Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Leave Application / ପ୍ରେମିକା ସହ ସମୟ କାଟିବାକୁ ଏମିତି ଆପ୍ଲିକେସନ ଲେଖିଲେ କର୍ମଚାରୀ

Rashmita Mishra
Browse all articles by Rashmita Mishra
·7 months ago·2 min read
 ପ୍ରେମିକା ସହ ସମୟ କାଟିବାକୁ ଏମିତି ଆପ୍ଲିକେସନ ଲେଖିଲେ କର୍ମଚାରୀ
Leave Application

Key Points

ଜଣେ କର୍ମଚାରୀ ତାଙ୍କ ପ୍ରେମିକାଙ୍କ ସହିତ ସମୟ ବିତାଇବା ପାଇଁ ଛୁଟି ମାଗିବାକୁ ତାଙ୍କ ମ୍ୟାନେଜରଙ୍କୁ ଇମେଲ୍ କରିଛନ୍ତି । 

ବର୍ତ୍ତମାନ ବଦଳିଛି ସମୟ... ବଦଳୁଛି ସମସ୍ତ ପ୍ରକାରର ଢ଼ାଞ୍ଚା । ଆଉ ଅଫିସ ମାନଙ୍କରେ ବଦଳିଯାଇଛି ପୂର୍ବରୁ ଥିବା ନିୟମ । ପୂର୍ବରୁ ବ୍ୟକ୍ତିଗତ କାରଣରୁ ଛୁଟି ନେବା କଷ୍ଟକର ହୋଇପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି । ଯାହାକୁ ଦେଖିଲେ ଆପଣବି ବିଶ୍ଵାସ କରିପାରିବେ ନାହିଁ । ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସିବ କି ? ଏପରି କ'ଣ ସତରେ ହୋଇପାରେ । ଜଣେ ବ୍ୟକ୍ତି ଏତେ ସଚ୍ଚୋଟ କେମିତି ?

ସୂଚନାନୁଯାୟୀ ଜଣେ କର୍ମଚାରୀ ତାଙ୍କ ପ୍ରେମିକାଙ୍କ ସହିତ ସମୟ ବିତାଇବା ପାଇଁ ଛୁଟି ମାଗିବାକୁ ତାଙ୍କ ମ୍ୟାନେଜରଙ୍କୁ ଇମେଲ୍ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କି ଯେ ସେ କୌଣସି ବାହାନା କରିନଥିଲେ, ବରଂ ସ୍ପଷ୍ଟ ଏବଂ ସଚ୍ଚୋଟ ଭାବରେ କଥା କହିଥିଲେ । କର୍ମଚାରୀ ଜଣକ ଇମେଲ୍ କରିଥିଲେ ଯେ ତାଙ୍କ ପ୍ରେମିକା ଡିସେମ୍ବର ୧୭ ତାରିଖରେ ଉତ୍ତରାଖଣ୍ଡରେ ତାଙ୍କ ଘରକୁ ଯାଉଛନ୍ତି ଏବଂ ଜାନୁଆରୀ ଆରମ୍ଭ ପର୍ଯ୍ୟନ୍ତ ଫେରିବେ ନାହିଁ । ତେଣୁ, ସେ ତାଙ୍କ ଯିବା ପୂର୍ବରୁ ଡିସେମ୍ବର ୧୬ ତାରିଖରେ ଗୋଟେ ଦିନ ଛୁଟି ଚାହୁଁଥିଲେ ।
https://argusnewdashboard.s3.ap-south-1.amazonaws.com/assets/bfe520eb-2288-4ff9-8ae3-753cf001a649.jpg
ପୂର୍ବରୁ ଲୋକମାନେ ବାହାନା କରି ଛୁଟି ନେଉଥିଲେ
ଏହି ଇମେଲ୍ ଏକ କମ୍ପାନୀର ମ୍ୟାନେଜର ବୀରେନ୍ ଖୁଲ୍ଲାରଙ୍କ ପାଖକୁ ପଠାଯାଇଥିଲା । ସେ ଲିଙ୍କଦିନ୍‌ରେ ଏହି ଛୁଟି ଅନୁରୋଧର ଏକ ସ୍କ୍ରିନ୍‌ସଟ୍ ସେୟାର କରିଥିଲେ, ଯାହା ଖୁବ୍ ଭାଇରାଲ୍ ହୋଇଥିଲା । ବୀରେନ୍ ଖୁଲ୍ଲାର ଲେଖିଛନ୍ତି ଯେ ପୂର୍ବରୁ, ଏପରି ପରିସ୍ଥିତିରେ ଲୋକମାନେ ହଠାତ୍ କହୁଥିଲେ, "ମୁଁ ଅସୁସ୍ଥ" କହି ଛୁଟିରେ ରହୁଥିଲେ କିନ୍ତୁ ଏବେ ଲୋକମାନେ ସତ କହିବା ସହ ସେମାନଙ୍କର ନିଜର ମତାମତ ଦେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଏହି ପ୍ରକାରର ନିୟମ ପସନ୍ଦ ଏହିପରି ହେବା ଦ୍ଵାରା କାମ କରିବା ସହଜ ହୋଇଥାଏ ଓ ବିଶ୍ୱାସ ମଧ୍ୟ ବଢ଼ିଥାଏ ।
https://argusnewdashboard.s3.ap-south-1.amazonaws.com/assets/85c19e8c-5463-4432-bf1f-2b16e8b61da3.jpg
ସେହି ପୋଷ୍ଟରେ ମ୍ୟାନେଜର ମଜା କରି ଲେଖିଲେ, "ପ୍ରେମକୁ ମନା କରାଯାଇପାରିବ ନାହିଁ, ଛୁଟି ମିଳିଯିବ" ପୋଷ୍ଟଟି କୁ ଅନେକ ଲୋକ ଲାଇକ୍ କରିଛନ୍ତି । ଅନେକ ବ୍ୟବହାରକାରୀ କର୍ମଚାରୀଙ୍କ ସଚ୍ଚୋଟତା ଏବଂ ମ୍ୟାନେଜରଙ୍କ ବୁଝାମଣାକୁ ପ୍ରଶଂସା କରିଛନ୍ତି । ଲୋକମାନେ କହିଛନ୍ତି କି ଏହା ଏକ ଭଲ ଏବଂ ସୁସ୍ଥ କାର୍ଯ୍ୟ କଲଚରର ସଙ୍କେତ, ଯେଉଁଠାରେ କାମ ସହିତ ବ୍ୟକ୍ତିଗତ ଜୀବନକୁ ମଧ୍ୟ ସମ୍ମାନ କରାଯାଏ । କହିବାକୁ ଗଲେ ଏହି ମାମଲା ଆଜିର କାର୍ଯ୍ୟକ୍ଷେତ୍ରରେ ବିଶ୍ୱାସ, ବୁଝାମଣା ଏବଂ ସହାନୁଭୂତିର ଗୁରୁତ୍ୱକୁ ବୁଝାଉଛି । ଜଣେ ଅନ୍ୟ ଜଣର ଇଚ୍ଛାକୁ ସମ୍ମାନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Leave Application | Employee Writes Application to Spend Time with Girlfriend | Argus News