Rajyasabha Election / ଏଥର ରାଜ୍ୟସଭାରୁ ପୋଛି ହୋଇଯିବ ଅନେକ ଦଳ, କଂଗ୍ରେସର କେତେ ସଂଖ୍ୟା ରହିବ ?

Key Points
ରାଜ୍ୟସଭାରେ ମଜଭୁତ ହେବ NDA । ଚଳିତବର୍ଷ ଶେଷ ବେଳକୁ NDAର ପ୍ରାୟ ୧୪୫ ଏବଂ ବିରୋଧୀ ମେଣ୍ଟ ପାଖରେ ରହିବ ୭୫ଟି ରାଜ୍ୟସଭା ଆସନ । ରାଜ୍ୟସଭାରୁ ଶେଷ ହୋଇଯିବ BSP । ଏପ୍ରିଲରେ ଖାଲି ହେବ ଓଡ଼ିଶାର ୪ ଟି ସିଟ୍ । ଶେଶ ହେଉଛି ମମତା ମହନ୍ତ, ସୁଜିତ କୁମାର, ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ।
ଚଳିତବର୍ଷ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ପୁଡ଼ୁଚେରୀ ପରି ଏକାଧିକ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଉତ୍ତରପ୍ରଦେଶଠୁ ବିହାର, ମହାରାଷ୍ଟ୍ର, ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଖାଲି ହେବ ରାଜ୍ୟସଭା ଆସନ। ୨୦୨୬ ଏପ୍ରିଲରୁ ଜୁନ ଏବଂ ପୁଣି ନଭେମ୍ବର ଭିତରେ ଖାଲି ହେବ ପ୍ରାୟ ୭୫ଟି ସିଟ।
ଓଡ଼ିଶାରେ ୪, ଆନ୍ଧ୍ରପ୍ରଦେଶରେ ୪, ଅରୁଣାଚଳରେ ଗୋଟିଏ, ଆସାମରେ ୩, ବିହାରରେ ୫, ଛତିଶଗଡ଼ରେ ୨, ଗୁଜୁରାଟରେ ୪, ହରିୟାଣାରେ ୨, ହିମାଚଳରେ ଗୋଟିଏ, ଝାଡ଼ଖଣ୍ଡରେ ୨, କର୍ଣ୍ଣାଟକରେ ୪, ମଧ୍ୟପ୍ରଦେଶରେ ୩, ମହାରାଷ୍ଟ୍ରରେ ୭, ମଣିପୁର, ମେଘାଳୟ, ମିଜୋରାମରେ ଗୋଟିଏ ଲେଖାଏଁ, ରାଜସ୍ଥାନରେ ୩, ତାମିଲନାଡୁରେ ୬, ତେଲେଙ୍ଗାନାରେ ୨, ଉତ୍ତରଖଣ୍ଡରେ ଗୋଟିଏ, ଉତ୍ତରପ୍ରଦେଶରେ ୧୦, ପଶ୍ଚିମବଙ୍ଗରେ ୫ଟି ଆସନ ସହ ଗୋଟିଏ ମନୋନୀତ ସଦସ୍ୟ ପଦ ଖାଲି ହେବ।
୨୦୨୬ ଏପ୍ରିଲରେ ଖାଲି ହେବ ଓଡ଼ିଶାର ୪ଟି ରାଜ୍ୟସଭା ଆସନ । ବିଜେପିର ମମତା ମହନ୍ତ ଓ ସୁଜିତ କୁମାରଙ୍କ ସହ ବିଜେଡିର ମୁଜିବୁଲା ଖାଁ ଅର୍ଥାତ ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେବେ ଓଡ଼ିଶାରେ ୩ ସିଟ ପାଇବୁ ବୋଲି କହିଛନ୍ତି ବିଜେପି ସାଂସଦ ମମତା ମହାନ୍ତ । ରାଜ୍ୟସଭାରେ ବର୍ତମାନ NDAର ୧୩୩ ସିଟ ଥିବା ବେଳେ ବିରୋଧୀଙ୍କ ପାଖେ ୮୦ ସିଟ ରହିଛି । ଏହି ସଂଖ୍ୟାରେ ୨୦୨୬ ଶେଷ ବେଳକୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଚଳିତବର୍ଷ ଶେଷ ବେଳକୁ NDAର ପ୍ରାୟ ୧୪୫ ଏବଂ ଵିରୋଧୀ ମେଣ୍ଟ ପାଖରେ ୭୫ଟି ରାଜ୍ୟସଭା ଆସନ ରହିବ ।
କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କ ସହ ଦିଗବିଜୟ ସିଂ, ଶରଦ ପାୱାର, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ରବନୀତ ସିଂ ବିଟୁଙ୍କ ପରି ନେତାଙ୍କ କାର୍ଯ୍ୟକାଲ ୨୦୨୬ରେ ଶେଷ ହେବ । ଏମାନଙ୍କ ମଧ୍ୟରେ କେଉଁ ନେତା ରିପିଟ ହେବେ କିମ୍ବା ନୂଆ ଚେହେରା ଆସିବେ ତା ଉପରେ ନଜର ରହିବ ।
📱 Get Argus News App
✨Related Topics
Explore more stories