Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସବୁକିଛି ଠିକ୍ ଥିଲା କିନ୍ତୁ ରାଜୀବ ଗାନ୍ଧି ଏମିତି କିଛି କହିଦେଲେ ଯାହା ତାଙ୍କ ମୃତ୍ୟୁର କାରଣ ହେଲା

Arpita Mohanty
Browse all articles by Arpita Mohanty
·1 year ago·7 min read
ସବୁକିଛି ଠିକ୍ ଥିଲା କିନ୍ତୁ ରାଜୀବ ଗାନ୍ଧି ଏମିତି କିଛି କହିଦେଲେ ଯାହା ତାଙ୍କ ମୃତ୍ୟୁର କାରଣ ହେଲା

ଅର୍ଗସ ବ୍ୟୁରୋ: ଆଜିଠୁ ୩୩ ବର୍ଷ ତଳେ ୨୧ ମେ ୧୯୯୧ ରେ ଜଣେ ଯୁବ କରିସ୍ମା ନେତାଙ୍କର ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସମଗ୍ର ବିଶ୍ବକୁ ଏକ ବଡ ଝଟକା ଲାଗିଥିଲା। ଭାରତର ରାଜନୈତିକ ଇତିହାସରେ ଏକ ଅନ୍ଧକାରମୟ ଅଧ୍ୟାୟର ଆରମ୍ଭ ହୋଇଥିଲା। ସିଏ ଆଉ କେହି ନୁହଁନ୍ତି ବରଂ ଭାରତର ପ୍ରଥମ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି, ତାଙ୍କ ମୃତ୍ୟୁ ଭାରତୀୟ ରାଜନୀତି ଏବଂ ସମାଜ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏବଂ ଆଜି ବି ତାଙ୍କ ହତ୍ୟା ସବୁଠାରୁ ଯନ୍ତ୍ରଣାଦାୟକ ହତ୍ୟାରେ ଗଣନା କରାଯାଏ। 

 

ତାଙ୍କ ହତ୍ୟାର କାରଣ ଶ୍ରୀଲଙ୍କା ବୋଲି କୁହାଯାଏ। ଶ୍ରୀଲଙ୍କାରେ ଚାଲିଥିବା ଯୁଦ୍ଧରେ ବଳିପଡିଥିଲେ ରାଜୀବ ଗାନ୍ଧି। ଚେନ୍ନାଇରେ ଏକ ସଭାରେ ,ହଜାର ହଜାର ଲୋକଙ୍କ ଗହଣରେ ବୋମା ବିସ୍ପୋରଣ କରି ତାଙ୍କର ହତ୍ୟା କରାଯାଇଥିଲା। ତେବେ ବାସ୍ତବରେ ୨୧ ମେ କୁ କଣ ହୋଇଥିଲା? ରାଜୀବ ଗାନ୍ଧିଙ୍କ ହତ୍ୟା ପାଇଁ ଶ୍ରୀଲଙ୍କା କିପରି ଦାୟୀ? 

୧୯୯୧ ଲୋକସଭା ନିର୍ବାଚନ । ଦେଶରେ ଚାରିଆଡେ ନିର୍ବାଚନ ଜୋରସୋରରେ ଚାଲିଥିଲା । ରାଜୀବ ଗାନ୍ଧି ମଧ୍ୟ ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ସଭା ଏବଂ ରାଲିରେ ଯୋଗ ଦେଉଥିଲେ। ୨୦ ମେ କୁ ତାଙ୍କୁ ଓଡିଶା , ଆନ୍ଧ୍ରପଦେଶ , ତାମିଲନାଡୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକରେ ପ୍ରଚାର କରି ୨୨ ମେ କୁ ଦିଲ୍ଲୀ ଫେରିବାର ଥିଲା। ୨୧ ମେ ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ରାଲିରେ ଯୋଗଦେଇ ରାଜୀବ ଗାନ୍ଧି ଏୟାରପୋର୍ଟ ବାହାରିଲେ କାରଣ ସେହି ସମାନ ଦିନ ତାଙ୍କୁ ଚେନ୍ନାଇର ଶ୍ରୀପେରୁମବୁଦୁରରେ ଆଉ ଏକ ସଭାରେ ଯୋଗ ଦେବାର ଥିଲା। ବିଶାଖାପାଟଣାରୁ ଫ୍ଲାଇଟ ଟେକ୍ ଅଫ କରିବାକୁ ବାହାରୁ ହିଁ ଥିଲା କି ପାଇଲଟ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଖବର ରାଜୀବ ଗାନ୍ଧିଙ୍କୁ ଜଣାଇଲେ। ସେଠାରେ କିଛି ସମୟ ଅପେକ୍ଷା କରିବା ପରେ ସିଏ ନିଷ୍ପତ୍ତି ନେଲେ କି ସେହି ରାତି ସିଏ ବିଶାଖାପାଟଣାରେ ରହିଯିବେ ଏବଂ ତାପରଦିନ ଚେନ୍ନାଇ ବାହାରିବେ। କିନ୍ତୁ କିଛି ସମୟ ପରେ ଫ୍ଲାଇଟ ଠିକ୍ ହୋଇଗଲା ଏବଂ ରାଜୀବ ଚେନ୍ନାଇ ପାଇଁ ଉଡାଣ ଭରିଲେ। 

ସେପଟେ ଶ୍ରୀପେରୁମବୁଦୁରର ଯେଉଁ ମଇଦାନକୁ ରାଜୀବଙ୍କର ଯିବାର ଥିଲା ସେଠାରେ ଲୋକଙ୍କର ଭିଡ ଜମିଥିଲା, ହଜାର ହଜାର ଲୋକ ରାଜୀବ ଗାନ୍ଧିଙ୍କୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ ଆଉ ସେହି ଭିଡ ଭିତରେ ଏମିତି ବି କିଛି ଲୋକ ଲୁଚି ବସିଥିଲେ ଯାହାର ସେଦିନ ମୂଳ ଲକ୍ଷ୍ୟ ଥିଲା କେମିତି ବି କରିକି ରାଜୀବଙ୍କର ହତ୍ୟା କରିବା। 
କାର୍ଯ୍ୟସୂଚି ଅନୁଯାୟୀ ରାଜୀବ ସଭାସ୍ଥଳରେ ପହଁଞ୍ଚି ପ୍ରଥମେ ଇନ୍ଦିରା ଗାନ୍ଧିଙ୍କର ପ୍ରତିମାକୁ ମାଲ୍ୟାପର୍ଣ କରିବେ ଏବଂ ତାପରେ ସଭାକୁ ସମ୍ବୋଧନ କରିବେ। ପୂରା ସଭାର ସୁରକ୍ଷାର ଦାୟିତ୍ବ ଆଇପିଏସ ଆର କେ ରାଘବନଙ୍କୁ ଦିଆଯାଇଥିଲା। ରାଜୀବଙ୍କ ଅଭିବାଦନରେ କିଛି ଲୋକଙ୍କ ନାମର ଏକ ସୂଚୀ ତିଆରି କରାଯାଇଥିଲା। ଏହି ମଧ୍ୟରେ ଧନୁ, ନଳିନୀ ଏବଂ ଶୁଭ ୩ ଜଣ ମହିଳା ଥିଲେ ସେମାନଙ୍କ ମଧ୍ୟରୁ ଧନୁ ଏବଂ ଶୁଭ ସୁଇସାଇଡ ବମର ଥିଲେ ଆଉ ସିବରାଜନ ଏବଂ ହରୀ ବାବୁ ନାମରେ ଦୁଇଜଣ ପରୁଷ ପତ୍ରକାର ବେଶରେ ସେହି ସଭାରେ ଉପସ୍ଥିତ ଥିଲେ।ଧନୁ ହାତରେ ଚନ୍ଦନ ମାଳା ଧରି ସଭାକୁ ଆସିଥିଲା। 

ରାଜୀବ ଗାନ୍ଧି ସଭା ସ୍ଥଳରେ ପହଁଞ୍ଚିଲେ । ପ୍ରଥମେ ଇନ୍ଦିରା ଗାନ୍ଧିଙ୍କୁ ମାଲ୍ୟାର୍ପଣ କଲେ। ଏହାପରେ ସିଏ ରେଡ କାର୍ପେଟକୁ ଆସି ସମସ୍ତଙ୍କ ସହ ଦେଖାହୋଇଥିଲେ। ତାଙ୍କ ସ୍ବାଗତ ପାଇଁ କିଛି ଲୋକ ତାଙ୍କୁ ମାଳା ପିନ୍ଧାଇଲେ। ସେହି ଭିଡ ମଧ୍ୟରେ ଧନୁ ରାଜୀବ ଗାନ୍ଧିଙ୍କ ଆଡକୁ ବଢିବାରେ ଲାଗିଲା , ଏହାଦେଖି ପୋଲିସ ଇନସ୍ପେକଟର ଅନୁସ୍ବୟା ଧନୁର ହାତ ଧରି ନିଜ ଆଡକୁ ଟାଣିବାକୁ ଚାହିଁଲେ କିନ୍ତୁ ରାଜୀବ ତାଙ୍କୁ ଆସିବାକୁ ଅନୁମତି ଦେଲେ। ଧନୁ ରାଜୀବଙ୍କୁ ଚନ୍ଦନ ମାଳା ପିନ୍ଧାଇ ତାଙ୍କ ଆର୍ଶୀବାଦ ନେବା ପାଇଁ ତଳକୁ ନଇଁଲା କି ସାଙ୍ଗେ ସାଙ୍ଗେ ଏକ ବଡ ଧରଣର ବିସ୍ପୋରଣ ହେଲା। ହାହାକାର ମଚିଗଲା, ଚାରିପଟେ ଖାଲି ନିଆ ଆଉ ଧୂଆଁ ଥିଲା , ଶରୀରର ଅଙ୍ଗ ଗୁଡିକ ଛିନ୍ନ ବିଛିନ୍ନ ହୋଇପଡିଥିଲା। ପାଖାପାଖି ୧୫ଜଣ ଲୋକଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ସେଥିରୁ ୯ ଜଣ ପୋଲିସ କର୍ମୀ ଥିଲେ ଏବଂ ୪୪ ଜଣ ଆହତ ଥିଲେ। ରାଜୀବ ଗାନ୍ଧିଙ୍କ ଶବ କେଉଁଟି ତାହା ବି ଜାଣିହେଉନଥିଲା , ତାଙ୍କ ଜୋତାରୁ ତାଙ୍କ ମୃତ ଶରୀରକୁ ଚିହ୍ନଟ କରାଯାଇଥିଲା। ରାଜୀବଙ୍କ ମୃତ ଶରୀରକୁ ଚେନ୍ନାଇର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୂରା ଦେଶରେ ହାହାକାର ମଚିଗଲା, ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କି ରାଜୀବ ଗାନ୍ଧୀଙ୍କୁ କିଏ ମାରିଲା ଏବଂ କାହିଁକି ମାରିଲା? ରାଜୀବ ଗାନ୍ଧିଙ୍କ ହତ୍ୟା ପଛରେ ଶ୍ରୀଲଙ୍କାରେ ହୋଇଥିବା ତାମିଲ ଏବଂ ବୌଦ୍ଧ ଧର୍ମର ଲୋକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଦାୟୀ। 

ସ୍ବାଧୀନତା ପୂର୍ବରୁ ଶ୍ରୀଲଙ୍କାରେ ତାମିଲ ଏବଂ ବୌଦ୍ଧ ଧର୍ମର ଲୋକ ମିଶିକି ରହୁଥିଲେ। କିନ୍ତୁ ତାମିଲଙ୍କ ସଂଖ୍ୟା ବା ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ୨୩% ଏବଂ ବୌଦ୍ଧ ଧର୍ମର ଲୋକଙ୍କ ସଂଖ୍ୟା ୭୦% ଥିଲା। ଏହି ତାମିଲଙ୍କ ଭିତରେ ତାମିଲନାଡୁର ତାମିଲ ବି ସାମିଲ ଥିଲେ ,ଶ୍ରୀଲଙ୍କାରେ ସେମାନଙ୍କୁ ଇଣ୍ଡିଆନ ତାମିଲ କୁହାଯାଉଥିଲା। ଶ୍ରୀଲଙ୍କାନ ତାମିଲ ଅଲଗା ଏବଂ ଇଣ୍ଡିଆନ ତାମିଲ ଅଲଗା। ଯେତେବେଳେ ଶ୍ରୀଲଙ୍କାକୁ ସ୍ବାଧୀନତା ମିଳିଲା ସେତେବେଳେ ଶ୍ରୀଲଙ୍କାରେ ସରକାରୀ ପଦବୀରେ ଅଧିକାଂଶ ଲୋକ ତାମିଲ ଥିଲେ। ଆଉ ତାମିଲ ବି ନିଜ ପରିଶ୍ରମ ବଳରେ ଏହି ପୋଷ୍ଟ ହାସିଲ କରିଥିଲେ। କିନ୍ତୁ ବୌଦ୍ଧ ଧର୍ମର ଲୋକଙ୍କର ଡର ଥିଲା କି ତାମିଲ ତାଙ୍କ ଉପରେ ରାଜୁତି କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଥିପାଇଁ ୧୯୪୮ ରେ ଶ୍ରୀଲଙ୍କାକୁ ସ୍ବାଧୀନତା ମିଳିବା ପରେ ସିନହଲିସ୍ ସରକାର ତାମିଲ ଲୋକଙ୍କୁ ସାଇଡଲାଇନ କରିବା ପାଇଁ ଅନେକ ନିରପେକ୍ଷ ନିଷ୍ପତ୍ତି ନେଲେ ଯେମିତି କି ଭାରତରୁ ଶ୍ରୀଲଙ୍କା ସ୍ଥାନାନ୍ତରିତ ହୋଇଥିବା ତାମିଲ ମାନଙ୍କର ଭୋଟ ଦେବାର ଅଧିକାର ଛଡାଇନେଲେ, ଇଂଲିଶକୁ ବଦଳାଇ ସିନହଲା ଭାଷାକୁ ଶ୍ରୀଲଙ୍କାର ଅଫିସିଆଲ ଭାଷା କରିଦେଲେ, ସିନହଲିସ୍ ର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ରିଜରଭେସନ ଦେଇଦେଲେ ଏବଂ ୧୯୭୨ରେ ଏକ ନୂଆ ସମ୍ବିଧାନ ଲାଗୁ କରି ବୌଦ୍ଧ ଧର୍ମକୁ ଦେଶର ପ୍ରାଥମିକ ଧର୍ମ ଘୋଷଣା କରିଦେଲେ। ସିନହଲିସ୍ କମ୍ୟୁନିଟି କମ୍ୟୁନିଟି ଶ୍ରୀଲଙ୍କାରେ ତାମିଲିଆନଙ୍କର ଅସ୍ତିତ୍ବ ହିଁ ମିଟାଇଦେଲେ। ଯଦି ତାମିଲିଆନ ତାଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିଲେ ତାହେଲେ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିଲା ଏବଂ ଜୀବନରୁ ମାରିଦିଆଯାଉଥିଲା।

ଏହି ମଧ୍ୟରେ ଭେଲୁପିଲାଇ ପ୍ରଭାକରଣ ଏଣ୍ଟ୍ରି କଲେ। ପ୍ରଭାକରଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିଥିଲେ। କିନ୍ତୁ କାହିଁକି ?

ପ୍ରଭାକରନ ଶ୍ରୀଲଙ୍କା ସରକାର ଏବଂ ସିନହଲିସଙ୍କ ସହିତ ଲଢିବା ପାଇଁ ଏକ ଗ୍ରୁପ ବନାଇଲେ ଯାହାର ନାଁ ସିଏ LTTE (ଲିଟେ) ରଖିଲେ LTTE ଅର୍ଥାତ liberation tigers of tamil eelam, 
ଗୋଟେପଟେ ତାମିଲଙ୍କ ତରଫରୁ ଲିଟେ ଆଉ ଅନ୍ୟପଟେ ସିନହଲିସଙ୍କ ତରଫରୁ ଶ୍ରୀଲଙ୍କା ସରକାର ବା ଯିଏ ଶ୍ରୀଲଙ୍କା ଆର୍ମୀର ହେଡ ଥିଲେ ସିଏ ଲଢୁଥିଲେ। ପ୍ରଭାକରଣ ଚାହୁଁଥିଲେ ଶ୍ରୀଲଙ୍କା ଦୁଇ ଭାଗରେ ବିଭକ୍ତ ହେଉ ଏବଂ ତାମିଲ ରହୁଥିବା ଭାଗ ତାମିଲ ଇଲମ ନାଁରେ ଏକ ନୂଆ ଦେଶର ଗଠନ ହେଉ। ଲିଟେ ଗଠନ ହେବା ପରେ ତାମିଲ ଲୋକ ତ ସୁରକ୍ଷିତ ହୋଇଗଲେ କିନ୍ତୁ ଶ୍ରୀଲଙ୍କା ସରକାର ଏବଂ ଲିଟେ ଭିତରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଲା। ଯୁଦ୍ଧ ଥମିବାର ନାଁ ହିଁ ନେଲାନି । ସେହିସମୟରେ ଭାରତରେ ଥିବା ତାମିଲ ଭାରତ ସରକାରଙ୍କ ଉପରେ ଦବାବ ପକାଇଲେ କି ସିଏ ଶ୍ରୀଲଙ୍କାରେ ଚାଲିଥିବା ଯୁଦ୍ଧରେ ଅନ୍ତର୍ଭୁକ୍ତ ହୁଅନ୍ତୁ କାରଣ ସେଠାରେ ଇଣ୍ଡିଆନ ତାମିଲ ବି ଫସିରହିଥିଲେ। 

ତାମିଲଙ୍କ ଡିମାଣ୍ଡକୁ ନଜରରେ ରଖି ଭାରତ ସରକାର ଏହା ନିଷ୍ପତ୍ତି ନେଲେ ଯେ ସିଏ ତାମିଲ ଲୋକଙ୍କର ସାହାଯ୍ୟ କରିବେ। ରାଜୀବ ଗାନ୍ଧି ଶ୍ରୀଲଙ୍କାନ ତାମିଲକୁ ସାହାଯ୍ୟ କରିବା ପାଇଁ ସିପ୍ ସାହାଯ୍ୟରେ ଖାଦ୍ୟ ଏବଂ ଓୌଷଧ ପଠାଇଲେ କିନ୍ତୁ ଶ୍ରୀଲଙ୍କାନ ନାଭି ସିପକୁ ଶ୍ରୀଲଙ୍କାକୁ ପ୍ରବେଶ କରିବାକୁ ଦେଲେନାହିଁ। ପରେ ଭାରତ ସରକାର କଠୋର ହୋଇ ଶ୍ରୀଲଙ୍କା ସରକାରକୁ ତାମିଲ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ କହିଲେ। ଭାରତ ଚାହୁଁଥିଲା ଶ୍ରୀଲଙ୍କାରେ ଏହି ସିଭିଲ ୱାର ଶେଷ ହେଉ ଏବଂ ତାମିଲଙ୍କୁ ତାଙ୍କ ଅଧିକାର ମିଳୁ । ଶ୍ରୀଲଙ୍କା ଏହି ୱାର ବିଷୟରେ ଭାରତ ସହିତ କଥା ହେବାକୁ ନିଷ୍ପତ୍ତି ନେଲା। ରାଜୀବ ଗାନ୍ଧି କଲୋମ୍ବୋ ଗଲେ। ଶ୍ରୀଲଙ୍କାର ରାଷ୍ଟ୍ରପତି ଜେଆର ଜୟବର୍ଦ୍ଧନେ ଏବଂ ତାଙ୍କ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହେଲା । ଏହି ଚୁକ୍ତିର ଦୁଇଟି ସର୍ତ୍ତ ଥିଲା ପ୍ରଥମ ହେଉଛି ଶ୍ରୀଲଙ୍କା ସରକାର ତାମିଲ ମାନଙ୍କୁ ସବୁ ଅଧିକାର ଦେବେ କିନ୍ତୁ ବଦଳରେ ଶ୍ରୀଲଙ୍କାର ସବୁ ତାମିଲ ମିଲିଟାଣ୍ଟସ ଗ୍ରୁପକୁ ଅସ୍ତ୍ର ତ୍ୟାଗ କରିବାକୁ ପଡିବ ଅର୍ଥାତ୍ ଲିଟେକୁ ପଛକୁ ଫେରିବାକୁ ପଡିବ। 

କିନ୍ତୁ ସମସ୍ତଙ୍କୁ ଜଣା ଥିଲା ଲିଟେ ଏତେ ସହଜରେ ତ ଅସ୍ତ୍ର ଛାଡିବନି, ସେଥିପାଇଁ ରାଜୀବ ଗାନ୍ଧି ଲିଟେର ହେଡ ପ୍ରଭାକରନ ସହିତ ଦିଲ୍ଲୀରେ ସାକ୍ଷାତ କରିଥିଲେ ଏବଂ ପରେ ପ୍ରଭାକରନ ଚୁକ୍ତି ପାଇଁ ରାଜି ହୋଇଯାଇଥିଲା। ସମାନ ସମୟରେ କଲୋମ୍ବୋରେ ଦଙ୍ଗା ହେଉଥିଲା । ଦଙ୍ଗା ଏତେ ବଢିଗଲା କି ସେମାନେ ରାଷ୍ଟ୍ରପତିଙ୍କ ଘରର ଗୋଟେ ଭାଗ ବି ଜଳାଇଦେଲେ। ଏହି ଦଙ୍ଗା ବନ୍ଦ କରିବା ପାଇଁ ଜୟବର୍ଦ୍ଧନେ ରାଜୀବ ଗାନ୍ଧିଙ୍କୁ କହିଲେ ସିଏ ଶ୍ରୀଲଙ୍କାନ ଫୋର୍ସକୁ ଶ୍ରୀଲଙ୍କାର ସବୁ ତାମିଲ ଏରିଆରୁ କଲୋମ୍ବୋ ଆଣିବାକୁ ଚାହୁଁଛନ୍ତି ଏବଂ ତାସହିତ ଇଣ୍ଡିଆନ ଫୋର୍ସର ସାହାଯ୍ୟ ଚାହୁଁଛନ୍ତି। ଏହି ସର୍ତ୍ତରେ ରାଜୀବ ଗାନ୍ଧି ରାଜି ହୋଇଗଲେ। ବାସ୍ କିଛି ଘଣ୍ଟାରେ IPKF ବା Indian Peace Keeping Force ଶ୍ରୀଲଙ୍କାରେ ପହଁଞ୍ଚିଗଲେ। କିନ୍ତୁ ଏହା ରାଜୀବ ଗାନ୍ଧିଙ୍କର ବଡ ଭୁଲ ନିଷ୍ପତ୍ତି ଥିଲା। କାରଣ ଶ୍ରୀଲଙ୍କାରେ ଏହି ଯୁଦ୍ଧ ଶ୍ରୀଲଙ୍କାନ ଆମିୀ ଏବଂ ଲିଟେ ଭିତରେ ଚାଲିଥିଲା କିନ୍ତୁ ଲିଟେ ସାମନାରେ ଠିଆ ହୋଇଗଲେ ipkf ର ଅଫିସର୍ସ। ipkf ରେ ଭାରତୀୟ ଥିଲେ ଆଉ ଲିଟେରେ ବି କିଛି ମାତ୍ରାରେ ଭାରତୀୟ ଥିଲେ। ରାଜୀବ ଗାନ୍ଧିଙ୍କର ଏହି ଗୋଟିଏ ନିଷ୍ପତ୍ତି ପାଇଁ ଭାରତୀୟଙ୍କ ବିପକ୍ଷରେ ଅସ୍ତ୍ର ଉଠାଇଲେ ଭାରତୀୟ। ସମୟାନୁସାରେ ipkf ଏବଂ ଲିଟେ ଭିତରେ ଅବସ୍ଥା ବହୁତ ଖରାପ ହୋଇଗଲା। ଆଉ କାହାଣୀରେ ଆଉ ଏକ ନୂଆ ଟୁଇଷ୍ଟ ଆସିଲା ଯେତେବେଳେ ରାଣାସିଙ୍ଘେ ପ୍ରେମାଦାସା ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଯୋଗଦେଲେ ।

ରାଣାସିଙ୍ଘେ ପ୍ରେମାଦାସା ଲିଟେ ସହିତ ହାତ ମିଳାଇଦେଲେ , ଦୁଇବର୍ଷ ଲଢି ଲଢି ipkf ଲିଟେକୁ ପରାସ୍ତ କରି ଦେଇଥିଲା। ପ୍ରଭାକରନ ପ୍ରେମଦାସାଙ୍କର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀଲଙ୍କା ସରକାର ସହିତ ହାତ ମିଳାଇଦେଲା। କିନ୍ତୁ ତାଙ୍କର ସର୍ତ୍ତ ଥିଲା ipkf କୁ ଶ୍ରୀଲଙ୍କାରୁ ବାହାର କରିବା ଆଉ ପ୍ରେମଦାସା ବି ତାଙ୍କ ସର୍ତ୍ତରେ ରାଜି ହୋଇ ipkf କୁ ଶ୍ରୀଲଙ୍କାରୁ ବାହାର କରିଦେଲେ। 
ସେତେବେଳେ ଭାରତରେ ବି ଇଲେକସନ ଚାଲିଥିଲା , ରାଜୀବ ଗାନ୍ଧି ଇଲେକସନରେ ହାରିଗଲେ ଏବଂ ତାଙ୍କ ଯାଗାରେ ଜନମୋର୍ଚ୍ଚା ପାର୍ଟିର ବିଶ୍ବନାଥ ପ୍ରତାପ ସିହଂ ବା ଭିପି ସିଂ ଭାରତର ନୂଆ ପ୍ରଧାନମନ୍ତ୍ରୀ ହେଲେ। 

ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ଏକ ପ୍ରେସ କନଫରେନ୍ସରେ ରାଜୀବଗାନ୍ଧି ଏମିତି କିଛି କହିଦେଲେ ଯାହା ତାଙ୍କ ମୃତ୍ୟୁର କାରଣ ହେଲା, ସିଏ କହିଲେ ଯଦି ତାଙ୍କ ସରକାର ପୁଣିଥରେ ପାୱାରକୁ ଆସୁଛି ତାହେଲେ ସିଏ ipkf କୁ ପୁଣିଥରେ ଶ୍ରୀଲଙ୍କା ପଠାଇବେ । ପ୍ରଭାକରଣ ଏହି ବିଷୟରେ ଜାଣିବା ମାତ୍ରେ ରାଜୀବ ଗାନ୍ଧିଙ୍କ ହତ୍ୟାର ପ୍ଲାନିଙ୍ଗ ଆରମ୍ଭ କରିଦେଲା। ଚେନ୍ନାଇର ଶ୍ରୀପେରୁମବୁଦୁରରେ ନିଜ ଯୋଜନା ଅନୁଯାୟୀ ସିଏ ରାଜୀବ ଗାନ୍ଧିଙ୍କର ହତ୍ୟା କରିଦେଲା। ପରେ ପୂରା ମାମଲାକୁ ସିବିଆଇକୁ ଦିଆଗଲା । କିଛି ମାସର ଯାଞ୍ଚ ପରେ ସିବିଆଇ ହତ୍ୟାର ଫର୍ଦ୍ଧାଫାସ କଲା ଏବଂ ତାମିଲ ସଙ୍ଗଠନ LTTE କୁ ଏହି ହତ୍ୟା ପାଇଁ ଦୋଷୀ ମନାଗଲା। ଶିବରାଜନ , ଶୁଭ , ନଳୀନି ଏବଂ ଅନ୍ୟ ଲିଟେ ମେମ୍ବରକୁ ଧରିବା ପାଇଁ ତାମିଲନାଡୁରେ ରେଡ କରାଯାଇଥିଲା କିନ୍ତୁ ସେଥିରୁ ଅଧିକାଂଶ ମେମ୍ବର ଆତ୍ମହତ୍ୟା କରିଦେଇଥିଲେ। ରାଜୀବ ଗାନ୍ଧିଙ୍କ ହତ୍ୟାର ୩୧ ବର୍ଷ ପରେ ନଳୀନି ଶ୍ରୀହରଣଙ୍କୁ ଗତବର୍ଷ ସୁପ୍ରିମ କୋର୍ଟ ଦ୍ବାରା ତାମିଲନାଡୁ ଜେଲରୁ ବାହାର କରାଯାଇଛି। ଜେଲରୁ ବାହାରି ସିଏ ବିସ୍ପୋରଣରେ ଜୀବନ ହାରିଥିବା ଲୋକଙ୍କ ପରିବାରକୁ କ୍ଷମାମାଗିଥିଲେ।

ତେବେ ରାଜୀବ ଗାନ୍ଧିଙ୍କ ହତ୍ୟା ନାଁ କେବଳ ଦେଶରେ ବରଂ ବିଶ୍ବରେ ରାଜନୈତିକ ହିଂସା ପ୍ରତି ଗମ୍ଭୀର ଚିନ୍ତାକୁ ଜନ୍ମ ଦେଲା। ଏହା ଦେଖାଇଲା କି କିଭଳି ଅନ୍ତରାଷ୍ଟ୍ରିୟ ରାଜନୀତିରେ ଏକ ବିବାଦ ହିଂସାର ରୂପ ନେଇ ଅନ୍ୟ ଦେଶର ନେତାଙ୍କର ଜୀବନକୁ ବି ପ୍ରଭାବିତ କରିଥାଏ। ରାଜୀବ ଗାନ୍ଧିଙ୍କ ହତ୍ୟା ଭାରତୀୟ ରାଜନୀତିରେ ଏକ ଦୁଃଖ ପୂର୍ଣ୍ଣ ଅଧ୍ୟାୟଥିଲା ଯାହା କେବଳ ଆମର ଜଣେ ନେତାଙ୍କୁ ଆମଠୁ ଛଡାଇନେଲାନି ବରଂ ଏମିତି ଏକ ସମୟର ଅନ୍ତ ବି ଘଟାଇଲା ଯାହା ପ୍ରତ୍ୟକ ଭାରତୀୟଙ୍କୁ ପରିବର୍ତ୍ତନର ଆଶା ଦେଉଥିଲା। କାରଣ ରାଜୀବ ଗାନ୍ଧିଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଦେଶକୁ ପରିବର୍ତ୍ତନ ଆଡକୁ ଆଗେଇନେବା।

ଅଧିକ ପଢନ୍ତୁ ଭାରତ ଖବର

Sponsored
Everything was fine but Rajiv Gandhi said something that led to his death | Argus News