Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Emergency ଓ ଗ୍ଲାମର ଚେହେରା

National

Emergency ଓ ଗ୍ଲାମର ଚେହେରା

Sudeshna Mishra
Browse all articles by Sudeshna Mishra
·10 months ago·2 min read
Emergency ଓ ଗ୍ଲାମର ଚେହେରା

Key Points

25 ଜୁନ 1975ର ଅଧରାତି


ଅଲ୍‌ ଇଣ୍ଡିଆ ରେଡିଓ ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଣ୍ଠ ସ୍ୱର ଗୁଂଜରିତ ହେଲା: "ରାଷ୍ଟ୍ରପତି ଆପାତକାଲ ଘୋଷଣା କରିଛନ୍ତି"


ସେ ଏହାକୁ ଦେଶରେ ବିଭ୍ରାଟ,ଅଶାନ୍ତ ଓ ବିଶୃଙ୍ଖଳିତ ସ୍ଥିତି ବିରୁଦ୍ଧରେ ଏକ ଢାଲ ବୋଲି ବ୍ୟାଖ୍ୟା କଲେ, କିନ୍ତୁ ଏହା ଏକଛତ୍ରବାଦ ଶାସନ ଆରମ୍ଭର ସଂକେତ ଥିଲା


ବନ୍ଧ୍ୟାକରଣ ଅଭିଯାନର ଅନ୍ୟତମ ମୁଖ୍ୟ ଚେହେରା ଥିଲେ ରୁକଶାନା ସୁଲତାନା


ଚ25 ଜୁନ 1975ର ଅଧରାତି,- ଅଲ୍‌ ଇଣ୍ଡିଆ ରେଡିଓ ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଣ୍ଠ ସ୍ୱର ଗୁଂଜରିତ ହେଲା: "ରାଷ୍ଟ୍ରପତି ଆପାତକାଲ ଘୋଷଣା କରିଛନ୍ତି"। ସେ ଏହାକୁ ଦେଶରେ ବିଭ୍ରାଟ,ଅଶାନ୍ତ ଓ ବିଶୃଙ୍ଖଳିତ ସ୍ଥିତି ବିରୁଦ୍ଧରେ ଏକ ଢାଲ ବୋଲି ବ୍ୟାଖ୍ୟା କଲେ, କିନ୍ତୁ ଏହା ଏକଛତ୍ରବାଦ ଶାସନ ଆରମ୍ଭର ସଂକେତ ଥିଲା।


ଯଦିଓ ସଞ୍ଜୟ ଗାନ୍ଧୀ କୌଣସି ସରକାରୀ ପଦରେ ନଥିଲେ କିନ୍ତୁ ଏହି ଏମରଜେନ୍ସି ପଛରେ ତାଙ୍କର ଯୋଜନା ରହିଥଲା। ଏହି ଯୋଜନା ଅନୁଯାୟୀ ଅଧିକ ବିରୋଧୀ ନେତାଙ୍କୁ ଭୋର ପୂର୍ବରୁ ଗିରଫ କରାଗଲା। ସବୁ କ୍ଷେତ୍ରର ଜଣାଶୁଣା ବ୍ୟକ୍ତି ଏହି ଅଭିଯାନର ଶିକାର ହେଲେ।

ସରକାର ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ଡିଫେନ୍ସ ଅଫ୍ ଇଣ୍ଡିଆ ରୁଲ୍ସ ଲାଗୁ କଲା, ଏବଂ ସବୁ ଖବରକୁ ସେନ୍ସର କଲା। ସରକାର ଆଇନ ଅଧିନରେ ଗିରଫ ହେଉଥିବା ଲୋକଙ୍କୁ ଆଇନ ଶୁଣାଣି ସୁଯୋଗ ବନ୍ଦ କରିଦେଲା। ଏହି ଅଧିକାର ହେବିଅସ କର୍ପସ୍ ନାମରେ ଜଣାଶୁଣା।


1976-77 ମଧ୍ୟରେ ସଞ୍ଜୟ ଗାନ୍ଧୀଙ୍କ ନେତୃତ୍ୱରେ ନସବନ୍ଧି ବା ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହେଲା। ଲକ୍ଷ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ, ଯାହା ଜବରଦସ୍ତିରେ କରାଗଲା। ଏହି ଅଭିଯାନର ଏକ ଅନ୍ୟତମ ମୁଖ୍ୟ ଚେହେରା ଥିଲେ ରୁକଶାନା ସୁଲତାନା, ଜିଏ ଚସ୍ମା ଓ ଷ୍ଟାଇଲିସ୍ ସୁଟ୍‌ ପାଇଁ ଖ୍ୟାତି ରଖୁଥିଲେ। ସେ ପୁରୁଣା ଦିଲ୍ଲୀରେ ବହୁ ସଂଖ୍ୟାରେ ନସବନ୍ଧି କେନ୍ଦ୍ର ଚଲାଉଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଞ୍ଜୟ ଗାନ୍ଧୀଙ୍କ ରାଜନୈତିକ ଜୀବନରେ ରୁଖସାନା ସୁଲ୍ତାନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ । ସେ ୧୯୭୫ର ଜରୁରୀ ପରିସ୍ଥିତି ସମୟରେ ସଞ୍ଜୟଙ୍କ ଏକ ନିକଟ ଉପଦେଷ୍ଟା ଓ ରାଜନୈତିକ ସଚିବ ଭାବେ ଚର୍ଚ୍ଚିତ ଥିଲେ । ସେ ଅନେକ ବିବାଦସ୍ପଦ ନିଷ୍ପତ୍ତିରେ ସଞ୍ଜୟଙ୍କ ସହଯୋଗୀ ଭାବେ ଅଭିଯୁକ୍ତ ହୋଇଥିଲେ ।


ତାଙ୍କ ନାମ ସେହି ସମୟର "ବନ୍ଧ୍ୟାକରଣ ଅଭିଯାନ" ସହ ଉଲ୍ଲେଖ ହୁଏ । ଦିଲ୍ଲୀର ଜାମାମସଜିଦ ନିକଟ ଦୁଜାନା ହାଉସ୍‌ରେ ସେ ଏକ ବନ୍ଧ୍ୟାକରଣ ଶିବିର ଚଳାଇଥିଲେ, ଯାହା ଅତ୍ୟନ୍ତ ବିବାଦସ୍ପଦ ଥିଲା । ସ୍ଥାନୀୟ ଲୋକମାନେ ଏହାକୁ (ବନ୍ଧ୍ୟାକରଣ ଅଭିଯାନ)କୁ ବଳପୂର୍ବକ ବାଧ୍ୟ କରାଯିବା ଅଭିଯୋଗ ଉଠାଇଥିଲେ । ଏହି କାରଣରୁ ଏଠାରେ ଅନେକ ସମୟରେ ଲୋକମାନେ ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ବଡ଼ କଳା ଚସ୍ମା ଓ ଷ୍ଟାଇଲିଶ୍‌ ଡ୍ରେସ୍‌ ପାଇଁ ପ୍ରସିଦ୍ଧ ଥିବା ରୁକଶାନା ସୁଲତାନା ଯିଏ ସେଥିରେ ଏକ ମୁଖ୍ୟ ଚେହେରା ଥିଲେ । ସେହି ଜରୁରୀକାଳୀନ ଦିନ ମାନଙ୍କର ତାଙ୍କ ଭୂମିକାକୁ ନେଇ ଆଜି ଯାଏଁ  ଚର୍ଚ୍ଚା  ଓ ଆଲୋଚନା ହୁଏ ।


Sponsored
emergency-and-glamour-ruksana-sulatana | Argus News