EPFO / ବଢ଼ିବ EPFO, ମିଳିବ ଦୀପାବଳି ଭେଟି...

Key Points
ଖୁସି ଖବର ଦେବେ କେନ୍ଦ୍ର ସରକାର
ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିପାରେ ଦୀପାବଳି ଭେଟି
ପ୍ରାଇଭେଟ କର୍ମଚାରୀଙ୍କ ପାଇଁ ଖୁସି ଖବର। ମିଳିବ ଦୀପାବଳୀ ଭେଟି। କର୍ମଚାରୀଙ୍କ ଉନ୍ନତି ପାଇଁ ପରିଚାଳିତ କର୍ମଚାରୀ ପେନସନ ଯୋଜନା ଅଧୀନରେ ସର୍ବନିମ୍ନ ପେନସନ ପରିମାଣ ବୃଦ୍ଧି କରିପାରେ ବୋଲି କୁହାଯାଉଛି। ଏଥର ଦୀପାବଳିରେ ପ୍ରାଇଭେଟ୍ କର୍ମଚାରୀମାନେ କିଛି ଭଲ ଖବର ପାଇବେ ବୋଲି ଆଶା କରାଯାଉଛି। ଚାକିରି ଖଣ୍ଡେ କାହାକୁ ଦରକାର ନାହିଁ। ସରକାରୀ ଚାକିରି ହେଉ ଅବା ପ୍ରାଇଭେଟ ଚାକିରି। କିନ୍ତୁ ଦରମା ସହ ଯଦି ଦଶହରା ଏବଂ ଦୀପାବଳୀ ଭେଟି ମିଳେ ତେବେ ଏହା ଅନେକ ଖୁସି ପ୍ରଦାନ କରିଥାଏ। ଏମିତି କିଛି ଖୁସି ବର୍ତ୍ତମାନ ପ୍ରାଇଭେଟ ଚାକିରି କରିଥିବା କମୋଚାରୀଙ୍କ ପାଇଁ ଆସିଛି। EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ହେବ। ଏହି ବୈଠକରେ କର୍ମଚାରୀଙ୍କ ପେନସନ ବୃଦ୍ଧି ସମ୍ପର୍କରେ ଭଲ ଖବର ମିଳିବ ବୋଲି ଆଶା କରାଯାଉଛି। କର୍ମଚାରୀମାନେ ଏବେ ବି EPFO ଠାରୁ ଅଧିକ ସୂଚନା ଅପେକ୍ଷା କରିଛନ୍ତି।
ଟ୍ରେଡ ୟୁନିଅନ ଦୀର୍ଘ ଦିନ ଧରି ୭,୫୦୦କୁ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି। ତଥାପି, ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବୋର୍ଡ (CBT) ପେନସନକୁ ୭.୫ ଗୁଣ ବୃଦ୍ଧି କରିବାକୁ ନେଇ ଆଲୋଚନା ହେବ ବୋଲି କୁହାଯାଇଥିଲା ।କର୍ମଚାରୀଙ୍କ ଅନୁଯାୟୀ, କର୍ମଚାରୀ ପେନସନ ଯୋଜନା (EPS) ଅଧୀନରେ ସର୍ବନିମ୍ନ ପେନସନ ପରିମାଣ ବହୁତ କମ। ୨୦୧୪ରେ ସ୍ଥିର ହୋଇଥିବା କର୍ମଚାରୀ ପେନସନ ଯୋଜନା (EPS) ଅଧୀନରେ ସର୍ବନିମ୍ନ ପେନସନ ପରିମାଣ ପ୍ରତି ମାସରେ ୧୦୦୦ ଅଟେ, ଯାହାକୁ କର୍ମଚାରୀମାନେ ବୃଦ୍ଧି କରିବାକୁ କରିଛନ୍ତି । ଏହି ବୃଦ୍ଧି ୧୦୦୦ ରୁ ୨,୫୦୦ ହେବ ବୋଲି ଆଶା କରାଯାଉଛି।
ପେନସନ ପରିମାଣରେ ଏହି ବୃଦ୍ଧି କର୍ମଚାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ସେମାନଙ୍କର ଦୀର୍ଘକାଳୀନ ଦାବି ପୂରଣ କରିବ। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଆସିଥିବାବେଳେ ଏନେଇ କଣ ପଦକ୍ଷେପ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହା ପୂର୍ବରୁ ମଧ୍ୟ ଇପିଏଫଓ ନିୟମକୁ ନେଇ ଅନେକ ଖବର ଆସିଥିଲା। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜ ସଦସ୍ୟଙ୍କୁ ଆଶ୍ବସ୍ତି ଦେବାକୁ ଆଉ ଅପଡେଟ ପ୍ରୋସେସକୁ ସହଜ କରିବାକୁ କିଛି ନିୟମରେ ପରିବର୍ତ୍ତନ କରିଛି । ଏବେ କର୍ମଚାରୀ ସହଜରେ ଇପିଏଫଓ ପ୍ରୋଫାଇଲକୁ ଅପଡେଟ କରିପାରିବେ ।
କଣ କରିପାରିବେ ଅପଡେଟ?
📱 Get Argus News App
✨ଇପିଏଫଓ ସିଷ୍ଟମରେ ଅନେକ ଅପଡେଟ ହୋଇଛି । ସବୁଠାରୁ ନୂଆ ଅପଡେଟ ହେଉଛି ସଦସ୍ୟ ବିନା କୌଣସି ଡକ୍ୟୁମେଣ୍ଟ ଦେଇ ସହଜରେ ନିଜର ବ୍ୟକ୍ତିଗତ ତଥ୍ୟ ଏଡିଟ କରିପାରିବେ । ଯେଉଁଥିରେ ତାଙ୍କ ନାଁ, ଜନ୍ମ ତାରିଖ , ଲିଙ୍ଗ, ରାଷ୍ଟ୍ରୀୟତା, ବାପା-ମାଙ୍କ ନାଁ, ମ୍ୟାରେଜ ଷ୍ଟାଟସ, ଜୀବନ ସାଥୀଙ୍କ ନାଁ, ଏଣ୍ଟ୍ରି ଏଗଜିଟର ତାରିଖ ଓ ଅନ୍ୟ ତଥ୍ୟ ବି ସାମିଲ ଅଛି ।
କାହାକୁ ମିଳିବ ଏହି ସୁବିଧା?
ଇପିଏଫଓ ତରଫରୁ ସୂଚନା ଦିଆଯାଇଛି ଯେ ଏହି ସୁବିଧା ସେହି ସଦସ୍ୟମାନଙ୍କ ପାଇଁ ଯେଉଁମାନଙ୍କ ୟୁନିଭର୍ସଲ ଆକାଉଣ୍ଟ ନମ୍ବର ଆଧାର ସହ ଭେରିଫାଇ ହୋଇଛି । ଏହି ପ୍ରୋସେସର ଉଦ୍ଦେଶ୍ୟ ଅଭିଯୋଗକୁ କମ କରିବା ଓ ପେଡିଙ୍ଗ ରିକ୍ବେଷ୍ଟକୁ ଶୀଘ୍ର ଶୀଘ୍ର ଶେଷ କରିବା । ପୂର୍ବରୁ ପରିବର୍ତ୍ତନ ପାଇଁ ସଦସ୍ୟଙ୍କଠାରୁ ଯାଞ୍ଚ ଆବଶ୍ୟକତା ପଡୁଥିଲା । ଯେଉଁଥିପାଇଁ 28 ଦିନ ସମୟ ଲାଗୁଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories