|
logo
Live
Argus News App
GET APP

Argus News - ଭିଡିଓ ଦେଖିଲେ ଲୁହ ଅଟକିବନି: ପତ୍ନୀର ଯୁଇ ଜଳୁଥିବାବେଳେ ବୃଦ୍ଧ ସ୍ବାମୀ ଏମିତି କଲେ...

National

Emotional Viral Video / ଭିଡିଓ ଦେଖିଲେ ଲୁହ ଅଟକିବନି: ପତ୍ନୀର ଯୁଇ ଜଳୁଥିବାବେଳେ ବୃଦ୍ଧ ସ୍ବାମୀ ଏମିତି କଲେ...

Ritu Das
Browse all articles by Ritu Das
·2 months ago·2 min read
ଭିଡିଓ ଦେଖିଲେ ଲୁହ ଅଟକିବନି: ପତ୍ନୀର ଯୁଇ ଜଳୁଥିବାବେଳେ ବୃଦ୍ଧ ସ୍ବାମୀ ଏମିତି କଲେ...
india

Key Points

ଜଣେ ବୃଦ୍ଧ ତାଙ୍କ ପତ୍ନୀଙ୍କ ବିୟୋଗରେ ଏମିତି କାନ୍ଦୁଛନ୍ତି ଯାହାକୁ ଦେଖିଲେ ଆପଣ ବି କାନ୍ଦି ପକାଇବେ। ସତରେ ମିଛ ଦୁନିଆରେ ବେଳେବେଳେ ଏମିତି ଭଲ ପାଇବା ମିଳିଥାଏ ଯାହାକୁ ମଣିଷ ହରାଇବାକୁ କେବେ ଚାହେଁନାହିଁ। କିନ୍ତୁ ହରାଇବାକୁ ପଡ଼େ। 
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି କିନ୍ତୁ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଜ ଲୁହକୁ ଅଟକାଇ ପାରିବେନି। ସ୍ବାମୀ-ସ୍ତ୍ରୀର ସମ୍ପର୍କ ଅତ୍ୟନ୍ତ ନିବିଡ଼। ଜଣେ ଜଣଠୁ ଅଲଗା ହେଲେ ବଞ୍ଚିବା କେତେ ଯେ କଷ୍ଟ ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ। ଜଣେ ବୃଦ୍ଧ ତାଙ୍କ ପତ୍ନୀଙ୍କ ବିୟୋଗରେ ଏମିତି କାନ୍ଦୁଛନ୍ତି ଯାହାକୁ ଦେଖିଲେ ଆପଣ ବି କାନ୍ଦି ପକାଇବେ। ସତରେ ମିଛ ଦୁନିଆରେ ବେଳେବେଳେ ଏମିତି ଭଲ ପାଇବା ମିଳିଥାଏ ଯାହାକୁ ମଣିଷ ହରାଇବାକୁ କେବେ ଚାହେଁନାହିଁ। କିନ୍ତୁ ହରାଇବାକୁ ପଡ଼େ। 



ପତିପତ୍ନୀ ହୋଇ କେତେବର୍ଷ ଏକାଠି ରହିଲେ। ଶେଷରେ ଯୌବନରୁ ବୃଦ୍ଧାବସ୍ଥା ହେଲା। ଆଉ ପତ୍ନୀ ସ୍ବାମୀଙ୍କୁ ପ୍ରଥମେ ଛାଡ଼ି ଚାଲିଗଲେ। ଆଉ ସ୍ତ୍ରୀକୁ ନ ପାଇ ଭାଙ୍ଗପିପଡ଼ିଛନ୍ତି ଏଇ ବୃଦ୍ଧ ମଉସା ଜଣକ। ସତରେ ସମୟ କେଡେ ନିଷ୍ଠୁର। ସବୁ ଭାଇବନ୍ଧୁ କୁଟୁମ୍ବ ଚାରି କାନ୍ଧ ଦେଇ ବୃଦ୍ଧଙ୍କ ପତ୍ନୀଙ୍କୁ ଶ୍ମଶାନକୁ ନେଇଗଲେ। ପତ୍ନୀଙ୍କ ଯୁଇ ଜଳିଲା। କିନ୍ତୁ ବୃଦ୍ଧ ଜଣଙ୍କ ସ୍ତ୍ରୀଙ୍କୁ ଛାଡ଼ିକି ଯିବାକୁ ନାରାଜ। କଇଁ କଇଁ ହୋଇ କାନ୍ଦୁଛନ୍ତି ବୃଦ୍ଧ ଜଣକ। "ତୋ ବିନା ମୁଁ କେମତି ବଞ୍ଚିବି।" "ମୋତେ କାହିଁକି ଛାଡ଼ି ଚାଲିଗଲୁ", ମୋ କଥା ଆଉ କିଏ ବୁଝିବ", "ଭଗବାନ ଏତେ ନିଷ୍ଠୁ କାହିଁକି ହୋଇଗଲେ"

ପତ୍ନୀଙ୍କ ବିୟୋଗ ପରେ ଜଣେ ପତିଙ୍କ ଜୀବନ ଆଜି ସମ୍ପୂର୍ଣ୍ଣ ଭାବେ ଶୂନ୍ୟତାରେ ଭରିଯାଇଛି। ଯାହା ସହିତ ସେ ଜୀବନର ପ୍ରତ୍ୟେକ ସୁଖ ଓ ଦୁଃଖ ବାଣ୍ଟିଥିଲେ, ଆଜି ସେହି ସାଥି ହଠାତ୍ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛି। ଏହି ଅକାଳ ବିୟୋଗ ନା କେବଳ ତାଙ୍କୁ, ବରଂ ସମଗ୍ର ପରିବାରକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି।

ଘର ଆଜି ଖାଲି। ଚାରିଆଡ଼ ଶୂନ୍ୟତାରେ ଭରା। କେବେ କେବେ ଘର ଭିତରେ ତାଙ୍କ ହସର ଗୁଞ୍ଜନ ଶୁଣାଯିବ ତ ଆଉ କେବେ ତାଙ୍କ ସହ କରିଥିବା ଛୋଟ ଛୋଟ ମାନ ଅଭିମାନ ମନେ ପଡ଼ିଯିବ। ଯେଉଁ ରୋଷେଇଘରେ ସେ ସକାଳେ ଚା ପକାଉଥିଲେ, ଆଜି ସେଠାରେ କେବଳ ନୀରବତା। ଘରର ପ୍ରତ୍ୟେକ ଅଞ୍ଚଳ ତାଙ୍କ ସ୍ମୃତିରେ ଭରିଥିବା ପରି ଲାଗୁଛି।

ପ୍ରତି ମୁହୂର୍ତ୍ତରେ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ତାଙ୍କୁ ଛାଡ଼ି ଏହି ଜୀବନ କିପରି କଟିବ?
ପଡ଼ୋଶୀ ଓ ସ୍ଥାନୀୟ ଲୋକେ କହୁଛନ୍ତି, ଦୁହିଁଙ୍କ ମଧ୍ୟରେ ଗଭୀର ସ୍ନେହ ଓ ସମ୍ମାନ ଥିଲା। ସେମାନେ ସବୁବେଳେ ଏକାଠି ଦେଖାଯାଉଥିଲେ। ଏହି ବିୟୋଗ ତାଙ୍କ ପାଇଁ ଏକ ଅପୂରଣୀୟ ଖାଲିପଣ ସୃଷ୍ଟି କରିଛି।

ଏହା କେବଳ ଜଣେ ବୃଦ୍ଧ ପତିଙ୍କ ବ୍ୟକ୍ତିଗତ ଦୁଃଖ ନୁହେଁ; ଏହା ଭାଙ୍ଗିଯାଇଥିବା ସ୍ବପ୍ନ, ଅଧୂରା ଆଶା ଓ ଅପୂରଣୀୟ ପ୍ରତିଶ୍ରୁତିର ଏକ ନିରବ କାହାଣୀ। ଏମିତି ଯନ୍ତ୍ରଣା ଶବ୍ଦରେ ବ୍ୟକ୍ତ କରିବା କଠିନ, କିନ୍ତୁ ଏହା ଜୀବନର ନିର୍ଦ୍ଦୟ ସତକୁ ଆଉଥରେ ସାମ୍ନାକୁ ଆଣିଦେଇଛି। ଇନଷ୍ଟାରେ ଏହି ଭିଡିଓକୁ ବହୁ ମାତ୍ରାରେ ଲାଇକ କରାଯାଇଛି। କିନ୍ତୁ ଥରେ ଭାବିଲେ ମଣିଷ ସବୁ ମୋର ମୋର କହେ କେତେ ଗର୍ବ ଅହଙ୍କାର କରେ କିନ୍ତୁ କେବଳ ମୃତ୍ୟୁ ସତ୍ୟ। ଆଉ ମୋର ଯାହାକୁ କହିଲେ ବି ମଲା ବେଳେ କିଛି ନେଇକି ଯାଇ ପାରେନି। ସଂସାରକୁ ଏକୁଟିଆ ଆସିଛେ ଆଉ ଯିବାବେଳକୁ ଏକାକୀ ହିଁ ଯିବାକୁ ପଡ଼େ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Emotional Viral Video: ଭିଡିଓ ଦେଖିଲେ ଲୁହ ଅଟକିବନି: ପତ୍ନୀର ଯୁଇ ଜଳୁଥିବାବେଳେ ବୃଦ୍ଧ ସ୍ବାମୀ ଏମିତି କଲେ... | Argus News