Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ

National

ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ

Smruti Parija
Browse all articles by Smruti Parija
·1 year ago·1 min read
ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ

ଅର୍ଗସ ବ୍ୟୁରୋ: ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ ।  ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ପକ୍ଷରୁ ଜିସାଟ୍-୨୦ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ଫ୍ଲୋରିଡାର କେପ୍ କାନାଭେରାଲରୁ ସ୍ପେସ୍ଏକ୍ସର ଫାଲକନ୍ ୯, ଇସ୍ରୋର ଜିସାଟ୍ ୨୦ କମ୍ୟୁନିକେସନ ସେଟେଲାଇଟରୁ ସଫଳ ଉତକ୍ଷେପଣ ହୋଇଛି । 

ପ୍ରାୟ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଭାରତୀୟ ଉପଗ୍ରହ, ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି । ଯାହା ଆଗାମୀ ୧୪ ବର୍ଷ ପାଇଁ ମହାକାଶରେ ରହି ଦେଶର କମ୍ୟୁନିକେସନ କ୍ଷେତ୍ର ଉପରେ କାମ କରିବ । ଯେଉଁଥିରେ କା-ବ୍ୟାଣ୍ଡ ହାଇ-ଥ୍ରୋପଟ୍ କମ୍ୟୁନିକେସନ ପେଲୋଡ୍ ରହିଛି  । ଏହି ସାଟେଲାଇଟ୍‌ ଥରେ କାର୍ଯ୍ୟକ୍ଷମ ହେବା ପରେ, ଏହା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ଫ୍ଲାଇଟ୍ ଇଣ୍ଟରନେଟ୍ ସେବା ସହିତ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ ।ଏହା ଏକ ଯୋଗାଯୋଗ ଉପଗ୍ରହ, ଯାହା ଜିସାଟ୍-N୨ ନାଁରେ ପରିଚିତ । 

ଏଥିରେ ୮ଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ରହିଛି । ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଇସ୍ରୋର ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ, ଏନଏସଆଇଏଲ ଚଳିତ ବର୍ଷ ଜାନୁଆରୀ ୩ରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ମିଶି କାମ କରିବା ପାଇଁ ପ୍ରଥମ ଥର ପାଇଁ ଘୋଷଣା କରିଥିଲା । ଏହାପରେ ୪୩୦ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଥିଲା ଭାରତ । କିନ୍ତୁ ଜିସାଟ୍-୨୦ ଉପଗ୍ରହ ଉତକ୍ଷେପଣ ପାଇଁ ଇସ୍ରୋକୁ ସ୍ପେସ୍ ଏକ୍ସ ସହିତ ପାର୍ଟନରସିପ୍ କରିବାକୁ ପଡିଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Elon Musk’s SpaceX launches ISRO's communication satellite GSAT-N2 into space | Argus News