Videos
|
National

ନାବାଳିକା ହେଲେ ବି ସାହସିକତାର ଦେଲା ପରିଚୟ

Ritu Das
Browse all articles by Ritu Das
·1 year ago·2 min read
ନାବାଳିକା ହେଲେ ବି ସାହସିକତାର ଦେଲା ପରିଚୟ

Key Points

ଚଳନ୍ତା ଅଟୋରୁ ଡେଇଁପଡ଼ିଲା ଝିଅ

କମ୍ପାସ ବଞ୍ଚାଇଲା ଜୀବନ

ନାବାଳିକା ହେଲେ ବି ସାହସିକତାର ଦେଲା ପରିଚୟ


ସବୁ ଦିନ ଭଳି ପ୍ରିୟା ସକାଳୁ ଉଠିଲା। ନିଜ ନିତ୍ୟକର୍ମ ସାରି ୟୁନିଫର୍ମ ପିନ୍ଧି, ଟିଫିନ ପ୍ୟାକ କରି ବସ୍ତାନି କାନ୍ଧେଇ ସ୍କୁଲ ବାହାରିଲା। ଆଉ ମା'କୁ କହିଲା ମା' ମୁଁ ଆସୁଛି। ମା' କହିଲେ ମା'ରେ ଦେଖିକି ଯିବୁ। ଆଉ କିଛି ଅସୁବିଧା ହେଲେ ଘରକୁ ଫୋନ କରିବୁ। ଆଉ ଏତିକି ଶୁଣିବା ପରେ ଝିଅଟି ଖୁସି ଖୁସି ସ୍କୁଲକୁ ବାହାରିଲା। ଆଉ ଘରୁ ବାହାରି ଅଟୋକୁ ଅଟକେଇବାକୁ ହାତ ଦେଖାଇଥିଲା। ଗୋଟିଏ ଅଟୋ ରହିଲା। ଝିଅଟି କହିଲା ଭାଇ ଥାନେ ଆଡେ ଯିବେ କି? ସେଇଠି ମୋ ସ୍କୁଲ। ଅଟୋ ରିକ୍ସାବାଲା କହିଲା ହଁ ବସନ୍ତୁ। ତା'ପରେ ଡ୍ରାଇଭର ଜଣକ ଗାଡ଼ିର ସ୍ପିଡ ଧୀରେ ଧୀରେ ବଢ଼ାଇ ଚାଲିଲା। କିଛି ସମୟ ପରେ ଅଟୋ ବାଲା ଜଣକ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳରେ ଅଟୋଟିକୁ ଅଟକାଇ ନ ଥିଲା। ଝିଅଟି କହିଲା ଭାଇ ମୋତେ ଏଇଠି ଅଟକିବାର ଥିଲା। ଅଟୋ ବାଲା ଆଉ କିଛି ଶୁଣି ନଥିଲା। ଝିଅଟି ବିଚଳିତ ନ ହୋଇ ଉପସ୍ଥିତ ବୁଦ୍ଧି ଖଟାଇଲା। ଆଉ ନିଜ ବସ୍ତାନୀରେ ଥିବା ନିଜ ଜ୍ୟାମିତି ବକ୍ସକୁ କାଢ଼ିଲା। ଆଉ ଏହାପରେ ଯାହା ଘଟିଲା ଆପଣ ବି କେବେ ଭାବି ନ ଥିବେ। ଝିଅଟି ନ ଡରି ନିଜ ଜ୍ୟାମିତି ବକ୍ସରୁ କମ୍ପାସ କାଢ଼ି ସମ୍ପୃକ୍ତ ଡ୍ରାଇଭରଙ୍କୁ ପଛପଟୁ ଆକ୍ରମଣ କରିଥିଲା।


ଆଉ ନିଜ ଜୀବନ ବଞ୍ଚାଇବାକୁ ଚଳନ୍ତା ଅଟୋରୁ ଡେଇଁପଡ଼ିଥିଲା। ଝିଅଟି ଡେଇଁପଡ଼ିବାରୁ ଗୁରୁତର ହୋଇପଡ଼ିଥିଲା। ମୁହଁରେ ଗଭୀର ଆଘାତ ଲାଗିଛି। ଝିଅଟି ଆଗ ଦାନ୍ତ ମଧ୍ୟ ଭାଙ୍ଗିଯାଇଛି। ଏହାପରେ ସେ କଷ୍ଟେମଷ୍ଟେ ଘରେ ପହଞ୍ଚି ତାଙ୍କ ମା'ଙ୍କୁ ଜଣାଇଥିଲେ। ପରେ ତାଙ୍କ ପିତା ମାତା ଥାନାରେ ଉକ୍ତ ଅଟୋ ଡ୍ରାଇଭରଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନେ ପୋଲିସ କହିଛି। ତେବେ ଘଟଣାକୁ ୮ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରିପାରିନି। ସମାଜରେ ଆମେ ଯେତେ ଉନ୍ନତ ହେଲେ ବି କିଛି ଲୋକଙ୍କର ଚିନ୍ତାଧାରା ସେମିତି କଳୁଷିତ ହୋଇ ରହିଛି ଆଉ ରହିବ ମଧ୍ୟ। ଭାବିଲେ ଝିଅଟି ନିଜ ଇଜ୍ଜତ ବଞ୍ଚାଇବାକୁ ଚଳନ୍ତା ଅଟୋରୁ ଡେଇଁପଡ଼ିଲା। ତା'ର କିଛି ବି ହୋଇପାରିଥାଆନ୍ତା। ସମାଜ କେଉଁ ସ୍ତରକୁ ଗତି କରୁଛି କହିଲେ। ଯଦି ଝିଅଟି ସାହସ ନ ଦେଖେଇ ଡେଇଁ ନ ଥାଆନ୍ତା ତାହେଲେ ସେହି ଝିଅ ନିଶ୍ଚିତ ଦୁଷ୍କର୍ମର ଶିକାର ହେବା ଘଟଣାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ତେବେ ଏଠି ଭୁଲ କାହାର ସମାଜର, ସମ୍ବିଧାନର, ଆଇନର ନା ଲୋକଙ୍କ ହୀନ ମାନସିକତାର। ଏହି ଘଟଣାକୁ ଦେଖିଲେ ନିଶ୍ଚିତ ଗୋଟିଏ କଥା କହିବୁ ୧୬ବର୍ଷର ଝିଅଟି ନିଜ ସାହସିକତାର ପରିଚୟ ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
even-as-a-minor-she-showed-courage | Argus News