Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହରିଆଣା, ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ 

Manini Pattanayak
Browse all articles by Manini Pattanayak
·1 year ago·2 min read
ହରିଆଣା, ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ 

ନୂଆଦିଲ୍ଲୀ:  ହରିୟାଣା, ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିଛନ୍ତି। ଜମ୍ମୁ ଓ କାଶ୍ମୀରର 90ଟି ବିଧାନସଭା ଆସନ ପାଇଁ ତିନିଟି ପର୍ଯ୍ୟାୟରେ, ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ଭୋଟିଂ ହେବ। କିନ୍ତୁ ହରିୟାଣାର 90ଟି ଯାକ ସିଟରେ ଗୋଟିଏ ଦିନରେ ଅକ୍ଟୋବର 1 ତାରିଖରେ ହେବ ମତଦାନ।ଅକ୍ଟୋବର ୪ ତାରିଖରେ ଉଭୟ ରାଜ୍ୟରେ ଭୋଟ୍ ଗଣତି ହେବା ସହ ଫଳ ଘୋଷଣା କରାଯିବ।   ଧାର ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ପୁଣି ଥରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ବାଛିବେ ଜମ୍ମୁ ଓ କାଶ୍ମୀର ବାସିନ୍ଦା । ୯୦ଟି ଆସନ ପାଇଁ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ବୋବର ୧ରେ ତିନିଟି ପର୍ଯ୍ୟାୟରେ ଭୋଟିଂ ହେବା ପରେ ଅକ୍ବୋବର ଚାରି ତାରିଖରେ ଗଣତି ହେବ । ଚଳିତ ବର୍ଷ ପ୍ରାୟ ୮୭ ଲକ୍ଷ ଭୋଟର ମତଦାନ କରିବେ ।

ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ସେମାନେ ନୂଆ ଭବିଷ୍ୟତ ଗଠନ କରିବାକୁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଲୋକସଭା ନିର୍ବାଚନ ବେଳେ  ଜାମ୍ମୁ କାଶ୍ମୀରରେ ହୋଇଥିଲା ରେକର୍ଡ ମତଦାନ । ଏପରିକି ଘାଟିରେ ବି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ ମତଦାତା। କିନ୍ତୁ ବିଧାନସଭା ନିର୍ବାଚନ ପାଇଁ ପରିସ୍ଥିତି ଅନୁକୂଳ ନଥିବାରୁ ସେଥିପାଇଁ ଘୋଷଣା ହୋଇ ନଥିଲା ତାରିଖ । ବାରମ୍ବାର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ହେଉଥିଲା ଆତଙ୍କବାଦୀ ଆକ୍ରମଣ । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଓ କାଶ୍ମୀର ଯାଇଥିବା ବେଳେ ଖୁବଶୀଘ୍ର ନିର୍ବାଚନ ହେବ ବୋଲି କହିଥିଲେ । ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ଦଳର ନେତା ମାନଙ୍କ ସହ ଆଲୋଚନା କରି ଶେଷରେ ଜମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 

ସେପଟେ ହରିଆଣାର ୯୦ଟି ବିଧାନସଭା ଆସନରେ ଭୋଟ୍ ପାଇଁ ମଧ୍ୟ ବାଜିଛି ବିଗୁଲ । ଅକ୍ବୋବର ଏକ ତାରିଖରେ ପୁରା ରାଜ୍ୟରେ ମତଦାନ ହେବା ପରେ ଅକ୍ଟୋବର ୪ରେ ଜାମ୍ମୁ ଓ କାଶ୍ମୀର ସାଙ୍ଗରେ ହେବ ଏକାଠି ଗଣତି।  ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ରାଜନୈତିକ ଦଳ ମେଣ୍ଟ କରି ନଥିବାରୁ ସବୁ ଦଳ ଏକୁଟିଆ ଲଢିବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ନେତ୍ବତ୍ବରେ ବିଜେପି ଏଥର ଲୋକଙ୍କ ପାଖକୁ ଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । 2019 ବିଧାନସଭା ନିର୍ବାଚନରେ ବିଜେପି ୪୦ଟି ସିଟ୍ ପାଇଥିବା ବେଳେ କଂଗ୍ରେସ ୩୧ ଓ ସ୍ବାଧୀନ ପ୍ରାର୍ଥୀମାନେ ୧୯ଟି ସିଟରେ ଜିତିଥିଲେ ।  ୨୦୧୯ରେ ଏକ ସମୟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ହୋଇଥଲା । କିନ୍ତୁ ଏଥର ନିର୍ବାଚନ କମିଶନଙ୍କ ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ  ତାରିଖ ଘୋଷଣା ହୋଇନାହିଁ । ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା କର୍ମୀ ମୁତୟନ ସହ ମହାରାଷ୍ଟ୍ରରେ ବର୍ଷା ଓ ପର୍ବପର୍ବାଣୀକୁ ନଜରରେ ରଖି ନିର୍ବାଚନ ଏବେ କରାଯିବ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 
 

Sponsored
Election dates have been announced in Jammu and Kashmir and Haryana. After the Lok Sabha elections, now it is the turn of the assembly | Argus News