ସମସ୍ତେ ଆଶ୍ଚର୍ଯ୍ୟ ! ବାପାଙ୍କ ସହ ପୁଅ ସ୍କୁଲ ଆସିଲା, କାରରୁ ଓହ୍ଲାଇଲା, ତାପରେ...

Key Points
୧୨ ବର୍ଷର ଛାତ୍ର ଅଖିଲ ପ୍ରତାପ ସିଂଙ୍କ କଥା ।
ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ।
ସବୁ ଦିନ ଭଳି ଖାଇ ପିଇ ଘରୁ ବାହାରିଥିଲେ ।
ମୃତ୍ୟୁ କେତେବେଳେ ଆସିବ କେହି କହିପାରିବେ ନାହିଁ । ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ । ଯେତେ ଲୁଚିଲେ ବି ବିପଦ ଯଦି ଆସିବାର ଥିବ ସେ କେଉଁବାଟେ ଆସିବ ତାହା କହିବା ମୁସ୍କିଲ । ଠିକ୍ ଏମିତି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାରେ । ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସବୁଦିନ ଭଳି ସେ ସେଦିନ ବି ସକାଳୁ ଉଠିଥିଲେ । ସ୍କୁଲ ଯିବା ପାଇଁ ସବୁ ପ୍ରସ୍ତୁତ କରିଥିଲେ । ଏମିତିକି ଖିଆ ପିଆ କରି, ପ୍ୟାଣ୍ଟ ସାର୍ଟ ପିନ୍ଧି ସ୍କୁଲ ବାହାରି ସାରିଥିଲେ । ତାପରେ ସ୍କୁଲ ପାଖରେ ବି ପହଞ୍ଚିଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ସେ ସ୍କୁଲ ଭିତରକୁ ଯାଇପାରିନଥିଲେ । ତାପୂର୍ବରୁ ଭଗବାନ ତାଙ୍କୁ ନିଜ ପାଖକୁ ଡାକି ନେଇଥିଲେ । ସ୍କୁଲ ଗେଟ୍ ପାଖରେ ହିଁ ଚାଲିଗଲା ତାଙ୍କ ଜୀବନ ।
ଆମେ କହୁଛୁ ୧୨ ବର୍ଷର ଛାତ୍ର ଅଖିଲ ପ୍ରତାପ ସିଂଙ୍କ କଥା । ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍କୁଲରେ ସେ ପଢୁଥିଲେ । ତାଙ୍କ ମୃତ୍ୟୁରେ ଏବେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖରା ଛୁଟି ସରିଲା ପରେ ମଙ୍ଗଳବାର ସ୍କୁଲ ଖୋଲିଥିଲା । ଅଖିଲ ପାଠ ପଢ଼ିବାକୁ ସ୍କୁଲ ଆସିଥିଲେ । ସେତେବେଳକୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଠିକ ଥିଲା । କିନ୍ତୁ ସ୍କୁଲ ଗେଟ୍ ପାଖରେ ହିଁ ସେ ଟଳିପଡିଥିଲେ ।
ପ୍ରଥମେ କ'ଣ ହେଲା, କେହି କିଛି ବୁଝି ପାରିନଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଖିଲ ତାଙ୍କ ବାପାଙ୍କ ସହ କାର୍ରେ ସ୍କୁଲ ଆସିଥିଲେ । କାରରୁ ଓହ୍ଲାଇ ସ୍କୁଲ ଗେଟ ଆଡ଼କୁ ବି ଯାଉଥିଲେ । ଗେଟ୍ ପାଖାପାଖି ପହଞ୍ଚିଲା ବେଳକୁ ସେ ବେହାସ ହୋଇ ଟଳିପଡ଼ିଥିଲେ । ମୃତ୍ୟୁ ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅଖିଲଙ୍କ ପିତା ଜିତେନ୍ଦ୍ର ପ୍ରତାପ ସିଂ କହିଛନ୍ତି ପୁଅର ସ୍ବାସ୍ଥ୍ୟବସ୍ଥା ପୁରା ଠିକ ଥିଲା । ପୁଅର କୌଣସି ସମସ୍ୟା ନଥିଲା ।
ତେବେ ବିଶେଷଜ୍ଞମାନେ ମଧ୍ୟ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ଜିଲ୍ଲା ହସପିଟାଲର ଡାକ୍ତର ରାଜେଶ କୁଶୱାହା କହିଛନ୍ତି ଏବେ କମ ବୟସର ଶିଶୁଙ୍କ ନିକଟରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଏହାର ଯାଞ୍ଚ ହେବା ନିହାତି ଦରକାର କି ଅଖିଲଙ୍କ କଣ ସ୍ବାସ୍ଥ୍ୟ ସମସ୍ୟା ରହିଥିଲା । ଅନେକ ଲୋକ ଅଖିଲଙ୍କ ମୃତ୍ୟୁକୁ ସାଇଲେଣ୍ଟ ହାର୍ଟ ଆଟାକ୍ ସହ ଯୋଡୁଛନ୍ତି । କିନ୍ତୁ ଡାକ୍ତର ଏହାକୁ ଖଣ୍ଡନ କରୁଛନ୍ତି । ଛୋଟ ଛୁଆଙ୍କୁ ସାଇଲେଣ୍ଟ ହାର୍ଟ ଆଟାକ୍ ହେବା ଖୁବ ବିରଳ ବୋଲି କହିଛନ୍ତି ।
ଅଖିଲଙ୍କ ମୃତ୍ୟୁ ପାଇଁ ଗୋଟିଏ ଦିନ ପାଇଁ ସ୍କୁଲ ଛୁଟି କରାଯାଇଥିଲା । ଅଖିଲଙ୍କ କିଭଳି ମୃତ୍ୟୁ ହେଲା ସେନେଇ ଏବେ ତଦନ୍ତ କରାଯାଉଛି ।