Election Commission / ଜନତା ଅନ୍ଲାଇନରେ ଭୋଟ୍ ଡିଲିଟ୍ କରିପାରିବେ ନାହିଁ

Key Points
ରାହୁଲଙ୍କ ଦାବିକୁ ଖଣ୍ଡନ କଲେ ଭାରତୀୟ ନିର୍ବାଚନ କମିଶନ
ଜନତା ଅନ୍ଲାଇନରେ ଭୋଟ୍ ଡିଲିଟ୍ କରିପାରିବେ ନାହିଁ: EC
ମିଥ୍ୟା ଅଭିଯୋଗ କରିବା ଏବଂ ପରେ କ୍ଷମା ମାଗିବା ରାହୁଲଙ୍କ ଅଭ୍ୟାସ-ବିଜେପି
ରାହୁଲ ଗାନ୍ଧୀଙ୍କ ଭୋଟର ତାଲିକା ହେରଫେର ଅଭିଯୋଗକୁ ଖାରଜ କରି ଭାରତୀୟ ନିର୍ବାଚନ କମିଶନ କହିଛନ୍ତି ରାହୁଲଙ୍କ ଅଭିଯୋଗ ଗୁଡିକ ଭିତ୍ତିହୀନ ଏବଂ ଅମୂଳକ। ଇସିଆଇ ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଇଛି,
୧- ଅନଲାଇନରେ କୌଣସି ଭୋଟ୍ କାଟିବା ସମ୍ଭବ ନୁହେଁ। ପ୍ରଭାବିତ ବ୍ୟକ୍ତିଙ୍କୁ ନିଜ କଥା ରଖିବାର ସୁଯୋଗ ନ ଦେବା ପର୍ଯ୍ୟନ୍ତ କିଛି ହଟାଯାଇପାରିବ ନାହିଁ।
୨- ୨୦୨୩ରେ କର୍ଣ୍ଣାଟକର ଅଲନ୍ଦାରେ ଭୋଟ କାଟିବାକୁ ଏକ ପ୍ରୟାସ ହୋଇଥିଲା। ଏହି ମାମଲାରେ ନିର୍ବାଚନ କମିଶନ ନିଜେ ଏକ FIR ଦାୟର କରିଥିଲେ।
୩- ରେକର୍ଡ ଅନୁସାରେ, ୨୦୨୩ରେ କଂଗ୍ରେସ ଏବଂ ୨୦୧୮ରେ ବିଜେପି ପ୍ରାର୍ଥୀ ଏଠାରେ ବିଜୟୀ ହୋଇଥିଲା।
ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକର ଅଲନ୍ଦ ଓ ମହାରାଷ୍ଟ୍ରର ରାଜୁରାରେ ଭୋଟର ତାଲିକାରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ରାହୁଲ ଗାନ୍ଧୀ। ଏନେଇ ବିଜେପି ରାହୁଲଙ୍କ କଡ଼ା ଭର୍ତ୍ସନା କରିଛି। ଅନୁରାଗ ଠାକୁର କହିଛନ୍ତି, ବାରମ୍ବାର ହାରିବା ପରେ ହତୋତ୍ସାହିତ ହୋଇ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜନୈତିକ ଅଭିଯୋଗକୁ ନିଜର ଅଳଙ୍କାରରେ ପରିଣତ କରିଛନ୍ତି।
📱 Get Argus News App
✨କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ଅଭିଯୋଗରେ ନିର୍ବାଚନ କମିଶନ ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲେ। ରାହୁଲଙ୍କ ଅଭିଯୋଗ ଉପରେ ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସକୁ ଭୋଟ ମିଳୁନି, ଏଥିରେ ଆମେର କିଛି କରିବାର ନାହିଁ। ସେ ଦେଶର ଭୋଟରଙ୍କୁ ବାରମ୍ବାର ଆପମାନିତ କରୁଛନ୍ତି, ଏହାର ଜବାବ ତାଙ୍କୁ ମିଳିବ।
ପୂର୍ବରୁ ରାହୁଲ ଗାନ୍ଧୀ ଉଠାଇଥିବା ‘ଭୋଟ ଚୋରି’ ଅଭିଯୋଗ ଉପରେ ପ୍ରମାଣ ସହିତ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ହେଲେ ରାହୁଲ ଗାନ୍ଧୀ, ସତ୍ୟପାଠ ଦାଖଲ କରିନଥିଲେ। ତେଣୁ ରାହୁଲ ଗାନ୍ଧୀ ବାରମ୍ବାର ମିଥ୍ୟା ଅଭିଯୋଗ ଆଣୁଛନ୍ତି ଏବଂ ପରେ କ୍ଷମା ମାଗୁଛନ୍ତି ବୋଲି କଟାକ୍ଷ କରିଛି ବିଜେପି।
Related Topics
Explore more stories