Videos
|
National

ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟରେ ସୁରକ୍ଷା ସ୍ଥିତି ଯାଞ୍ଚ ଜାରି 

Manini Pattanayak
Browse all articles by Manini Pattanayak
·2 years ago·1 min read
ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟରେ ସୁରକ୍ଷା ସ୍ଥିତି ଯାଞ୍ଚ ଜାରି 

ନୂଆଦିଲ୍ଲୀ : ଖୁବଶୀଘ୍ର ହୋଇପାରେ ନିର୍ବାଚନ ତାରିଖ ଘୋଷଣା । ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟରେ ସୁରକ୍ଷା ସ୍ଥିତି ଯାଞ୍ଚ ଜାରି ରଖିଛି । ନିର୍ବାଚନ ସମୟରେ ସୁରକ୍ଷାକୁ ନେଇ ଆଗୁଆ ପ୍ରସ୍ତୁତ ହୋଇଛି ନିର୍ବାଚନ କମିଶନ । ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବାକୁ CAPFର 3 ଲକ୍ଷ 40 ହଜାର ଯବାନ ଯୋଗାଇଦେବାକୁ ଗୃହ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛି ନିର୍ବାଚନ କମିଶନ ।

ନିର୍ବାଚନ ହେବାକୁ ଯାଉଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ  ଅଞ୍ଚଳରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଇଭିଏମ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ପାଇଁ ସିଏପିଏଫ ମୁତୟନ କରିବାକୁ ଅନୁରୋଧ କରିଛି ନିର୍ବାଚନ କମିଶନ । CAPFର ଗୋଟିଏ କମ୍ପାନୀରେ ପ୍ରାୟ ଶହେ ଜଣ ଯବାନ ରହିଥାନ୍ତି । ସିଏପିଏଫରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ, ଭାରତ-ତିବ୍ବତ ସୀମା ପୋଲିସ, ସଶସ୍ତ୍ର ସୀମା ବଳ ସହ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ମଧ୍ୟ ସାମିଲ ଅଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Election date may be announced soon. | Argus News