୍ର ୩ ବର୍ଷ ବୟସରେ ପାରିବାରିକ କଳହ କାରଣରୁ ପଡ଼ୋଶୀ ତାଙ୍କ ଉପରେ ଏସିଡ଼ ପକାଇ ଚାଲିଗଲେ, ଯାହା ପରେ ସେ ସବୁ ଦିନ ପାଇଁ ଦୃଷ୍ଟିଶକ୍ତି ହରାଇ ବସିଲେ। ଦିଲ୍ଲୀ ଏମ୍ସରେ ଅନେକ ବର୍ଷ ଯାଏଁ କାଫିର ଚିକିତ୍ସା ଚାଲିଲା । ୨୦୧୬ରେ ସ୍କୁଲରେ ଆଡ଼ମିଶନ ନେଲେ କାଫି ଓ ତାଙ୍କ ବାପା-ମା ୨୦୧୮ରେ ଭଲ ପାଠ ପଢ଼ା ପାଇଁ ତାଙ୍କୁ ଚଣ୍ଡିଗଡ଼ ନେଇ ଆସିଲେ।
ସଚିବାଳୟରେ ପିଅନ କାମ କରନ୍ତି କାଫିଙ୍କ ବାପା
କାଫିଙ୍କ ବାପା ହରିୟାଣା ସଚିବାଳୟରେ ପିଅନ ଭାବେ କାମ କରନ୍ତି ଓ ମା ସୁମନ ଜଣେ ଗୃହିଣୀ। କାଫିଙ୍କ ବାପା-ମା ଦୁହେଁ ପଂଚମ ପାସ ହେଲେ କାଫିର ପଢ଼ାପଢ଼ିରେ ଉଚ୍ଚାଭିଳାଷକୁ ସବୁବେଳେ ସର୍ମଥନ କରିଆସିଛନ୍ତି । କାଫି ଭଲ ପାଠ ପଢ଼ନ୍ତି ସେଥିପାଇଁ ତାଙ୍କୁ ୧୦ବର୍ଷ ବୟସରେ ସିଧାସଳଖ ଷଷ୍ଠ ଶ୍ରେଣୀରେ ଆଡ଼ମିଶନ ମିଳିଗଲା। ପ୍ରଥମେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ିଲାବେଳେ କିଛି ସମସ୍ୟାର ସାମନା କରିଥିଲେ କାଫି ଯାହା ପରେ ସେଲ୍ଫ ଷ୍ଟଡିଜ କରିବା ଦ୍ଵାରା ସବୁ ସରଳ ହୋଇଗଲା। ଏବେ କାଫି କୁହନ୍ତି ତାଙ୍କୁ ଆଇଏଏସ ହେବାର ଅଛି ସେଥିପାଇଁ ସେ ସକାଳ-ସନ୍ଧ୍ୟା ଉଭୟ ସମୟରେ ୨-୩ ଘଣ୍ଟା ପାଠ ପଢ଼ନ୍ତି।
ନ୍ୟାୟ ପାଇଁ ଏବେ ବି ସଂଘଷ ଜାରି ରଖିଛନ୍ତି କାଫି
କାଫି ସହ ହୋଇଥିବା ଅନ୍ୟାୟ ବିରୁଦ୍ଧରେ ତାଙ୍କ ବାପା-ମା ୨୦୧୮ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପିଟିଶନ ଫାଇଲ କରିଥିଲେ। ୨୦୨୦ରୁ ଏହି କେସ ଚାଲିଛି। କାଫିଙ୍କ କହିବା କଥା ନ୍ୟାୟ ପାଇଁ ଲଢ଼େଇ ଏବେ ବି ଜାରି ଅଛି। ମୁଁ ପାଠପଢ଼ା ଭଲ ଭାବେ କରୁଛି ଯାହା ଦ୍ଵାରା ମୁଁ ଦିନେ ନିଜ ପାଇଁ ଓ ମୋ ଭଳି ଅନ୍ୟମାନଙ୍କ ପାଇଁ ସ୍ଵର ଉଠାଇ ତାଙ୍କୁ ନ୍ୟାୟ ପ୍ରଦାନ କରିପାରିବି। କାଫିର ଏହି ସଫଳତା ସେହି ସବୁ ବିଦ୍ୟାର୍ଥୀଙ୍କ ପାଇଁ ଏକ ପ୍ରେରଣା ଯିଏ ସଙ୍କଟରୁ ହାରି ନ ଯାଇ ତାକୁ ସାମନା କରିବାର ସାହାସ ବି ରଖନ୍ତି ଓ ଜୀବନରେ ଜିତିବାର ମନ୍ତ୍ର ସହ ଆଗକୁ ବଢ଼ିଚାଲନ୍ତି।