Happy Birth Day PM Modi / ମୋଦିଙ୍କ ଜନ୍ମଦିନ ପାଳିଲା ସାରା ଓଡ଼ିଶା, ଧର୍ମେନ୍ଦ୍ର ଲଗାଇଲେ ଗଛ

Key Points
ଓଡ଼ିଶାକୁ ଯେଉଁ ସାଢ଼େ ୭ କୋଟି ଲକ୍ଷ୍ୟ ଦିଆଯାଇଛି ତାକୁ ପୂରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।
ବିଶ୍ୱନାୟକଙ୍କ ଜନ୍ମଦିନ ପାଳୁଛି ସାରା ଦେଶ, ସାରା ଓଡ଼ିଶା । ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ରାଜ୍ୟପାଳ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସମ୍ବଲପୁରରେ ଚାରା ରୋପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିଭିନ୍ନ ସ୍ଥାନରେ ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଦୀପଦାନ, ଗଛ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଭୁବନେଶ୍ବର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ବିଶ୍ୱବିଦ୍ୟାଳୟ ପରିସରକୁ ସଫା କରିଥିଲେ ରାଜ୍ୟପାଳ । ସାମିଲ ହୋଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟ ପରିସରରେ ୭୫ଟି ଗଛ ଲଗାଇଥିଲେ । ପରିବେଶ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ।
ଭୁବନେଶ୍ୱର ଏକାମ୍ର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ - ଏକ ପେଡ଼ ମା କେ ନାମ ୨.୦। ଏହି ଅଭିଯାନରେ ରାଜ୍ୟବ୍ୟାପୀ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯାଉଛି । ଏହି ବିଶେଷ ଅଭିଯାନରେ ଯୋଡ଼ିହୋଇ ଆମ ପରିବେଶର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥର ଓଡ଼ିଶାକୁ ଯେଉଁ ସାଢ଼େ ୭ କୋଟି ଲକ୍ଷ୍ୟ ଦିଆଯାଇଛି ତାକୁ ପୂରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ସମ୍ବଲପୁରରେ ଚାରା ରୋପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗୋଶାଳା ସ୍ଥିତ ସୈନିକ ସ୍କୁଲରେ ଗଛ ଲଗାଇ 'ଏକ୍ ପେଡ୍ ମା କେ ନାମ୍' ନାଁରେ ବୃକ୍ଷରୋପଣ ପାଇଁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସହିଦ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି- ଶିକ୍ଷକ ହେଉ ଶିକ୍ଷୟିତ୍ରୀ ହୁଅନ୍ତୁ ସବୁଠୁ ଉପରେ ଆମ ମା । ମାଙ୍କୁ ଯେମିତି ସମ୍ମାନ କରାଯାଏ, ଆଦର କରାଯାଏ, ଯତ୍ନ କରାଯାଏ । ସେମିତି ଧରିତ୍ରୀ ମାଙ୍କୁ ସୁରକ୍ଷିତ ରଖିବାର ଦାୟିତ୍ବ ଆମ ସମସ୍ତଙ୍କର । ଆଜି ପିଏମଙ୍କ ଜନ୍ମଦିନରେ ତାଙ୍କୁ ସମ୍ମାନ ଜଣାଇ ୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ଆମେ ପାଳନ କରୁଛନ୍ତି । ଧରିତ୍ରୀ ମାଙ୍କୁ ଗଛ ଲଗାଇ ସେବା କରିବାକୁ ଆହ୍ବାନ କରିଛନ୍ତି ଧର୍ମେନ୍ଦ୍ର ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଗରିବ କଲ୍ୟାଣ ବିକାଶ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଗରିବ କଲ୍ୟାଣ ସମାବେଶ ମାଧ୍ୟମରେ ୧ ହଜାର ୧୧୪୧ ଲାଭାର୍ଥୀଙ୍କୁ ୨୦ଟି ବିଭିନ୍ନ ଯୋଜନାରେ ଗରିବଙ୍କୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହିତାଧିକାର ଙ୍କୁ ଯୋଜନା ଉପଲବ୍ଧ କରିଥିବାରୁ ନିଜକୁ ଗୌରବ ଲାଗୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ସହ ଦେଶର ମଙ୍ଗଳ ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ପତିତପାବନ ବାନା ମଧ୍ୟ ବନ୍ଧା ଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠରେ ମୋଦିଙ୍କ ଦୀର୍ଘାୟୁ କାମନା କରି ମନ୍ଦିର ସେବାୟତ ମାନେ ଅଖଣ୍ଡ ଦୀପ ଦାନ କରିଛନ୍ତି । ବାଙ୍କୀରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରି ଜଗତ ଜନନୀ ମା ଚର୍ଚ୍ଚିକାଙ୍କ ନିକଟରେ ସମୂହ ଦୀପ ଦାନ କରିଛନ୍ତି । ଜଳେଶ୍ୱର ଛମୌଜ ଜଗନ୍ନାଥ ମନ୍ଦିରରେ ପ୍ରାୟ ୫୦୦ ପ୍ରଦୀପ ପ୍ରଜ୍ବଳନ କରାଯାଇଛି ।
ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିପୁଳ ପରିମାଣରେ ବୃକ୍ଷରୋପଣ କରାଯାଇଛି । ଯେଉଁଥିରେ ରାଜ୍ୟର ଅନେକ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ ।...ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜଙ୍ଗଲ ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆଙ୍କ ସହିତ ଅନ୍ୟ ବରିଷ୍ଠ ନେତାମାନେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
📱 Get Argus News App
✨Related Topics
Explore more stories