Videos
|
National

ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିବ ମହାମାରୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିବ ମହାମାରୀ

ଅର୍ଗସ ବ୍ୟୁରୋ:  ମାଡି ଆସୁଛି ଆଉ ଏକ ବିପଦ। ଯେଉଁଥିରେ ଯାଇପାରେ ଅନେକଙ୍କ ଜୀବନ। କୋଭିଡ-୧୯ ମହାମାରୀ ପରି ଆଉ ଏକ ମହାମାରୀ ଆସୁଛି। । ଆଗାମୀ ୫-୬ ବର୍ଷ ମଧ୍ୟରେ ନୂଆ ମହାମାରୀ ବ୍ୟାପିପାରେ ବୋଲି ମିଳିତ ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଅନେକ ପ୍ରଜାତି ଏବେ ଧରିତ୍ରୀ ବକ୍ଷରୁ ଗାଏବ୍ ହୋଇଯାଇଛନ୍ତି । ଫଳରେ ବିଭିନ୍ନ ପ୍ରଜାତିଙ୍କ ମଧ୍ୟରେ ନୂଆ ସମ୍ପର୍କ ସ୍ଥାପନ ହେଉଥିବା ଦେଖାଯାଉଛି । ଏହି କାରଣରୁ ପଶୁଙ୍କ ଠାରୁ ମଣିଷକୁ ବୀମାରୀ ବ୍ୟାପିବାର ଆଶଙ୍କା ବଢ଼ିଯାଇଛି ।

କୋଭିଡ-୧୯ ମହାମାରୀ ଦୀର୍ଘ ୩-୪ ବର୍ଷ ଧରି ସାରା ବିଶ୍ୱବାସୀଙ୍କୁ କବଳିତ କରି ରଖିଥିଲା । କରୋନା ଭାଇରାସ ପାଇଁ ଲକ୍ଷାଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଦେଶ ଦେବାଳିଆ ପରିସ୍ଥିତିକୁ ଚାଲିଆସିଥିଲେ । ସମଗ୍ର ବିଶ୍ୱର ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା । ତେବେ ଆଗାମୀ ଦିନରେ ପୁଣି ଏକ ମହାମାରୀ ଆସିବାର ସମ୍ଭାବନା ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଛି। ଲୋକେ ସାମାନ୍ୟ କୋଭିଡ ପର ଠାରୁ ଧିରେ ଧିରେ ନିଜ ସ୍ଥିତି ସୁଧୁରୁଥିବାବେଳେ ପୁଣି ଏକ ମହାମାରୀ ଆସିବା ଭୟ ସୃଷ୍ଟି କରୁଛି। କୁହାଯାଉଛି ଯେ, ଏହି ମହାମାରୀ ପଶୁଙ୍କ ଠାରୁ ମଣିଷକୁ ବ୍ୟାପିପାରେ। ନୂଆ ଜୁନୋଟିକ ବିମାରୀ ୨୦୨୩୦ ସୁଦଧା ଆଉ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ । ଏହା କୋଭିଡ ୧୯ ଠାରୁ ବିନାଶକାରୀ ହୋଇପାରେ। ସଂଯୁକ୍ତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ପକ୍ଷରୁ ଜୁଲାଇ ୧୬ରେ ଏହି ରିପୋର୍ଟ ଜାରି କରାଯାଇ ଜଳବାୟୁ ପରିବର୍ତ୍ତନ ହିଁ ଏହା ପଛର କାରଣ ବୋଲି କୁହାଯାଇଛି ।

କ୍ଲାଇମେଟ ଚେଞ୍ଜ ମଧ୍ୟ ମଣିଷ ପାଇଁ ହେଉଛି । ତେଣୁ ତା’ର ପ୍ରଭାବ ମଣିଷ ଉପରେ ହିଁ ପଡ଼ିବ । ଜୁନୋଟିକ ବିମାରୀ ବିଶ୍ୱର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି । କାରଣ ଏହା ଦ୍ରୁତ ଭାବେ ବ୍ୟାପୁଥିବା ବେଳେ ଶୀଘ୍ର ଠିକ୍ ହୁଏ ନାହିଁ । ଜଳବାୟୁ ପରିବର୍ତ୍ତନ କାରଣରୁ ଧରିତ୍ରୀ ବକ୍ଷରୁ ଅନେକ ଜୀବଙ୍କ ପ୍ରଜାତି ବିଲୃପ୍ତ ହୋଇଯାଇଛନ୍ତି । ଏହି କାରଣରୁ ଏହି ଜୀବଙ୍କ ମଧ୍ୟରେ ସମ୍ପର୍କ ବଢ଼ିଯାଇଛି । ଫଳରେ ଭବିଷ୍ୟତରେ ପଶୁଙ୍କ ଠାରେ ହେଉଥିବା ବୀମାରୀ ଦ୍ୱାରା ମଣିଷ ଅଧିକ ସଂକ୍ରମିତ ହେବେ । ମଣିଷ ଜୁନୋଟିକ ବୀମାରୀର ଶିକାର ହେବ । ଜୁନୋଟିକ ବୀମାରୀ ବା ପଶୁଙ୍କ ଠାରୁ ମଣିଷକୁ ବ୍ୟାପୁଥିବା ରୋଗକୁ ନେଇ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଜାରି ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Epidemics spread from animals to humans in 2030 | Argus News