Videos
|
National

ଭୋଟ୍ ଚୋରି ଅଭିଯୋଗର କଡ଼ା ଜବାବ ଦେଲେ ନିର୍ବାଚନ କମିଶନର

Rashmita Mishra
Browse all articles by Rashmita Mishra
·11 months ago·1 min read
ଭୋଟ୍ ଚୋରି ଅଭିଯୋଗର କଡ଼ା ଜବାବ ଦେଲେ ନିର୍ବାଚନ କମିଶନର

Key Points

ରାହୁଲ ଗାନ୍ଧିଙ୍କ ଭୋଟ୍ ଚୋରି ଅଭିଯୋଗର କଡ଼ା ଜବାବ
ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ନିର୍ବାଚନ କମିଶନର
କହିଲେ, ଭୋଟ ଚୋରି ଶବ୍ଦ ବ୍ୟବହାର ସମ୍ବିଧାନ ପ୍ରତି ଅପମାନ
ଜନତାଙ୍କୁ ଭୁଆଁ ବୁଲାଇବାକୁ ହେଉଛି ଉଦ୍ୟମ

ଭୋଟ୍ ଚୋରି, ରାହୁଲ ଗାନ୍ଧିଙ୍କ ଏ ଅଭିଯୋଗ ଦେଶ ରାଜନୀତିରେ ଝଡ଼ ସୃଷ୍ଟି କରିଥିବାବେଳେ ଆଜି ରାହୁଲଙ୍କ ସମେତ ତମାମ ବିରୋଧୀ ଦଳଙ୍କୁ କଡ଼ା ଜବାବ ଦେଇଛନ୍ତି ନିର୍ବାଚନ କମିଶନର । ଜ୍ଞାନେଶ କୁମାର ରୋକ୍ ଠୋକ୍ ଶୁଣାଇଛନ୍ତି, ନିର୍ବାଚନ କମିଶନଙ୍କ ପାଇଁ ପକ୍ଷ ବିପକ୍ଷ ସମସ୍ତେ ସମାନ। ଭୋଟ୍ ଚୋରି ଭଳି ଭୁଲ ଶବ୍ଦର ବ୍ୟବହାର କରି ଜନତାଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ ହେଉଛି, ଯାହା ସମ୍ବିଧାନର ଅପମାନ। ନିର୍ବାଚନ କମିଶନଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରାଯାଉଛି। ଏମିତି ମିଛ ଅଭିଯୋଗକୁ ଆଦୌ ଡରନ୍ତି ନାହିଁ ନିର୍ବାଚନ କମିଶନ।

ବିହାରରେ SIRକୁ ନେଇ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଇସିଆଇ । ରାଜ୍ୟର ୭ କୋଟିରୁ ଅଧିକ ଭୋଟର ନିର୍ବାଚନ କମିଶନଙ୍କ ସହ ଅଛନ୍ତି। ଭୋଟର ତାଲିକାରେ ତ୍ରୁଟି ରହିଥିଲେ ସଂଶୋଧନ ପାଇଁ ଆବେଦନ କରିପାରିବେ । ରାଜନୈତିକ ଦଳ ଗୁଡ଼ିକ ପାଖରେ ୧୫ ଦିନର ସମୟ ରହିଛି ।

ECIଙ୍କ ଜବାବ ବିରୋଧୀ ଦଳଙ୍କ ମିଛର ପର୍ଦ୍ଦାଫାସ୍ କରିଥିବାବେଳେ ଆଜି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ମୁଣ୍ଡରେ ସମ୍ବିଧାନ ରଖି ନାଚୁଥିବା ଲୋକେ ହିଁ ପୂର୍ବରୁ ସମ୍ବିଧାନକୁ ପାଦରେ ଦଳିଦେଉଥିଲେ। ବାବା ସାହେବଙ୍କ ଭାବନା ପ୍ରତି ବାରମ୍ବାର କରାଯାଇଥିଲା କୁଠାରଘାତ ।


ନିର୍ବାଚନ କମିଶନଙ୍କ କଡ଼ା ଜବାବ ଓ ସ୍ପଷ୍ଟୀକରଣ ସତ୍ବେ ମିଛ ଅଭିଯୋଗ ଜାରି ରଖିଛନ୍ତି ରାହୁଲ ଗାନ୍ଧି । ବିହାରରେ ଭୋଟର ଅଧିକାର ଯାତ୍ରାରେ ସମାନ କଥା ଦୋହରାଇଛନ୍ତି ବିରୋଧୀ ଦଳ ନେତା।

ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Election Commission Strongly Responds to Vote Rigging Allegations | Argus News | Argus News