Videos
|
National

Elephant Theft / ହାତୀ ଚୋରି...ଜଣାପଡ଼ିଲା ସବୁ ସତ

Rashmita Mishra
Browse all articles by Rashmita Mishra
·11 months ago·2 min read
 ହାତୀ ଚୋରି...ଜଣାପଡ଼ିଲା ସବୁ ସତ

Key Points

ନରେନ୍ଦ୍ର କୁମାର ଶୁକ୍ଳା ଚୋରି ହୋଇଥିବା ହାତୀ ଜୟମତୀ ବିଷୟରେ ଅଭିଯୋଗ କରିଥିଲେ।

ଏହି ହାତୀକୁ ୪ ଜଣ ଦାବି କରିଥିଲେ ।

ହାତୀ ଉପରେ ସେମାନଙ୍କର ଦାବିକୁ ସମର୍ଥନ କରିବା ପାଇଁ କାଗଜପତ୍ର ଦେଖାଇବାକୁ କୁହାଯାଇଛି।

ଚୋରିକୁ ନେଇ ଆପଣ ଅନେକ ଅଭିଯୋଗ ଶୁଣିଥିବେ କିନ୍ତୁ ରାଞ୍ଚିରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭିନ୍ନ ସ୍ଥାନରେ ଛୋଟ ପଶୁ ଚୋରି ସାଧାରଣ, କଥା । କିନ୍ତୁ ହାତୀକୁ କେହି ଚୋରି କରିନେବାର ଘଟଣା ଆପଣ ପ୍ରଥମ ଥର ଶୁଣିଥିବେ ।


ଏହି ଘଟଣାଟି ଘଟିଛି ପାଲାମୁ ଜିଲ୍ଲାରେ, ଯେଉଁଠାରେ ଚୋରମାନେ ମାଈ ହାତୀ "ଜୟମତୀ"କୁ ଚୋରି କରିନେଇଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ଏହି ଘଟଣାଟି ଘଟିଥିଲା ଏନେଇ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା କିନ୍ତୁ ଏହି ଘଟଣାର ପ୍ରାୟ ଗୋଟିଏ ସପ୍ତାହ ପରେ, ପୋଲିସ ଚୋରି ହୋଇଥିବା ହାତୀଟିକୁ ବିହାରର ଛାପରା ଜିଲ୍ଲାରୁ ଉଦ୍ଧାର କରିଛି।


ପୋଲିସଙ୍କ କହିବାନୁସାରେ ଉତ୍ତର ପ୍ରଦେଶର ମିର୍ଜାପୁରର ବାସିନ୍ଦା ନରେନ୍ଦ୍ର କୁମାର ଶୁକ୍ଲା ରାଞ୍ଚିରୁ ହାତୀଟିକୁ କିଣିଥିଲେ ଏବଂ ସେପ୍ଟେମ୍ବର ୧୨ ତାରିଖରେ ପାଲାମୁ ଜିଲ୍ଲାର ଚୁକୁର ଅଞ୍ଚଳରୁ ହାତୀ ଚୋରି ହୋଇଥିବାନେଇ ପୋଲିସରେ ଅଭିଯୋଗ କରିଥିଲେ । ସଦର ପୋଲିସ ଷ୍ଟେସନରେ ହାତୀ ଚୋରି ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ: ସାଧାରଣ ଲେକଙ୍କୁ ବଡ଼ ଆଶ୍ଵସ୍ତି: ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI


ସେ ଆହୁରି କହିଛନ୍ତି,"ସୋମବାର, ଆମେ ସୂଚନା ପାଇଲୁ ଯେ ନିଖୋଜ ହାତୀଟି ବିହାରର ଛାପରା ଜିଲ୍ଲାର ପାହାରପୁରରେ ଅଛି। ଏହା ପରେ, ଆମେ ବିହାର ପୋଲିସର ସହାୟତାରେ ତଦନ୍ତ କରି ତାକୁ ଛାପରାରୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ତାଙ୍କୁ ୨୭ ଲକ୍ଷରେ ବିକ୍ରି କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ କୌଣସି ଗିରଫଦାରୀ ହୋଇନାହିଁ ଏବଂ ଅପରାଧୀଙ୍କ ସନ୍ଧାନ ଜାରି ରହିଛି।


ସୂଚନା ଅନୁଯାୟୀ, ନରେନ୍ଦ୍ର ଶୁକ୍ଳା ରାଞ୍ଚିରେ ଜୟମତୀଙ୍କୁ ୪୦ ଲକ୍ଷରେ କିଣିଥିଲେ। ସେ କହିଥିଲେ ହାତୀ ପାଳନ କରିବାର ଏକ ପାରିବାରିକ ପରମ୍ପରାକୁ ଜାରି ରଖିବା ପାଇଁ ହାତୀଟିକୁ କିଣିଥିଲେ।


ତା’ପରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ନରେନ୍ଦ୍ର ଶୁକ୍ଲା ଏକା ହାତୀଟି କିଣି ନଥିଲେ। ଏହି ହାତୀକୁ ଅନ୍ୟ ତିନି ଜଣ ମିଶି ୪୦ ଲକ୍ଷ ଟଙ୍କାରେ କିଣିଥିଲେ । ହାତୀଟି କେବଳ ଅଭିଯୋଗକାରୀଙ୍କ ମାଲିକାନାରେ ନଥିଲା, ବରଂ ପ୍ରକୃତରେ ଚାରି ଜଣ ଅଂଶୀଦାର ମିଳିତ ଭାବରେ ଏହାକୁ କିଣିଥିଲେ। କିନ୍ତୁ ତିନି ଜଣ ଅଂଶୀଦାର ଏକ ଚୁକ୍ତିନାମା କରି ଛାପରାର ସେହି ବ୍ୟକ୍ତିଙ୍କୁ ୨୭ ଲକ୍ଷ ଟଙ୍କାରେ ହାତୀଟି ବିକ୍ରି କରିଥିଲେ," ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।


ରିପୋର୍ଟ ଅନୁଯାୟୀ, ଗୋରଖ ସିଂହ ହାତୀ କିଣିବା ପାଇଁ ବୈଧ କାଗଜପତ୍ର ଉପସ୍ଥାପନ କରିଛନ୍ତି। ହାତୀଟି ବର୍ତ୍ତମାନ ଗୋରଖ ସିଂହଙ୍କ ପାଖରେ ହାତୀଟି ରହିଛି ଏବଂ ପୋଲିସ ସମସ୍ତ ପକ୍ଷଙ୍କୁ ଉଚିତ୍ କାଗଜପତ୍ର ଦାଖଲ କରିବାକୁ କହିଛି। "ଏହି କାଗଜପତ୍ର ଯାଞ୍ଚ କରିବା ପରେ ପ୍ରକୃତ ଆଇନଗତ ମାଲିକ ଦିଆଯିବ ।

ଅଧିକ ପଢ଼ନ୍ତୁ ଭାରତ ଖବର...