Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ର, ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା ହେଲା

Ritu Das
Browse all articles by Ritu Das
·1 year ago·1 min read
ମହାରାଷ୍ଟ୍ର, ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା ହେଲା

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରୁଛି। ମହାରାଷ୍ଟ୍ରର ୫୨୭୮୯ ସ୍ଥାନରେ ୧୦୦୧୮୬ ମତଦାନ କେନ୍ଦ୍ର, ମୋଟ ଭୋଟର-୯.୬୩ କୋଟି। ଝାଡଖଣ୍ଡରେ ୮୧ଟି ସିଟ, ୨.୬ କୋଟି ଭୋଟର, ପ୍ରଥମ ଥର ଭୋଟର-୧୧.୮ ଲକ୍ଷ। ୨୦୨୮୧ ସ୍ଥାନରେ ୨୯୫୬୨ ମତଦାନ ବୁଥ ହେବ।

ମହାରାଷ୍ଟ୍ରର ମୋଟ ଭୋଟରଙ୍କ ସଂଖ୍ୟା ୯.୬୩ କୋଟି, ସେଥିମଧ୍ୟରୁ ୪.୯୭ କୋଟି ପୁରୁଷ ଏବଂ ୪.୬୬ କୋଟି ମହିଳା ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ହେଉଛି ୨୦.୯୩ ଲକ୍ଷ। ମହାରାଷ୍ଟ୍ରରେ ୧,୦୦,୧୮୬ ମତଦାନ କେନ୍ଦ୍ର ଅଛି, ଏଥର ମଧ୍ୟ ଆମେ PWD ଏବଂ ମହିଳାମାନଙ୍କ ଦ୍ୱାରା ପରିଚାଳିତ ବୁଥ ତିଆରି ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଝାଡଖଣ୍ଡରେ ମୋଟ ଭୋଟରଙ୍କ ସଂଖ୍ୟା ୨.୬ କୋଟି, ସେଥିମଧ୍ୟରୁ ୧.୨୯ କୋଟି ମହିଳା ଏବଂ ୧.୩୧ କୋଟି ପୁରୁଷ ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ୧୧.୮୪ ଲକ୍ଷ। ସେଠାରେ ୨୯,୫୬୨ ମତଦାନ କେନ୍ଦ୍ର ହେବ।

ଏହାସହ ନିର୍ବାଚନ କମିଶନର ହରିୟାଣା, ଜମ୍ମୁ କଶ୍ମୀରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନିର୍ବାଚନରେ ଦେଖାଯାଇଥିବା ଉତ୍ସାହ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ଜମ୍ମୁ କଶ୍ମୀରରେ ନିର୍ବାଚନ ସମୟରେ ଶୂନ୍ୟ ହିଂସା ହୋଇଥିଲା ବୋଲି ନିର୍ବାଚନ କମିଶନର କହିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Election dates | Argus News