Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଓ ସମାନ ଅଧିକାର ପାଇବା ଜରୁରୀ: ମୋଦି

Rashmita Mishra
Browse all articles by Rashmita Mishra
·1 year ago·2 min read
ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଓ ସମାନ ଅଧିକାର ପାଇବା ଜରୁରୀ: ମୋଦି

Key Points

ମୋଦି ଏଜେଣ୍ଡାରେ ଗରିବ, ମଧ୍ୟବିତ୍ତ ଓ ମହିଳା
କଲ୍ୟାଣ ପାଇଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ମୋଦି କହିଲେ, `ଦେଶର ପ୍ରତ୍ୟେକ ମହିଳା ସମ୍ମାନ ଓ ସମାନ ଅଧିକାର ପାଇବା ଜରୁରୀ'
୧୪୦ କୋଟି ଲୋକଙ୍କ ସଂକଳ୍ପ ଓ ସ୍ବପ୍ନ ପୂରଣ କରିବେ ଏଥର ବଜେଟ

ଅର୍ଗସ ବ୍ୟୁରୋ: ସଂସଦରେ ବଜେଟ ଉପସ୍ଥାପନ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରି ଅଭିବାଦନ ଜଣାଇଛନ୍ତି ନରେନ୍ଦ୍ର ମୋଦି। କହିଛନ୍ତି ଏଥର ବଜେଟ୍ ଦେଶରେ ନୂତନ ଆତ୍ମବିଶ୍ବାସ ସୃଷ୍ଟି କରିବ। ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ମା ଲକ୍ଷ୍ମୀଙ୍କଠାରେ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାକୁ ୨୦୪୭ ସଂକଳ୍ପର ଦୃଷ୍ଟିକୋଣ ବୋଲି କହିଛନ୍ତି ମୋଦି। ଭାରତୀୟ ଗଣତନ୍ତ୍ର ୭୫ ବର୍ଷ ପୂରଣ କରିଛି। ଏଥରର ବଜେଟ ଐତିହାସିକ ଓ ନୂଆ ଶକ୍ତି ଦେବ। ଦେଶର ୧୪୦ କୋଟି ଲୋକଙ୍କ ସଂକଳ୍ପ ଓ ସ୍ବପ୍ନକୁ ପୂରଣ କରିବ।

ମୋଦି ଆହୁରି କହିଛନ୍ତି ଦେଶର ସବୁ ମହିଳା ସମ୍ମାନ ଏବଂ ସମାନ ଅଧିକାର ପାଇବା ଜରୁରୀ। ଆମକୁ ମହିଳା ଶକ୍ତିର ଗୌରବ ବଢ଼ାଇବାକୁ ହେବ । ବଜେଟ୍ ଅଧିବେଶନରେ ମହିଳା ଶକ୍ତି ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ପ୍ରକୃତରେ କେମିତି ହେବ ଏଥରର ବଜେଟର ରୂପରେଖ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।


ମହିଳାଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯିବା ତା ସ୍ପଷ୍ଟ ହୋଇଛି। ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ବି ବଡ଼ ଆଶା ସୃଷ୍ଟି ହୋଇଛି। ଏହା ବାଦ୍ ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ହୋଇପାରେ। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ, ମୌଳିକ ଛାଡ଼ ସୀମା ବି ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେବାର ଆଶା କରାଯାଉଛି। ୨୦୨୫ ବଜେଟରେ ଦେଶରେ ମେଟ୍ରୋ ନେଟୱାର୍କ ସମ୍ପ୍ରସାରଣ ସମ୍ପର୍କରେ ହୋଇପାରେ ବଡ଼ ଘୋଷଣା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
every-woman-in-the-country-must-get-respect-and-equal-rights-modi | Argus News