Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମୋଦିଙ୍କ ସହ କଥା ହେବା ଏକ ବଡ଼ ସମ୍ମାନ'

National

'ମୋଦିଙ୍କ ସହ କଥା ହେବା ଏକ ବଡ଼ ସମ୍ମାନ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
'ମୋଦିଙ୍କ ସହ କଥା ହେବା ଏକ ବଡ଼ ସମ୍ମାନ'

ଖୁବ୍‌ଶୀଘ୍ର ଭାରତ ଆସିବେ ଏଲନ୍‌ ମସ୍କ । ହେଲେ ଆସିବା ପୂର୍ବରୁ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ । ମସ୍କ କହିଛନ୍ତି ପିଏମ ମୋଦିଙ୍କ ସହ କଥା ହେବା ଏକ ବଡ଼ ସମ୍ମାନ । ଚଳିତବର୍ଷ ଭାରତ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହେବା ପରେ ଏପରି କହିଛନ୍ତି ସ୍ପେସ୍ ଏକ୍ସର ମାଲିକ ଏଲନ ମସ୍କ । ଖୁବଶୀଘ୍ର ସେ ଭାରତ ଆସିବେ ବୋଲି ଏକ୍ସ ପୋଷ୍ଟରେ ମଧ୍ୟ ଲେଖିଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିକନଫରେନ୍ସରେ କଥା ହେବା ପରେ ଘୋଷଣା କରିଛନ୍ତି ଏଲନ ମସ୍କ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ପ୍ରଶାସନର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ମସ୍କ ହେଉଛନ୍ତି ଜଣେ । ମସ୍କ ସରକାରୀ ଖର୍ଚ୍ଚ ହ୍ରାସ ଏବଂ ସଂଘୀୟ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ଏକ ସରକାରୀ ଦକ୍ଷତା ପଦକ୍ଷେପର ନେତୃତ୍ୱ ନେଉଛନ୍ତି। ଅନ୍ୟପକ୍ଷରେ ଏହି ଆଲୋଚନା ଓ ମସ୍କଙ୍କ ପ୍ରସ୍ତାବିତ ଭାରତ ଗସ୍ତ ପରେ ଟେସଲାର ଭାରତ ଏଣ୍ଟ୍ରି ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୂର୍ବରୁ, ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଥିଲେ, "ଏଲନ୍ ମସ୍କଙ୍କ ସହ କଥାବାର୍ତ୍ତା ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ୍ ଡିସିରେ ଆମର ବୈଠକ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ। ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବାକୁ ପ୍ରତିବଦ୍ଧ," ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Elon Musk makes big announcement of visiting India after call with PM Modi | Argus News