Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Trading Scam / ଟ୍ରେଡିଂରେ ବୃଦ୍ଧଙ୍କ ଠାରୁ ୩୫ କୋଟି ଠକିନେଲେ: ୪ ବର୍ଷ ଧରି ସ୍କାମର ଶିକାର ହୋଇ ଚାଲିଥିଲେ

Ritu Das
Browse all articles by Ritu Das
·7 months ago·3 min read
ଟ୍ରେଡିଂରେ ବୃଦ୍ଧଙ୍କ ଠାରୁ ୩୫ କୋଟି ଠକିନେଲେ: ୪ ବର୍ଷ ଧରି ସ୍କାମର ଶିକାର ହୋଇ ଚାଲିଥିଲେ

Key Points

ମୁମ୍ବାଇର ଜଣେ ୭୨ ବର୍ଷୀୟ ବୃଦ୍ଧ ଟ୍ରେଡିଂ ସ୍କାମରେ ୩୫ କୋଟି ହରାଇଛନ୍ତି । ଏହି ଘଟଣା ତାଙ୍କୁ ଭୟଙ୍କର ମାନସିକ ଆଘାତ ଦେଇଛି । ଦୀର୍ଘ ୪ ବର୍ଷ ଧରି ତାଙ୍କ ସହିତ ସ୍କାମ୍ ହେଉଥିବା ବେଳେ ଏ ନେଇ ସେ ଜାଣି ନ ଥିଲେ।
ମୁମ୍ବାଇର ଜଣେ ୭୨ ବର୍ଷୀୟ ବୃଦ୍ଧ ଟ୍ରେଡିଂ ସ୍କାମରେ ୩୫ କୋଟି ହରାଇଛନ୍ତି । ଏହି ଘଟଣା ତାଙ୍କୁ ଭୟଙ୍କର ମାନସିକ ଆଘାତ ଦେଇଛି । ଦୀର୍ଘ ୪ ବର୍ଷ ଧରି ତାଙ୍କ ସହିତ ସ୍କାମ୍ ହେଉଥିବା ବେଳେ ଏ ନେଇ ସେ ଜାଣି ନ ଥିଲେ। ମାତୁଙ୍ଗା ୱେଷ୍ଟ୍ ବାସିନ୍ଦା ଭାରତ ହରକଚନ୍ଦ ଶାହ ପୋଲିସକୁ ଅଭିଯୋଗ କରିଛନ୍ତି, ଗ୍ଲୋବାଲ କ୍ୟାପିଟାଲ ମାର୍କେଟ୍ ଲିଃ. ନାମକ ଏକ ବ୍ରୋକରେଜ୍ ସଂସ୍ଥା ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ବିନା ଅନୁମତିରେ ଟ୍ରେଡିଂ ନିମନ୍ତେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟର ସାହାଯ୍ୟ ନେଇଥିଲା ।

୧୯୮୪ ମସିହାରେ ବାପାଙ୍କ ଦେହାନ୍ତ ପରଠୁ ଶାହ ପତ୍ନୀଙ୍କ ସହିତ ମିଶି କର୍କଟ ରୋଗୀଙ୍କ ପାଇଁ କମ୍ ଭଡ଼ାରେ ଏକ ଗେଷ୍ଟ୍ ହାଉସର ପରିଚାଳନା କରୁଛନ୍ତି । କିନ୍ତୁ ଷ୍ଟକ୍ ମାର୍କେଟ୍ ବିଷୟରେ ଦମ୍ପତିଙ୍କର ଆଦୌ ଧାରଣା ନ ଥିବାରୁ ସେମାନେ କଦାପି ସକ୍ରିୟ ଟ୍ରେଡିଂ କରିନଥିଲେ । ୨୦୨୦ ମସିହାରେ ଶାହଙ୍କ ସହିତ ଟ୍ରେଡିଂ ଠକେଇ ଆରମ୍ଭ ହୋଇଥିଲା । ଜଣେ ବନ୍ଧୁଙ୍କ ପରାମର୍ଶରେ ଶାହ ନିଜ ପାଇଁ ଓ ପତ୍ନୀଙ୍କ ପାଇଁ ଗ୍ଲୋବ୍ କ୍ୟାପିଟାଲ ମାର୍କେଟ୍ସ ଲିଃ. ସହିତ ଏକ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ୍ ଖୋଲିଥିଲେ । ନିଜର ପୈତୃକ ଶେୟାର କମ୍ପାନିକୁ ଶେୟାର କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ସହ ବାର୍ତ୍ତାଳାପ ସିଧାସଳଖ ଥିଲା । କମ୍ପାନିର ପ୍ରତିନିଧିମାନେ ନିୟମିତ ଶାହଙ୍କୁ ସମ୍ପର୍କ କରି ଅନେକ ଆଶ୍ୱାସନା ଦେଇଥିଲେ । ଟ୍ରେଡିଂ ପାଇଁ କୌଣସି ଅତିରିକ୍ତ ନିବେଶ ଆବଶ୍ୟକ ହେବ ନାହିଁ ଏବଂ ସେହି ଶେୟାର୍ସବୁକୁ କୋଲାଟରାଲ୍ ଭାବେ ଉପଯୋଗ କରି ସୁରକ୍ଷିତ ଟ୍ରେଡିଂ କରାଯାଇ ପାରିବ ବୋଲି ସେମାନେ ତାଙ୍କୁ କହିଲେ।

ସେମାନେ ଆହୁରି କହିଲେ ଯେ କମ୍ପାନି ଦ୍ୱାରା ତାଙ୍କୁ ବ୍ୟକ୍ତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ । ଏହି ଆଳରେ ଅକ୍ଷୟ ବରିୟା ଓ କରନ ସିରୋୟା ନାମକ ଦୁଇଜଣ କର୍ମଚାରୀଙ୍କୁ ଶାହଙ୍କ ପୋର୍ଟଫୋଲିଓ ପରିଚାଳନା ଦାୟିତ୍ୱରେ ରଖାଗଲା । ସେମାନେ ଶାହ ଦମ୍ପତିଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଲେ । ଶାହଙ୍କ ଅଭିଯୋଗ ଅନୁସାରେ, ମାମଲା ଖୁବଶୀଘ୍ର ଗମ୍ଭୀର ହେବାକୁ ଲାଗିଲା । ଦୁଇ ପ୍ରତିନିଧି ପ୍ରଥମେ ତାଙ୍କୁ ପ୍ରତିଦିନ ଫୋନ୍ କରୁଥିଲେ ଏବଂ କେଉଁ ଅର୍ଡର୍ କରିବାକୁ ହେବ, ସେ ବିଷୟରେ ନିର୍ଦ୍ଦେଶ ଦେଉଥିଲେ । ଏହା ପରେ ସେମାନେ ତାଙ୍କ ଘରକୁ ଆସିବା ଏବଂ ତାଙ୍କ ଲାପଟପରୁ ଇମେଲ୍ ପଠାଇବା ଆରମ୍ଭ କଲେ । ତାଙ୍କୁ ବହଲାଇ ସମସ୍ତ ଆବଶ୍ୟକ ସୂଚନା ସେମାନେ ନେଇଥିଲେ ।

ଶାହ ପ୍ରତ୍ୟେକ ଓଟିପିକୁ ଏଣ୍ଟର୍ କରିଥିଲେ, ଖୋଲିଥିଲେ ଏବଂ ପ୍ରତ୍ୟେକ ମେସେଜ୍ ଓ ଇମେଲର ଜବାବ ଦେଇଥିଲେ । ଯାହା ସେ ଜାଣିବାକୁ ଚାହୁଁଥିଲେ, କେବଳ ସେତିକି ସୂଚନା ତାଙ୍କୁ ଦିଆଯାଉଥିଲା । କମ୍ପାନି ତାଙ୍କ ଆକାଉଣ୍ଟକୁ ପୂରା ନିୟନ୍ତ୍ରଣକୁ ନେଇଥିଲା । ତାଙ୍କ ଆକାଉଣ୍ଟ୍ ଜରିଆରେ ବ୍ୟାପକ ଅନଧିକୃତ ଟ୍ରେଡିଂ ଗତିବିଧି ଚାଲୁଥିଲା ବୋଲି ଶାହ ଜାଣିନଥିଲେ । ମାର୍ଚ୍ଚ ୨୦୨୦ରୁ ଜୁନ୍ ୨୦୨୪ ମଧ୍ୟରେ ତାଙ୍କୁ ମିଳୁଥିବା ବାର୍ଷିକ ବିବରଣୀରେ ନିରନ୍ତର ଲାଭ ପ୍ରଦର୍ଶିତ ହୋଇଥିଲା । ପ୍ରତି ବର୍ଷ ଏହିଭଳି ସ୍ପଷ୍ଟ ବିବରଣୀ ତାଙ୍କ ପାଖରେ ପହଞ୍ଚୁଥିଲା । ସେଥିପାଇଁ କୌଣସି ପ୍ରକାର ଭୁଲର ଆଶଙ୍କା ତାଙ୍କର ହୋଇନଥିଲା ।

ଜୁଲାଇ, ୨୦୨୪ରେ ଶାହଙ୍କ ଭ୍ରମ ଦୂର ହୋଇଗଲା । ଗ୍ଲୋବ୍ କ୍ୟାପିଟାଲର ରିସ୍କ ମ୍ୟାନେଜମେଣ୍ଟ୍ ବିଭାଗରୁ ତାଙ୍କ ପାଖକୁ ହଠାତ୍ ଏକ ଫୋନ୍ କଲ୍ ଆସିଲା । କୁହାଗଲା ଯେ ‘ଆପଣ ଓ ଆପଣଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୫ କୋଟି ଟଙ୍କାର ଡେବିଟ୍ ବାଲାନ୍ସ ହୋଇଛି । ତୁରନ୍ତ ଟଙ୍କା ପୈଠ କରିବାକୁ ପଡ଼ିବ, ନଚେତ୍ ଆପଣଙ୍କ ଶେୟାର୍ ବିକ୍ରି ହୋଇଯିବ । ଶାହ ଯେତେବେଳେ କମ୍ପାନିକୁ ଗଲେ, ତାଙ୍କ ଅଜାଣତରେ ଏକ ବଡ଼ ଧରଣର ଟ୍ରେଡିଂ ହୋଇଥିବା କୁହାଗଲା । ଅନେକ କୋଟି ମୂଲ୍ୟର ଶେୟାର ବିକ୍ରି ହୋଇଥିଲା ଏବଂ ଅସଂଖ୍ୟ ‘ସର୍କୁଲାର ଟ୍ରେଡ୍’ (ସମାନ ପକ୍ଷ ସହିତ କରାଯାଇଥିବା ନେଣଦେଣ) ଆକାଉଣ୍ଟକୁ ଋଣରେ ବୁଡ଼ାଇଥିଲା । ବଳକା ସମ୍ପତ୍ତି ହରାଇବାର ଧମକ ଶୁଣି ଶାହ ଅନିଚ୍ଛା ସତ୍ତେ୍ୱ ବାକି ଶେୟାର ବିକ୍ରି କରିଦେଲେ ଏବଂ ୩୫ କୋଟି ଋଣ ପରିଶୋଧ କଲେ । ବଳକା ଶେୟାରଗୁଡ଼ିକୁ ସେ ଏକ ଭିନ୍ନ କମ୍ପାନିକୁ ସ୍ଥାନାନ୍ତର କଲେ ।

ପରେ ସେ ଜାଣିବାକୁ ପାଇଲେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ କମ୍ପାନିକୁ ଏକାଧିକ ନୋଟିସ୍ ଯାଇଥିଲା। ତାଙ୍କ ନାଁ ବ୍ୟବହାର କରି କମ୍ପାନି ନୋଟିସଗୁଡ଼ିକର ଜବାଦ ଦେଇଥିଲା । କିନ୍ତୁ ତାଙ୍କୁ ଏ ବିଷୟରେ ଆଦୌ ସୂଚନା ଦିଆଯାଇନଥିବା ଶାହ କରିଛନ୍ତି । ପ୍ରକୃତ ଟ୍ରେଡିଂ ଇତିହାସ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ୪ ବର୍ଷ ଧରି କମ୍ପାନି ଶାହଙ୍କୁ ମିଛ ଚିତ୍ର ଦେଖାଇଥିଲା । ଶାହ ଏହାକୁ ସଂଗଠିତ ଆର୍ଥିକ ଠକେଇ ବୋଲି କହିଛନ୍ତି । ଭନରାଇ ଥାନାରେ ସେ ଏ ନେଇ ମାମଲା ରୁଜୁ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trading Scam | Elder Scammed of ₹35 Crore in 4-Year Trading Fraud Case | Argus News