Ethanol From Hair / ଚୁଟିରୁ ତିଆରି ହେବ ଇଥାନଲ୍ ! ଟେକ୍ନୋଫେଷ୍ଟ ଗ୍ଲୋବାଲର ବଡ଼ ଦାବି
·1 hour ago·2 min read

Key Points
ଏଣିକି ଚୁଟିରୁ ତିଆରି ହୋଇପାରେ ଇଥାନଲ୍!
ଦୂର ହେବ ଇନ୍ଧନର ସମସ୍ୟା
ଟେକୋଫେଷ୍ଟ ଗ୍ଲୋବାଲର ବଡ଼ ଦାବି
ଦୂର ହେବ ଇନ୍ଧନର ସମସ୍ୟା
ଟେକୋଫେଷ୍ଟ ଗ୍ଲୋବାଲର ବଡ଼ ଦାବି
ନୂଆଦିଲ୍ଲୀ: ଏଣିକି ଚୁଟିରୁ ତିଆରି ହୋଇପାରେ ଇଥାନଲ୍! ଯେଉଁ ଚୁଟିକୁ ଏପର୍ଯ୍ୟନ୍ତ ସେଲୁନ୍ରେ କାଟିବା ପରେ ଡଷ୍ଟବିନ୍ରେ ଫିଙ୍ଗି ଦିଆଯାଉଥିଲା, ତାହା ଭବିଷ୍ୟତରେ ଇନ୍ଧନ ଉତ୍ପାଦନରେ କାମରେ ଆସିପାରେ। ଗୁଜରାଟର ଏକ ଷ୍ଟାର୍ଟଅପ୍ ମଣିଷ ଚୁଟିରୁ ଇଥାନଲ୍ ତିଆରି କରିବା ପାଇଁ ନୂଆ ପ୍ରଯୁକ୍ତି ବିକଶିତ କରିଥିବା କହିଛି। ଯଦି ଏହା ସଫଳ ହୁଏ, ତେବେ ଅଦରକାରୀ ଚୁଟିରୁ ଉପଯୋଗ ସହ ଇନ୍ଧନ ଉତ୍ପାଦନ ପାଇଁ ଏକ ବିକଳ୍ପ ରାସ୍ତା ଖୋଲିପାରେ।
କେଉଁ ଷ୍ଟାର୍ଟଅପ୍ କରିଛି ଏହି ଦାବି?
ଗୁଜରାଟର ଟେକୋଫେଷ୍ଟ ଗ୍ଲୋବାଲ୍ (Techofest Global) ଦାବି କରିଛି ଯେ ବାୟୋମେକର୍ଜଙ୍କ ସହଯୋଗରେ ଏହି ପ୍ରଯୁକ୍ତି ବିକଶିତ କରାଯାଇଛି। କମ୍ପାନୀ ଏହାକୁ 5G SAFE ନାମ ଦେଇଛି। ଏହାର ଅନ୍ୟ ଏକ ପ୍ରଯୁକ୍ତିଗତ ନାମ IMPHA (In-vitro Metabolic-engineered Pathway for Hair to Alcohol) ବୋଲି ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି।। ପ୍ରାୟ ୧୦୦ ଲିଟର କ୍ଷମତା ବିଶିଷ୍ଟ ଏକ ବଡ଼ ପାତ୍ରରେ ଏହାର ପରୀକ୍ଷଣ କରାଯାଇଛି। ଏହା ମାଧ୍ୟମରେ ଚୁଟି ଭଳି ଜୈବ ବର୍ଜ୍ୟରୁ ଆଲକୋହଲ୍ ବା ଇଥାନଲ୍ ଉତ୍ପାଦନ କରିବା ଲକ୍ଷ୍ୟ ରଖାଯାଇଛି।
ପଢନ୍ତୁ ଏହି ଖବର: ବିନା କ୍ଲିକ୍ରେ ବି ଫୋନ୍ ହ୍ୟାକ୍ ! ଆସିଲା ଭୟଙ୍କର ‘AdFection’ ଟେକ୍ନୋଲୋଜି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚୁଟିରୁ କେମିତି ତିଆରି ହେବ ଇଥାନଲ୍?
ମଣିଷ ଚୁଟିର ମୁଖ୍ୟ ଉପାଦାନ ହେଉଛି କେରାଟିନ୍ ନାମକ ଏକ ପ୍ରୋଟିନ୍। ଏହାର ଦୃଢ଼ ଗଠନ ଯୋଗୁଁ ଚୁଟିକୁ ସାଧାରଣ ପଦ୍ଧତିରେ ଇଥାନଲ୍ରେ ପରିଣତ କରିବା ସହଜ ନୁହେଁ । ସାଧାରଣତଃ ଆଖୁ, ମକା ଓ ଅନ୍ୟ ଶର୍କରାଯୁକ୍ତ କଞ୍ଚାମାଲରୁ ଇଥାନଲ୍ ଉତ୍ପାଦନ କରାଯାଏ। କମ୍ପାନୀର କହିବା ଅନୁସାରେ, ଏହାର ପ୍ରଯୁକ୍ତି ଜୈବିକ ପ୍ରକ୍ରିୟା ମାଧ୍ୟମରେ ଚୁଟିକୁ ଆଲକୋହଲ୍ ଉତ୍ପାଦନ ପାଇଁ ଉପଯୋଗୀ କଞ୍ଚାମାଲରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଷ୍ଟାର୍ଟଅପ୍ ଏହି ପ୍ରକ୍ରିୟାରେ ବ୍ୟବହୃତ ବାୟୋକାଟାଲିଷ୍ଟର ୮୫ରୁ ୯୦ ପ୍ରତିଶତ ପୁନରୁଦ୍ଧାର କରାଯାଇପାରିବ ବୋଲି ଦାବି କରିଛି। ତେବେ ଏହାର ଅର୍ଥ ନୁହେଁ ଯେ ଏକ କିଲୋଗ୍ରାମ କେଶରୁ ୮୫୦ରୁ ୯୦୦ ଗ୍ରାମ ଇଥାନଲ୍ ମିଳିବ। ଚୁଟିରୁ ପ୍ରକୃତରେ କେତେ ଇଥାନଲ୍ ଉତ୍ପାଦନ ହେବ, ତାହା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଉପଲବ୍ଧ ନାହିଁ।
ପେଟ୍ରୋଲରେ ମିଶିପାରିବ କି ଚୁଟିରୁ ତିଆରି ଇଥାନଲ୍?
ଭାରତରେ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାର ହେଉଥିବାରୁ ଏହି ପ୍ରଯୁକ୍ତି ଆଗ୍ରହ ସୃଷ୍ଟି କରିଛି। କିନ୍ତୁ କେଶରୁ ଉତ୍ପାଦିତ ଇଥାନଲ୍ ଇନ୍ଧନରେ ବ୍ୟବହାର ପାଇଁ ଆବଶ୍ୟକ ଶୁଦ୍ଧତା ଓ ଗୁଣବତ୍ତା ମାନଦଣ୍ଡ ପୂରଣ କରୁଛି କି ନାହିଁ, ତାହା ଯାଞ୍ଚ ହେବା ଆବଶ୍ୟକ। ଏହା ସହିତ ଉତ୍ପାଦନ ଖର୍ଚ୍ଚ, ବୃହତ୍ ସ୍ତରରେ ଉତ୍ପାଦନର ସମ୍ଭାବନା ଏବଂ ତୈଳ କମ୍ପାନୀଗୁଡ଼ିକର ଚାହିଦା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଚୁଟିରୁ ପେଟ୍ରୋଲ୍ ପାଇଁ ଇଥାନଲ୍ ତିଆରି କରିବାର ଏହି ଦାବି ଆକର୍ଷଣୀୟ ହୋଇଥିଲେ ମଧ୍ୟ, ଏହା କେତେ ସଫଳ ହେବ ତାହା ଏକ ବଡ଼ପ୍ରଶ୍ନ।

Related Topics
Explore more stories