Videos
|
National

ସାପ ବିଷ  ବିକୁଛନ୍ତି  ବିଗ୍ ବସ୍ ୱିନର ଏଲଭିସ୍ ଯାଦବ

Manini Pattanayak
Browse all articles by Manini Pattanayak
·2 years ago·1 min read
ସାପ ବିଷ  ବିକୁଛନ୍ତି  ବିଗ୍ ବସ୍ ୱିନର ଏଲଭିସ୍ ଯାଦବ

ନୂଆଦିଲ୍ଲୀ:  ରେଭ୍ ପାର୍ଟିରେ ସାପ ବିଷ ।  ଏଲଭିସ୍ ଯାଦବ  ରେଭ୍ ପାର୍ଟିରେ ସାପ ପିନ୍ଧୁଛନ୍ତି ଏବଂ ସାପ ବିଷର ବ୍ୟବହାର କରୁଛନ୍ତି। ତାଙ୍କୁ  ତୁରନ୍ତ  ଗିରଫ କରାଯାଉ ବୋଲି   ବିଜେପି ସାଂସଦ ମାନେକା ଗାନ୍ଧୀ କହିଛନ୍ତି। ଏଲଭିସଙ୍କ ବିରୋଧରେ   ସାପ ଚୋରା ଚାଲାଣର ଅଭିଯୋଗରେ  ମାମଲା ରୁଜୁ କରିଛି ନୋଏଡା ପୋଲିସ । ବିଭିନ୍ନ ପାର୍ଟି ଓ କ୍ଲବକୁ ସେ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ୫ଜଣ ଏଲଭିସ୍ ଯାଦବ ଙ୍କ ନା ମଧ୍ୟ ନେଇଛନ୍ତି।  

କିନ୍ତୁ ଏଲଭିସ୍ ଯାଦବ ଏକ ଭିଡିଓ ଜାରି କରି ଏହାକୁ ଖଣ୍ଡନ କରି କହିଛନ୍ତି, ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହା ସଂପୂର୍ଣ୍ଣ ଭୁଲ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ  । ଅଭିଯୋଗର କୌଣସି ସତ୍ୟତା ନାହିଁ । ସେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି  ବୋଲି କହିଛନ୍ତି।  ଏପଟେ  ମାନେକା ଗାନ୍ଧୀ କହିଛନ୍ତି ଏହି ବ୍ୟକ୍ତି ଟିରାପି ବଢାଇବା ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ । ଶିଘ୍ର ଗିରଫ କରାଯାଉ ଏଲଭିସ୍ ଯାଦବ ଙ୍କୁ। 

 ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: