Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ

Key Points

ଆଜି ବିଶ୍ୱ ଅଲମ୍ପିକ୍ସ ଦିବସ

ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ

୧୮୯୪ ମସିହା ଜୁନ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଗଠନ କରାଯାଇଥିଲା

ଆଜି ବିଶ୍ୱ ଅଲମ୍ପିକ୍ସ ଦିବସ । ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ ।ଅଲିମ୍ପିକ ଗେମ୍ସ ହେଉଛି ଏକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ। ପ୍ରତି ଚାରି ବର୍ଷରେ ଗ୍ରୀଷ୍ମ ଏବଂ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ବିଭିନ୍ନ ପ୍ରତିଯୋଗିତାରେ ପୃଥିବୀର ବିଭିନ୍ନ ଦେଶର ହଜାର ହଜାର ଆଥଲେଟ ଅଂଶଗ୍ରହଣ କରିଥାନ୍ତି।


ଲୋକଙ୍କ ଜୀବନରେ ଖେଳ ଏବଂ ଖେଳର ମହତ୍ୱକୁ ଚିହ୍ନିତ କରିବା ଏବଂ ବୟସ, ଲିଙ୍ଗ, ବର୍ଣ୍ଣ କିମ୍ବା ଧର୍ମ ର୍ନିବିଶେଷରେ ସମଗ୍ର ପୃଥିବୀର ଲୋକଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ପ୍ରୋତ୍ସାହିତ କରିବା ଅନ୍ତର୍ଜାତୀୟ ଅଲିମ୍ପିକ ଦିବସର ମୁଖ୍ୟ ଲକ୍ଷ୍ୟ। ବିଶ୍ୱରେ ପ୍ରଥମ ଅଲମ୍ପିକ ଦିବସ ୧୯୪୮ ମସିହା ଆଜିର ଦିନରେ ପାଳନ କରାଯାଇଥିଲା । ୧୮୯୪ ମସିହା ଜୁନ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଗଠନ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କ୍ରୀଡା ଗୁଡିକୁ ପ୍ରୋତ୍ସାହିତ କରିବା । ପ୍ରତିବର୍ଷ ଏହି ଦିବସ ଅବସରରେ ୫ ରୁ ୧୦ କିମି ଗୋଟେ ଫନ ରନ ମଧ୍ୟ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ସେହିପରି ଭାରତୀୟ ଅଲମ୍ପିକ ଆସୋସିଏସନ  ୧୯୨୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

Sponsored
every-year-june-23rd-is-celebrated-as-world-olympic-day | Argus News