Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅରବିନ୍ଦ କେଜରିୱାଲ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ଅରବିନ୍ଦ କେଜରିୱାଲ ଗିରଫ

ଅର୍ଗସ ବ୍ୟୁରୋ:  ଅରବିନ୍ଦ କେଜରିୱାଲ ଗିରଫ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବର୍ତ୍ତମାନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି। ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଇଡି କେଜରିୱାଲଙ୍କୁ ଗିରଫ କରିଛି।

ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଭାରତ ଇତିହାସରେ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Enforcement Directorate Arrested Arvind Kejriwal | Argus News