Videos
|
National

ମରୁଛନ୍ତି ଆତଙ୍କୀ, ମୂଳପୋଛ ହେଉଛି ଆତଙ୍କବାଦ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମରୁଛନ୍ତି ଆତଙ୍କୀ, ମୂଳପୋଛ ହେଉଛି ଆତଙ୍କବାଦ

Key Points

ଖୋଜିଖୋଜି ଆତଙ୍କୀଙ୍କୁ ମାରୁଛନ୍ତି ଯବାନ

୨ ରୁ ୩ ଆତଙ୍କୀ ଲୁଚିଛନ୍ତି


ପହଲଗାମ ଆକ୍ରମଣ ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ରହିଛି ଭାରତୀୟ ସେନା। ଜମ୍ମୁ-କାଶ୍ମୀରରୁ ଆତଙ୍କବାଦକୁ ମୂଳପୋଛ କରିବାକୁ ଜାରି ରହିଛି ଅପରେସନ। ଖୋଜିଖୋଜି ଆତଙ୍କୀଙ୍କୁ ମାରୁଛନ୍ତି ଯବାନ।


ଗୁରୁବାର ସକାଳୁ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଜମ୍ମୁ-କାଶ୍ମୀରର ତ୍ରାଲର ନାଦିର ଗାଁରେ ମୁହାଁମୁହିଁ ହୋଇଛନ୍ତି ଆତଙ୍କୀ ଓ ସୁରକ୍ଷାକର୍ମୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅଞ୍ଚଳରେ ୨ ରୁ ୩ ଜଣ ଆତଙ୍କୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା। ସେନା ଉପରକୁ ଆତଙ୍କୀ ଗୁଳି ଚାଳନା କରିଥିଲେ। ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ। ଏନେଇ ସୁରକ୍ଷା ବାହିନୀ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି।


ସୂଚନାଯୋଗ୍ୟ : ମଙ୍ଗଳବାର ସୁରକ୍ଷା ବାହିନୀ କାଶ୍ମୀରର ଶୋପିଆନରେ ତିନି ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ। ସମସ୍ତ ତିନି ଜଣ ଆତଙ୍କବାଦୀ ଲସ୍କର-ତୈବାର ଥିଲେ।


ଏହି ଅପରେସନରେ ନିହତ ଲସ୍କର ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ନାମ ଶାହିଦ କୁଟ୍ଟେ, ଯିଏ ଶୋପିଆନର ବାସିନ୍ଦା ଥିଲେ। ସେ ୮ ମାର୍ଚ୍ଚ, ୨୦୨୩ ରେ ଲସ୍କରରେ ଯୋଗ ଦେଇଥିଲା। ୨୦୨୪ ସେ ଶୋପିଆନରେ ବିଜେପି ସରପଞ୍ଚଙ୍କୁ ହତ୍ୟା କରିଥିଲା। ଶୋପିଆନର ଶୋକଲ କେଲରର ସାଧାରଣ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଜାତୀୟ ରାଇଫଲ୍ସ ୟୁନିଟ୍ ସୂଚନା ପାଇଥିଲା। ବର୍ତ୍ତମାନ ବି ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।