Electricity Price Hike / ଆସନ୍ତା ସେପ୍ଟେମ୍ବରରୁ ବଢିବ ବିଦ୍ୟୁତ ଦର,ହାରାହାରି ୬.୮୩ ପ୍ରତିଶତ ଦର ବୃଦ୍ଧି ହେବ
·2 weeks ago·3 min read

Key Points
ବିଦ୍ୟୁତ୍ ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା
ହାରାହାରି ୬.୮୩ ପ୍ରତିଶତ ବଢିବ ବିଦ୍ୟୁତ ଦର
ଜମ୍ମୁ କାଶ୍ମୀରରେ ବଢିବ ବିଦ୍ୟୁତ ଦର
ଆସନ୍ତା ସେପ୍ଟେମ୍ବରରୁ ବଢିବ ବିଦ୍ୟୁତ ଦର
ଜଏଣ୍ଟ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନର ନିଷ୍ପତ୍ତି

ଜମ୍ମୁ, ୨୨/୦୮: ଜମ୍ମୁ-କାଶ୍ମୀରର ବିଦ୍ୟୁତ୍ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ବଢିବ ବିଦ୍ୟୁତ୍ ଦର। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବିଦ୍ୟୁତ୍ ଶୁଳ୍କକୁ ଜଏଣ୍ଟ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ଅନୁମୋଦନ କରିଛି। ନୂଆ ଟାରିଫ୍ ଅନୁସାରେ ହାରାହାରି ୬.୮୩ ପ୍ରତିଶତ ଦର ବୃଦ୍ଧି ହେବ। ଏହି ନୂଆ ହାର ୧ ସେପ୍ଟେମ୍ବର ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୭ ଯାଏଁ ଲାଗୁ ହେବ।
ନୂଆ ଟାରିଫ୍ ଜମ୍ମୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଲିମିଟେଡ୍ ଏବଂ କାଶ୍ମୀର ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଲିମିଟେଡ୍ ର ଗ୍ରାହକଙ୍କ ପାଇଁ ଲାଗୁ ହେବ। ତେବେ ପ୍ରତ୍ୟେକ ଗ୍ରାହକଙ୍କ ବିଲ୍ରେ ବୃଦ୍ଧି ସମାନ ହେବ ନାହିଁ। ଗ୍ରାହକଙ୍କ ବର୍ଗ, ମାସିକ ବିଦ୍ୟୁତ୍ ବ୍ୟବହାର, ମଞ୍ଜୁରୀପ୍ରାପ୍ତ ଲୋଡ୍ ଏବଂ ବ୍ୟବହାର ସମୟ ଅନୁସାରେ ବିଲ୍ରେ ପ୍ରଭାବ ପଡ଼ିବ।
ଘରୋଇ ଗ୍ରାହକଙ୍କ ପାଇଁ ନୂଆ ଦର
ମିଟରଯୁକ୍ତ ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ପ୍ରତି ୟୁନିଟ୍ ୨ ଟଙ୍କା ୪୫ ପଇସା ଧାର୍ଯ୍ୟ କରାଯାଇଛି। ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ପ୍ରତି ୟୁନିଟ୍ ୪ ଟଙ୍କା ୨୦ ପଇସା ଏବଂ ୪୦୦ ୟୁନିଟ୍ରୁ ଅଧିକ ବ୍ୟବହାର ପାଇଁ ପ୍ରତି ୟୁନିଟ୍ ୪ ଟଙ୍କା ୬୦ ପଇସା ଦେବାକୁ ପଡ଼ିବ। ଏହା ସହ ପ୍ରତି କିଲୋୱାଟ୍ ପିଛା ମାସିକ ୧୦ ଟଙ୍କା ସ୍ଥିର ଶୁଳ୍କ ମଧ୍ୟ ରହିବ। ଅର୍ଥାତ୍ ୨୦୦ କିମ୍ବା ୪୦୦ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ପରିବାରଙ୍କ ମାସିକ ବିଲ୍ରେ ଅଧିକ ପ୍ରଭାବ ପଡ଼ିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଛାତ୍ରଛାତ୍ରୀଙ୍କ ପାଇଁ ଗୁଗୁଲ୍ର ବଡ଼ ଘୋଷଣା, ଆସନ୍ତୁ ଜାଣିବା କଣ ଏହି ବଡ଼ ଘୋଷଣା?
BPL ପରିବାର ଓ ଚାଷୀଙ୍କୁ ରିହାତି
BPL ପରିବାର ଏବଂ କ୍ଷୁଦ୍ର କୃଷି ଗ୍ରାହକଙ୍କ ପାଇଁ ସବସିଡି ହାର ଜାରି ରହିବ। ଯୋଗ୍ୟ BPL ପରିବାର ୩୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର ପାଇଁ ପ୍ରତି ୟୁନିଟ୍ ୧ ଟଙ୍କା ୪୦ ପଇସା ଦେବେ। ଏହା ସହ ପ୍ରତି କିଲୋୱାଟ୍ ପିଛା ୫ ଟଙ୍କା ସ୍ଥିର ଶୁଳ୍କ ରହିବ। ସେହିପରି ୨୦ ହର୍ସପାୱାର ପର୍ଯ୍ୟନ୍ତ କ୍ଷୁଦ୍ର କୃଷି ସଂଯୋଗ ପାଇଁ ପ୍ରତି ୟୁନିଟ୍ ୧ ଟଙ୍କା ୫ ପଇସା ଏବଂ ପ୍ରତି ହର୍ସପାୱାର ପିଛା ମାସିକ ୨୩ ଟଙ୍କା ସ୍ଥିର ଶୁଳ୍କ ରହିବ।
ବ୍ୟବସାୟିକ ଗ୍ରାହକଙ୍କ ଉପରେ ବି ପଡ଼ିବ ପ୍ରଭାବ
ବ୍ୟବସାୟିକ ଗ୍ରାହକଙ୍କ ପାଇଁ ମଧ୍ୟ ନୂଆ ଦର ଲାଗୁ ହେବ। ସିଙ୍ଗଲ୍-ଫେଜ୍ ଅଣ-ଘରୋଇ ଗ୍ରାହକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ପ୍ରତି ୟୁନିଟ୍ ୩ ଟଙ୍କା ୭୫ ପଇସା ଏବଂ ଏହାଠାରୁ ଅଧିକ ବ୍ୟବହାର ପାଇଁ ପ୍ରତି ୟୁନିଟ୍ ୫ ଟଙ୍କା ୭୦ ପଇସା ଦେବେ। ଏହା ସହ ପ୍ରତି କିଲୋୱାଟ୍ ପିଛା ମାସିକ ୭୫ ଟଙ୍କା ସ୍ଥିର ଶୁଳ୍କ ଲାଗୁ ହେବ।
ଶିଳ୍ପ ଓ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ Time-of-Day ଟାରିଫ୍

ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକଙ୍କ ପାଇଁ ‘ଟାଇମ୍ ଅଫ୍ ଡେ’ ଟାରିଫ୍ ବ୍ୟବସ୍ଥା ରହିବ। ପିକ୍ ଆୱାର୍ସରେ ବିଦ୍ୟୁତ୍ ବ୍ୟବହାର କଲେ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ସୌର ଘଣ୍ଟାରେ ବିଦ୍ୟୁତ୍ ବ୍ୟବହାର କଲେ ରିହାତି ମିଳିବ। ତେଣୁ ଏହି ବର୍ଗର ଗ୍ରାହକଙ୍କ ବିଲ୍ କେବଳ ବ୍ୟବହାର ପରିମାଣ ନୁହେଁ, ବିଦ୍ୟୁତ୍ ବ୍ୟବହାରର ସମୟ ଉପରେ ମଧ୍ୟ ନିର୍ଭର କରିବ।
JERC ଅନୁମୋଦନ କଲା ₹୧୦,୨୭୫ କୋଟିର ARR
୨୦୨୬-୨୭ ପାଇଁ JPDCL ଏବଂ KPDCLର ମୋଟ ବାର୍ଷିକ ରାଜସ୍ୱ ଆବଶ୍ୟକତା (ARR) ୧୦,୨୭୫.୭୨ କୋଟି ଟଙ୍କାକୁ JERC ଅନୁମୋଦନ କରିଛି। ବର୍ତ୍ତମାନର ଟାରିଫ୍ରୁ ପ୍ରାୟ ୭,୩୫୨.୮୭ କୋଟି ଟଙ୍କା ରାଜସ୍ୱ ଆସିବାର ଆକଳନ ଥିବାବେଳେ ନୂଆ ଟାରିଫ୍ରୁ ଏହା ୭,୮୫୪.୯୪ କୋଟି ଟଙ୍କାକୁ ବଢ଼ିବ ବୋଲି ଆଶା କରାଯାଉଛି। ଅବଶିଷ୍ଟ ୨,୪୨୦.୭୮ କୋଟି ଟଙ୍କାର ରାଜସ୍ୱ ଫାଙ୍କ ସରକାରୀ ସବସିଡି ଓ ଅନୁଦାନ ମାଧ୍ୟମରେ ପୂରଣ ହେବ। କମିଶନଙ୍କ ଅନୁସାରେ, ସମ୍ପୂର୍ଣ୍ଣ ରାଜସ୍ୱ ଫାଙ୍କ କେବଳ ଟାରିଫ୍ ବୃଦ୍ଧି ମାଧ୍ୟମରେ ପୂରଣ କରାଯାଇଥିଲେ ବିଦ୍ୟୁତ୍ ଦର ପ୍ରାୟ ୪୦ ପ୍ରତିଶତ ବଢ଼ାଇବାକୁ ପଡ଼ିଥାନ୍ତା।
ନୂଆ ଟାରିଫ୍ରେ EV ଚାର୍ଜିଂ ଷ୍ଟେସନ୍, ସରକାରୀ ବିଭାଗ, ରେଳବାଇ ଟ୍ରାକ୍ସନ୍, ବଲ୍କ ସପ୍ଲାଏ ଏବଂ ଅସ୍ଥାୟୀ ସଂଯୋଗ ମଧ୍ୟ ସାମିଲ ହୋଇଛି। ସେହିପରି ଯୋଗ୍ୟ ବର୍ଗ ପାଇଁ ଗ୍ରୀନ୍ ଏନର୍ଜି ଟାରିଫ୍ ପ୍ରତି kWh ପିଛା ୫୦ ପଇସା ରଖାଯାଇଛି।
ତେବେ ସେପ୍ଟେମ୍ବର ୧ରୁ ନୂଆ ଟାରିଫ୍ ଲାଗୁ ହେବା ପରେ ବିଶେଷକରି ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ଘରୋଇ, ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକଙ୍କ ଉପରେ ବିଲ୍ ବୃଦ୍ଧିର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

Related Topics
Explore more stories