Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ସାଢେ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର ...  

Manini Pattanayak
Browse all articles by Manini Pattanayak
·2 years ago·2 min read
 ସାଢେ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର ...  

ନୂଆଦିଲ୍ଲୀ : ସାଢେ  ୬କୋଟି  ଲୋକଙ୍କ ପାଇଁ  ଗୁଡ ନ୍ୟୁଜ୍।   ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ କରିଛି EPFO ।  EPFO  ଅଟୋ ମୋଡ ସେଟେଲମେଣ୍ଟ  ଆରମ୍ଭ କରିଛି। ଏଥିରେ  ୬କୋଟି ରୁ ଅଧିକ  ପିଏଫ  ମେମ୍ବରଙ୍କୁ   ଲାଭ ମିଳିବ।   ହେବ।  ଏହା ଏପରି ଏକ ସୁବିଧା  ଯାହା ଏମରଜେନ୍ସିରେ ପିଏଫ  ସଦସ୍ୟଙ୍କ ଫଣ୍ଡ  ପ୍ରୋଭାଇଡ୍‌  କରିଥାଏ। ଏହା ଅଧୀନରେ,  3 ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦିଆଯିବ।   ଅଟୋ-ମୋଡ ସେଟେଲମେଣ୍ଟ ଅନୁସାରେ ଏମରଜେନ୍ସି  ସମୟରେ  କର୍ମଚାରୀ ନିଜ EPFO ରୁ ଆଡଭାନ୍ସ ଟଙ୍କା ଉଠାଇପାରିବେ। EPFO କିଛି ପ୍ରକାର ଏମରଜେନ୍ସି ପାଇଁ ନିଜ ସବସ୍କ୍ରାଇବର୍ସଙ୍କୁ ଫଣ୍ଡରୁ ଟଙ୍କା ଉଠାଇବାର ସୁବିଧା ଦେଇଥାଏ।  ଏଥିରେ ଇମୋରଜେନ୍ସି ରୋଗର ଚିକିତ୍ସା, ଏଜୁକେଶନ, ବିବାହ, ଘର କିଣିବା ପାଇଁ ମଧ୍ୟ   EPFO ରୁ ଟଙ୍କା ଉଠାଇପାରିବେ। ଏହା ବ୍ୟତିତ ଯେକୌଣସି ଏକ ଏମରଜେନ୍ସି ପାଇଁ  ଆପଣ ପିଏଫ ଆକାଉଣ୍ଟରୁ ଆଡଭାନ୍ସ  ଉଠାଇପାରିବେ।  

 ଅଟୋ ମୋଡ୍ ସିଷ୍ଟମ୍ ମାଧ୍ୟମରେ  ହେବ କ୍ଲେମ ସେଟଲମେଣ୍ଟ

ଏମରଜେନ୍ସି ରେ ଏହି ଫଣ୍ଡର କ୍ଲେମ ସେଟଲମେଣ୍ଟ ପାଇଁ  ଅଟୋ ମୋଡର ଆରମ୍ଭ ଅପ୍ରେଲ ୨୦୨୦ରେ ହୋଇଯାଇଥିଲା।  କିନ୍ତୁ  ସେତେବେଳେ କେବଳ  ରୋଗ ବ୍ୟାଧି ସମୟରେ  ଟଙ୍କା ଉଠାଇବାର ସୁବିଧା ଥିଲା । ହେଲେ ବର୍ତ୍ତମାନ  ଏହାର  ନିୟମରେ  ବିସ୍ତାର କରାଯାଇଛି ।  ଅସୁସ୍ଥତା, ଶିକ୍ଷା, ବିବାହ ଏବଂ ଘର କିଣିବା ପାଇଁ ଆପଣ EPF ରୁ ଟଙ୍କା ମଧ୍ୟ ଉଠାଇ ପାରିବେ  । ଏଥିସହିତ ବର୍ତ୍ତମାନ ସବସ୍କ୍ରାଇବର୍ସ ଭାଇ କିମ୍ବା ଉଉଣୀ ଙ୍କ ବିବାହ ପାଇଁ ଆଡଭାନ୍ସ  ଫଣ୍ଡ ଉଠାଇପାରିବେ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେତେ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ଫଣ୍ଡ

EPF  ଆକାଉଣ୍ଟରୁ ଆଡଭାନ୍ସ  ଫଣ୍ଡର ଲିମିଟ୍‌ ବଢାଇଦିଆଯାଇଛଇ।  ପୂର୍ବରୁ ଏହି ଲିମିଟ୍‌ ୫୦,୦୦୦ ଟଙ୍କା ଥିଲା। ବର୍ତ୍ତମାନ ଏହା ଏକ ଲକ୍ଷ କରାଇ ଦିଆଯାଇଛି। ଆଡଭାନ୍ସ  ବାହାର ର କାର୍ଯ୍ୟ ଅଟୋ ସେଟେଲମେଣ୍ଟ  ମୋଡ  କମ୍ପ୍ୟୁଟର ମାଧ୍ୟମରେ  ଯିବ।  ଏଥିରେ କାହାର ଆପ୍ରୁଭାଲ ର ଆବଶ୍ୟକତା ପଡିନଥାଏ। ଟଙ୍କା  ତିନି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ଆସିଯିବ। ଆପଣଙ୍କୁ କିଛି  ଡକୁମେଣ୍ଟର ସମିଟ୍‌ କରିବାକୁ ଆବଶ୍ୟକତା ରହିଥାଏ।  ଏହି ଡକ୍ୟୁମେଣ୍ଟରେ KYC, କ୍ଲେମ ରିକ୍ୟୁଏଷ୍ଟର ଏଲିଜିବିଲିଟି, ବ୍ୟାଙ୍କ ଆକାଉଣ୍ଟ ଡିଟେଲ ସାମିଲ ଅଛି।   
ଅଧିକ ପଢନ୍ତୁ ଭାରତ ଖବର

Sponsored
epfo change rule now gets one lakhs rupees during 3 days from your epf account under auto -mode settlement | Argus News