Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାରେ ଏନକାଉଣ୍ଟର, ଗର୍ଜୁଛି ଯବାନଙ୍କ ବନ୍ଧୁକ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାରେ ଏନକାଉଣ୍ଟର, ଗର୍ଜୁଛି ଯବାନଙ୍କ ବନ୍ଧୁକ

ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ
ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାରେ ଏନକାଉଣ୍ଟର
ପୁଞ୍ଛ ସେକ୍ଟରରେ LoC ନିକଟରେ IED ବିସ୍ଫୋରଣ
କଠୁଆର ସନ୍ୟାଲ ଗାଁରେ NSG ଟିମ୍ ର ସର୍ଚ୍ଚ ଅପରେସନ
ସୋପିଆନରେ ବିଛିନ୍ନତାବାଦୀ ନେତାଙ୍କ ଘରେ CIK ଓ ପୋଲିସର ରେଡ


ସୀମାନ୍ତରେ ଗର୍ଜୁଛି ଯବାନଙ୍କ ବନ୍ଧୁକ । ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଏନକାଉଣ୍ଟର । ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ରବିବାର ଭାରତ-ପାକ୍ ଅନ୍ତର୍ଜାତୀୟ ସୀମାନ୍ତରେ ଥିବା ହିରାନଗର ସେକ୍ଟରର ସାନ୍ୟାଲ ଗାଁ ନିକଟରେ 5 ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂତନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଅପରେସନକୁ ଜୋରଦାର କରିବାକୁ ସୋମବାର ଅପରେସନରେ ସାମିଲ ହୋଇଛନ୍ତି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ । ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ଅପରେସନ ଜାରି ରଖିଛନ୍ତି ଯବାନ । ଗୁଳି ବିନିମୟରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ଆହତ ହୋଇଥିବା ଜଣାପଡ଼ିଛି । ଜମ୍ମୁ କାଶ୍ମୀର ପୋଲିସ ଡିଜି ଅପରେସନ ଉପରେ ସତର୍କ ଦୃଷ୍ଟି ରଖିବା ସହ ଅପରସେନକୁ ମନିଟରିଂ ପାଇଁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଉଛି ।

ଜମ୍ମୁ କାଶ୍ମୀରର ପୁଞ୍ଛ ସେକ୍ଟରରେ LoC ନିକଟରେ IED ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ସେଠାରେ ମଧ୍ୟ ଆତଙ୍କବାଦୀଙ୍କ ଉପସ୍ଥିତି ସନ୍ଦେହରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ସୋପିଆନରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା ଅଭିଯୋଗରେ ଏକାଧିକ ବିଚ୍ଛିନ୍ନତାବାଦୀ ନେତାଙ୍କ ବାସଭବନରେ ଚଢ଼ାଉ କରିଛି କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ଟିମ୍ । ପାକିସ୍ତାନୀ ଆତଙ୍କବାଦୀଙ୍କୁ ସ୍ଥାନୀୟ ବିଚ୍ଛିନ୍ନତାବାଦୀ ନେତା ଆଶ୍ରୟ ଦେବା ସହ ଆତଙ୍କବାଦୀ ଆକ୍ରମଣ ପାଇଁ ସହାୟତା କରୁଥିବା ଅଭିଯୋଗ ରହିଛି । ସୋପିଆନ ସହ ହୀରାନଗର ଅଞ୍ଚଳରେ ଆତଙ୍କବାଦୀ ବ୍ୟବହାର କରୁଥିବା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା ।

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଲଗାତାର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ । ଆଧୁନିକ ରାଡାର ଓ ଡ୍ରୋନର ଉପଯୋଗ କରି ସୀମା ଉପରେ ରଖାଯାଉଛି ସତର୍କ ଦୃଷ୍ଟି । କିନ୍ତୁ ଜମ୍ମୁ କାଶ୍ମୀରରେ କିଛି ବିଚ୍ଛିନ୍ନତାବାଦୀ ସଂଗଠନ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା କରୁଛନ୍ତି । ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ ପାଇଁ ମଧ୍ୟ NIA ପକ୍ଷରୁ ମଧ୍ୟ ଲଗାତାର ଚଢ଼ାଉ ଜାରି ରହିଛି । ଗତ ସପ୍ତାହରେ ଜମ୍ମୁ କାଶ୍ମୀରର ୨ ବିଚ୍ଛିନ୍ନତାବାଦୀ ସଂଗଠନ ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter on the India-Pakistan international border | Argus News