Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁଇ ଚକିଆ ଗାଡ଼ିରେ ହେଲ୍‌ମେଟ୍‌କୁ ନେଇ ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ

National

ଦୁଇ ଚକିଆ ଗାଡ଼ିରେ ହେଲ୍‌ମେଟ୍‌କୁ ନେଇ ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଦୁଇ ଚକିଆ ଗାଡ଼ିରେ ହେଲ୍‌ମେଟ୍‌କୁ ନେଇ ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ

ଭାରତରେ ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ଏଣିକି ପ୍ରତ୍ୟେକ ଦୁଇଚକିଆ ଯାନ ସହିତ ଦୁଇଟି ISI ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସମ୍ମିଳନୀରେ ଘୋଷଣା କରାଯାଇଛି।

ଦୁଇ ଚକିଆ ଗାଡ଼ିର ହେଲମେଟ୍ ନିର୍ମାତା ସଂଘ ଦୀର୍ଘ ଦିନ ଧରି ISI ପ୍ରମାଣିତ ହେଲମେଟ୍ ବାଧ୍ୟତାମୂଳକ କରାଯାଉ ବୋଲି ଦାବି କରିଆସୁଥିଲେ। ଏଭଳି ସମୟରେ ଗଡ଼କରୀଙ୍କ ଏହି ଘୋଷଣାକୁ ଭାରତୀୟ ଦୁଇ ଚକିଆ ହେଲମେଟ ନିର୍ମାତା ସଂଘର ପୂର୍ଣ୍ଣ ସମର୍ଥନ ମିଳିଛି। ଏଥି ସହିତ ଏହି ଘୋଷଣା ଅନାବଶ୍ୟକ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିବ ବୋଲି ଏକ ଆଶା ସୃଷ୍ଟି ହୋଇଛି। ହେଲମେଟ୍ ନିର୍ମାତା ସଂଘର ସଭାପତି ରାଜୀବ କପୁର କହିଛନ୍ତି, "ଏହା କେବଳ ଏକ ନିୟମ ନୁହେଁ ବରଂ ଦେଶର ଆବଶ୍ୟକତା।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ୪,୮୦,୦୦୦ ରୁ ଅଧିକ ସଡ଼କ ଦୁର୍ଘଟଣା ଘଟେ। ଏଥିରେ ୧,୮୮,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି। ଏଥିମଧ୍ୟରୁ ୬୬% ମୃତକଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ ରହିଥାଏ । ଏହି କ୍ରମରେ ଦେଖିବାକୁ ଗଲେ ପ୍ରତିବର୍ଷ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୦୦୦ ରୁ ଅଧିକ ଲୋକ ମୃତ୍ୟୁ ହୋଇଥାଏ। ଏଥିମଧ୍ୟରୁ ୫୦ ପ୍ରତିଶତ ‌ଚାଳକଙ୍କ ମୃତ୍ୟୁ ହେଲମେଟ ପିନ୍ଧି ନଥିବାରୁ ହୋଇଥାଏ।

ଦୁଇ ଚକିଆ ହେଲମେଟ୍ ନିର୍ମାତା ସଂଘର ସଭାପତି ରାଜୀବ କପୁର କହିଛନ୍ତି, "ଏହା କେବଳ ଏକ ନିୟମ ନୁହେଁ ବରଂ ଦେଶର ଆବଶ୍ୟକତା। ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ଏହି ନିଷ୍ପତ୍ତି ଆଶାର କିରଣ ଯେ ଏବେ ଏପରି ଦୁଃଖଦ ଘଟଣାଗୁଡ଼ିକୁ ରୋକାଯାଇପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Every two-wheeler must come with two helmets, says Union Minister Nitin Gadkari | Argus News