Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Maoists surrender / ପୁଣି ୧୧ ମାଓବାଦୀ କଲେ ଆତ୍ମସମର୍ପଣ

Rashmita Mishra
Browse all articles by Rashmita Mishra
·7 months ago·2 min read
ପୁଣି ୧୧ ମାଓବାଦୀ କଲେ ଆତ୍ମସମର୍ପଣ

Key Points

ଶେଷ ନିଃଶ୍ବାସ ନେଉଛି ମାଓବାଦ
ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା
ପୁଣି ୧୧ ମାଓବାଦୀ କଲେ ଆତ୍ମସମର୍ପଣ
ମହାରାଷ୍ଟ୍ର ଗୋଣ୍ଡିଆ ପୋଲିସ୍ ନିକଟରେ ୧୧ ମାଓବାଦୀ ଆତ୍ମସମର୍ପଣ
ସମସ୍ତଙ୍କ ମୁଣ୍ଡରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା

ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା । ପୁଣି ୧୧ ମାଓବାଦୀ କଲେ ଆତ୍ମସମର୍ପଣ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମହାରାଷ୍ଟ୍ର ଗୋଣ୍ଡିଆ ପୋଲିସ୍ ନିକଟରେ ସମସ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସମସ୍ତେ MMC(ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ଼) ଜୋନାଲ କମିଟି ସଦସ୍ୟ ଥିଲେ । MMC ଜୋନାଲ କମିଟିର ପ୍ରବକ୍ତା ଅନନ୍ତ ଓରଫ ବିକାଶର ଆତ୍ମସମର୍ପଣ । ଆତ୍ମସମର୍ପଣକାରୀ ନକ୍ସଲଙ୍କ ମୁଣ୍ଡ ଉପରେ ମିଳିତ ଭାବରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

ସୂଚନାନୁଯାୟୀ ମଧ୍ୟପ୍ରଦେଶ ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏମ୍ଏମ୍ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏହି ମର୍ମରେ ଏକ ଚିଠି ମଧ୍ୟ ଜାରି କରାଯାଇଛି । ସେଥିରେ ସେ ଲେଖିଛନ୍ତି ସଙ୍ଗଠନର ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ ଆତ୍ମସମର୍ପଣ କରିବେ । ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ ସରକାରଙ୍କ ନିକଟରେ ଅପିଲ କରିଛନ୍ତି ।

ମାଓନେତା ଅନନ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଚିଠି ଏକ ସପ୍ତାହ ଭିତରେ ଦ୍ୱିତୀୟ । ଏହା ପୂର୍ବରୁ ଗତ ସପ୍ତାହରେ ସେ ଜାରି କରିଥିବା ଚିଠିରେ ଫେବ୍ରୁଆରୀ ୧୫ ସୁଦ୍ଧା ଆତ୍ମସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ । କିନ୍ତୁ ବର୍ତ୍ତମାନ ଜାରି କରିଥିବା ନୂଆ ଚିଠିରେ ଜାନୁଆରୀ ୧ ତାରିଖରେ ଆତ୍ମସମର୍ପଣ କରିବାକୁକହିଛନ୍ତି । ଯେଭଳି ଛତିଶଗଡରେ ସତୀଶ ଓ ମହାରାଷ୍ଟ୍ରରେ ସୋନୁ ଆତ୍ମସମର୍ପଣ କରିଛନ୍ତି ଠିକ୍ ସେହିଭଳି ସେମାନେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡର ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା ଲେଖିଛନ୍ତି ।

କେବଳ ଏତିକି ନୁହେଁ ସେ ନିଜ ସାଥୀମାନଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଏକ ବାଉଫେଙ୍ଗ୍ର ଖୋଲା ଫ୍ରିକ୍ୱେନ୍ସି ନମ୍ବର ୪୩୫.୭୧୫ ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୧ଟା ୧୫ ମଧ୍ୟରେ ସେ ସାଥୀମାନଙ୍କ ସହ କଥାବାର୍ତ୍ତା କରିବେ । ପ୍ରଥମଥର ଲାଗି ନକ୍ସଲମାନେ ଏକ ଖୋଲା ଫ୍ରିକ୍ସେନ୍ସି ଜାରି କରିଛନ୍ତି । ବାଉଫେଙ୍ଗ ହେଉଛି ହାତରେ ଧରିପାରିବା ଭଳି ଏକ ୱାକିଟକି ବା ଛୋଟ ରେଡିଓ । ଯାହାରି ମାଧ୍ୟମରେଜଙ୍ଗଲ, ପାହାଡ କିମ୍ବା ସହରର ଭିଡ ଭିତରେ ବିନା ମୋବାଇଲ ନେଟୱାର୍କରେ ଦୁଇଜଣ ବ୍ୟକ୍ତି କଥାବାର୍ତ୍ତା କରିପାରିବେ ।

ସେପଟେ ୨୦୨୬ ମସିହା ମାର୍ଚ୍ଚ ଶେଷ ସୁଦ୍ଧା ସାରା ଦେଶରୁ ସମ୍ପୂର୍ଣ୍ଣ ମାଓବାଦ ମୂଳପୋଛ ଲାଗି ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoists surrender | Eleven Maoists Surrender Again: Major Breakthrough for Security Forces | Argus News