Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମା ଉପରେ ସୁଧହାର ବଢ଼ାଇଲା EPFO, ଜାଣନ୍ତୁ କେତେ ବଢ଼ିଲା

Ritu Das
Browse all articles by Ritu Das
·2 years ago·1 min read
ଜମା ଉପରେ ସୁଧହାର ବଢ଼ାଇଲା EPFO, ଜାଣନ୍ତୁ କେତେ ବଢ଼ିଲା

ଅର୍ଗସ ବ୍ୟୁରୋ: କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅର୍ଥାତ ଇପିଏଫଓ ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି(ଇପିଏଫ) ଉପରେ ୮.୨୫ ପ୍ରତିଶତରେ ସୁଧ ହାର ସ୍ଥିର କରିଛି । ଗତ ତିନିବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ସୁଧ ହାର । ଗତ ବର୍ଷ ମାର୍ଚ୍ଚରେ, ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରିଥିଲା । ୨୦୨୧-୨୨ ରେ ଏହା ୮.୧୦ ପ୍ରତିଶତ ଥିଲା । ମାର୍ଚ୍ଚ ୨୦୨୨ ରେ, ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୧୦ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ୧୯୭୭-୭୮ ପରଠାରୁ ସର୍ବନିମ୍ନ ଥିଲା । ସେତେବେଳେ ପିଏଫ୍ ଉପରେ ସୁଧ ହାର ୮ ପ୍ରତିଶତ ଥିଲା। 
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧ ହାର ଦେବାର ନିଷ୍ପତ୍ତି ଆଜି ନିଆଯାଇଛି। ଏହି ନିଷ୍ପତ୍ତି ଇପିଏଫଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌’ (ସିବିଟି) ଦ୍ୱାରା ନିଆଯାଇଛି। ୨୦୨୩-୨୪ ପାଇଁ ଇପିଏଫ୍ ଉପରେ ୮.୨୫ ପ୍ରତିଶତ ସୁଧ ହାର ଦେବାକୁ ସିବିଟି ନିଷ୍ପତ୍ତି ନେଇଛି ବୋଲି ଏକ ସୂତ୍ରରୁ ଜଣାପଡିଛି। ସିବିଟି ନିଷ୍ପତ୍ତି ପରେ ୨୦୨୩-୨୪ ପାଇଁ ଉପରେ ସୁଧ ହାର ସମ୍ମତି ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ । ସରକାରଙ୍କ ଅନୁମୋଦନ ପରେ ସୁଧହାର ୬ କୋଟିରୁ ଅଧିକ ଇପିଏଫଓ ସଦସ୍ୟଙ୍କ ଆକାଉଣ୍ଟରେ ଜମା ହେବ।

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
EPFO hikes interest | Argus News