Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅବହେଳା ପାଇଁ ବିଦ୍ୟୁତ ବିଭାଗ ୨୦ ଲକ୍ଷ ଫାଇନ୍ ଦେବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଅବହେଳା ପାଇଁ ବିଦ୍ୟୁତ ବିଭାଗ ୨୦ ଲକ୍ଷ ଫାଇନ୍ ଦେବ

ଅଧର୍ଯ୍ୟ ମଣିଷକୁ ଧରାଶାୟୀ କରେ ଆଉ ଧର୍ଯ୍ୟ ସଫଳତା ବି ଆଣିଦିଏ। ଯିଏ ଧର୍ଯ୍ୟରସହ ପରସ୍ଥିତିର ମୁକାବିଲା କରେ ସେ ନିଶ୍ଚୟ ଦିନେ କୃତକାର୍ଯ୍ୟ ହୁଏ। ମାତ୍ର ୭ ବର୍ଷ ବୟସରେ ବିଦ୍ୟୁତ ଆଘାତରେ ନିଜର ହାତ ହରାଇଥିଲେ। ହେଲ ହରାଇନଥିଲେ ସାହାସ। ନ୍ୟାୟ ପାଇବାକୁ ବାପା ମାଙ୍କ ସହ ଅଡି ବସିଥିଲେ ଅଦାଲତରେ। ଏବେ ୧୬ ବର୍ଷ ବୟସରେ ନ୍ୟାୟ ଦେଲେ ନ୍ୟାୟଳୟ। ଏମିତି ଘଟଣା ଦେଖିବାକୁ ମିଳିଛି ୟୁପିରେ। ୟୁପି ରାମପୁରରେ ୯ ବର୍ଷ ତଳେ ବିଦ୍ୟୁତ ଆଘାତରେ ଗୋଟେ ସାତ ବର୍ଷ ପୁଅର ହାତ ନଷ୍ଟ ହୋଇଯାଇଥିଲା। କ୍ଷତିପୂରଣ ପାଇଁ ସେ ଏବଂ ତାଙ୍କ ପରିବାର ଲୋକ ୯ ବର୍ଷ ଧରି ବିଦ୍ୟୁତ ବିଭାଗ ସହ ଅଦାଲତରେ ଲଢ଼େଇ କରିଥିଲେ। ଦୁର୍ଘଟଣା ବେଳେ ତାଙ୍କୁ ମାତ୍ର ସାତ ବର୍ଷ ହୋଇଥିଲା। ସିଭିଲ ଜଜ୍ (ସିନିୟର ଡିଭିଜନ)ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ସଞ୍ଜୟ କୁମାର ସିଂହ ଏହି ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ତାଙ୍କୁ ୨ ମାସ ମଧ୍ୟରେ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଶି ଉପରେ ବାର୍ଷିକ ୬ ପ୍ରତିଶତ ସୁଧ ମଧ୍ୟ ଦେବ ବିଦ୍ୟୁତ ବିଭାଗ।


ପୀଡିତଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲଙ୍କ କହିବା ଅନୁସାରେ ସେମାନଙ୍କ ଘର ଠାରୁ ମାତ୍ର ୮ରୁ ୧୦ ଇଞ୍ଚ ଦୂରଦେଇ ଏକ ୩୩ କେଭି ଲାଇନ ଅତିକ୍ରମ କରୁଥିଲା। ଲାଇନ୍ ମଝିରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ସମ୍ଭାବ୍ୟ ବିପଦକୁ ଅନୁଭବ କରି ତାଙ୍କ ବାପା ଏବଂ ଆଖପାଖ ଅଞ୍ଚଳର ଅନ୍ୟ ବାସିନ୍ଦାମାନେ ୨୦୧୫ ଜୁଲାଇ ୨୮ତାରିଖରେ ଲାଇନ୍ ହଟାଇବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ସେତେବେଳେ ଏହାକୁ ଗୁରୁତର ସହ ନେଇନଥିଲା ବିଦ୍ୟୁତ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୧୫ ଡିସେମ୍ବର ୧୪ ତାରିଖ ଅପରାହ୍ନରେ ଛୋଟ ପିଲାଟି ଛାତ ଉପରେ ବସି ପାଠ ପଢୁଥିଲେ। ଏହି ସମୟରେ ବର୍ଷା ପବନ ଯୋଗୁ ବିଦ୍ୟୁତ ତାର ଘରର ଗ୍ରୀଲରେ ଲାଗି ଯାଇଥିଲା। ପିଲାଟି ଅଜାଣତରେ ଗ୍ରୀଲ ଛୁଇଁଦେବାରୁ ବିଦ୍ୟୁତ ଆଘାତରେ ତାର ଦୁଇହାତ ନଷ୍ଟ ହୋଇଯାଇଥିଲା। ଶେଷରେ ଡାକ୍ତର ପିଲାଟିର ହାତ ଦୁଇଟାକୁ କାଟିବାକୁ ପଡିଥିଲା। ୭ ବର୍ଷର ଚନ୍ଦନ ଏବଂ ପିତାମାତା ୯ ବର୍ଷ ତଳେ ବିଦ୍ୟୁତ ନିଗମର ଅଧ୍ୟକ୍ଷ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଅଦାଲତ ୨ ମାସ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦେବା ସହ ସେବେଠାରୁ ଏବେ ପର୍ଯ୍ୟନ୍ତ ବାର୍ଷିକ ୬% ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ପୀଡୀତଙ୍କ ପୀଡିତଙ୍କ ପକ୍ଷରୁ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି ଆଇନଜୀବୀ କହିଛନ୍ତି।

Sponsored
Electricity department to pay Rs 20 lakh fine for negligence | Argus News