ଆଜି ବି ମହାକାଶରେ ଶୁଭୁଛି ଭାରତୀୟ ମହିଳା ସଙ୍ଗୀତକାରଙ୍କ ସ୍ଵର

Key Points
କୁହାଯାଏ, ସଙ୍ଗୀତ ଏମିତି ଗାଇବା ଦରକାର, ଯେମିତି ତୁମ ସ୍ଵର ଆକାଶ ଛୁଇଁବ । ଆଉ ସତକୁ ସତ କେଶରବାଈଙ୍କ ସ୍ଵର ଆକାଶ ଛୁଇଁଥିଲା ।
ଭାରତର ଜଣେ ଏମିତି ସଙ୍ଗୀତକାର ଯାହାଙ୍କ କଣ୍ଠ ଆଜିବି ଅନ୍ତରୀକ୍ଷରେ ଶୁଭେ । ଏଲିୟନଙ୍କୁ ଭାରତର ସଂସ୍କୃତି ପରମ୍ପରା ଉପରେ ଜଣାଇବ କରାଇବା ଉଦ୍ଦେଶ୍ୟରେ ଏପରି ପ୍ରୟାସ କରାଯାଇଛି । ସେହି କଣ୍ଠ ହେଉଛି ଭାରତର ସୁରର ରାଣୀ କେସରବାଈ କେରକରଙ୍କର । ଯାହାଙ୍କର ସ୍ଵର ଆଜି ବି ମହାକାଶରେ ଗୁଞ୍ଜରିତ ହେଉଛି। ସେ ଗାଇଥିବା 'ଜାତ କହାଁ ହୋ' ଗୀତ ଗୋଲ୍ଡ ଡିସ୍କରେ ରେକର୍ଡ କରାଯାଇ ଅନ୍ତରୀକ୍ଷରେ ବାଜୁଛି ।ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ପୂର୍ବରୁ ମଧ୍ୟ ତାଙ୍କ ଗୀତା ମହାକାଶରେ ପହଞ୍ଚିଛି । ତେବେ କିଏ ଏହି କେସରବାଈ, କେମିତି ତାଙ୍କର ଗୀତ ମହାକାଶରେ ଆଜି ବି ଗୁଞ୍ଜରିତ ହେଉଛି ଆସନ୍ତୁ ଜାଣିବା ।
କୁହାଯାଏ, ସଙ୍ଗୀତ ଏମିତି ଗାଇବା ଦରକାର, ଯେମିତି ତୁମ ସ୍ଵର ଆକାଶ ଛୁଇଁବ । ଆଉ ସତକୁ ସତ କେଶରବାଈଙ୍କ ସ୍ଵର ଆକାଶ ଛୁଇଁଥିଲା ।
କେସରବାଈ କେରକର ୧୩ ଜୁଲାଇ ୧୮୯୨ରେ ଗୋଆର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ହିଁ କେସରବାଈଙ୍କର ସଙ୍ଗୀତ ଜଗତ ପ୍ରତି ଏକ ଲଗାମ ରହିଥିଲା । ଦେବଦାସୀ ପରମ୍ପରାରେ ଜନ୍ମ ହୋଇଥିବା କେସରବାଈଙ୍କୁ ଲୋକମାନେ ଜାଣିଥିଲେ, ଯେ ତାଙ୍କର ଲକ୍ଷ୍ୟ କେବଳ ମନ୍ଦିର ଯାଏଁ ସୀମିତ ରହିବ । କିନ୍ତୁ ତାଙ୍କ ସ୍ଵର ଯେ ଦିନେଆକାଶ ଛୁଇଁବ ତାହା ତାଙ୍କୁ ଜଣାନଥିଲା । ୧୬ ବର୍ଷ ବୟସରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ଆଉ ଏହାପରେ ମୁମ୍ବାଇ ଚାଲି ଯାଇଥିଲେ । ଅନେକ ଗୁରୁଙ୍କ ଠାରୁ ସେ ଶିକ୍ଷା ନେଇଥିଲେ । କିନ୍ତୁ କେସରବାଈଙ୍କର ଉସ୍ତାଦ ଆଲ୍ଲାଦିୟା ଖାନ୍ଙ୍କ ଠାରୁ ଶିକ୍ଷା ନେବାକୁ ଇଚ୍ଛା ଥିଲା । ସେ କେସରବାଈଙ୍କୁ ୩ ମାସ ପରଖିବା ପରେ ମନା କରିଦେଇଥିଲେ । କିନ୍ତୁ ତଥାପି ନିରାଶ ହୋଇନଥିଲେ କେସରବାଈ । ୨୫ ବର୍ଷ ନିଜର ସୁର ସାଧନା କରିଥିଲେ କେସରବାଈ । ସେ ଗାଉନଥିଲେ, ବରଂ ସଙ୍ଗୀତରେ ନିଶ୍ଵାସ ନେଉଥିଲେ । ସେ କହୁଥିଲେ, ସଙ୍ଗୀତକୁ କେବଳ ଅନୁଭବ କରିହେବ, ଏହାକୁ କିଣାଯାଇ ପାରିବନି । ସେଥିପାଇଁ ସେ ରେକଡିଙ୍ଗ କରୁନଥିଲେ । କିନ୍ତୁ ରାଗ ଭୈରବୀରେ ଗାଇଥିବା ଏକ ଗୀତ ଦେଶ ପାଇଁ ସୃଷ୍ଟି କଲା ଇତିହାସ ।
୧୯୭୭ରେ ନାସା ଦ୍ଵାରା ମହାକାଶକୁ ପଠାଯାଇଥିବା ଭଏଜର ୧ ଯାନରେ ୨୭ଟି ଦେଶର ସୁନ୍ଦର ସ୍ଵରକୁ ରେକଡିଙ୍ଗ କରି ପଠାଯାଇଥିଲା । ସେଥିରେ ଥିଲା କେଶରବାଈଙ୍କର 'ଜାତ କାହାଁ ହୋ' ଗୀତ । ଆମେରିକାର ସଂଙ୍ଗୀତ ବିଜ୍ଞାନୀ ରବର୍ଟ ଇ ବ୍ରାଉନ ଏହି ଗୀତକୁ ଖୁବ ପସନ୍ଦ କରିଥିଲେ । ଏହି ଗୀତ ଗୋଲ୍ଡେନ ଡିସ୍କରେ ରେକର୍ଡ କରାଯାଇ ଭଏଗର ମାଧ୍ୟମରେ ଅନ୍ତରୀକ୍ଷାକୁ ପଠାଯାଇଥିଲା । ଆଜି ବି ଭଏଜର ୧ ଅନ୍ତରୀକ୍ଷରେ ୧ଲକ୍ଷ କିଲୋମିଟର ସ୍ପିଡରେ ଆଗେଇ ଚାଲିଛି, ଆଜି ବି କେଶରବାଈଙ୍କ ଗୀତ ମହାକାଶରେ ଗୁଞ୍ଜରୀତ ହେଉଛି । ପୃଥିବୀ ବାହାରେ ଥିବା ଏଲିୟନ ମାନେ ଭାରତର ସଂସ୍କୃତି ପରମ୍ପରାକୁ ବୁଝିବା ପାଇଁ ଏହି ଗୀତ ମହାକାଶକୁ ପଠାଯାଇଥିଲା ।
କେଶରବାଈଙ୍କ ସ୍ଵର ଏତେ ସୁନ୍ଦର ଥିଲା ଯେ, ୧୯୩୮ରେ ରବୀନ୍ଦ୍ରନାଥ ଟାଗୋରଙ୍କ ପକ୍ଷରୁ ତାଙ୍କୁ ସୁରଶ୍ରୀ, ଅର୍ଥାତ ସୁରର ରାଣୀୂ ଉପାଧି ଦିଆଯାଇଥିଲା । ଏହାଛଡା ତାଙ୍କୁ ପଦ୍ମ ଭୁଷଣ ତଥା ଆହୁରି ଅନେକ ସମ୍ମାନ ମିଳିଥିଲା । ୧୯୭୭ରେ କେସରବାଈଙ୍କର ଦେହାନ୍ତ ହୋଇ ଯାଇଥିଲା । କିନ୍ତୁ ଆଜି ବି ତାଙ୍କ ସ୍ଵର ଅନ୍ତରୀକ୍ଷରେ ଶୁଭୁଛି, ଯାହା ଭାରତୀୟ ଭାବେ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।