Videos
|
National

୯୦ ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ

Banajyotshna Ray
Browse all articles by Banajyotshna Ray
·1 year ago
୯୦ ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ହରିୟାଣାରେ ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ। ଏନେଇ ଗତକାଲି ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର କ୍ୟାମ୍ପେନିଂ କରିଥିଲେ। ବିଜେପି, କଂଗ୍ରେସ, ଜନ ନାୟକ ପାର୍ଟି, ଆପ୍‌ ପକ୍ଷରୁ ହୋଇଥିଲା ପ୍ରଚାର। ବିଜେପି ପକ୍ଷରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାରାଥନ୍ ପ୍ରଚାର କରିଥିଲେ। ୯୦ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଏକ ହଜାର ୨୮ ପ୍ରାର୍ଥୀ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି। ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି ଓ ଆଜାଦ ସମାଜ ପାର୍ଟି ମଧ୍ୟରେ ହୋଇଛି ମେଣ୍ଟ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Elections in Haryana tomorrow | Argus News