Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଇବର ଲୁଟର ଶିକାର ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ଆଇଜି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାଇବର ଲୁଟର ଶିକାର ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ଆଇଜି

ଅର୍ଗସ ବ୍ୟୁରୋ:  ସାଇବର ଲୁଟର ଶିକାର ହୋଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ଆଇଜି ଦେବେନ୍ଦ୍ର କିଶୋର ପଣ୍ଡା। ତାଙ୍କ ଠାରୁ ସାଇବର ଲୁଟେରାମାନେ ୩୮୧ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଅଭିଯୋଗ କରିବା ପରେ ପ୍ରୟାଗରାଜର ଧୁମଗଂଜ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ସାଇବର ଲୁଟେରାମାନଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ୍ ଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସିବିଆଇ କିମ୍ବା ଏନଆଇଏ ଦ୍ବାରା ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି । ହ୍ବାଟସଆପ୍‍ ମାଧ୍ୟମରେ ତାଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ଅନଲାଇନରରେ ସେ କାରବାର କରୁଥିଲେ ମଧ୍ୟ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇ ନଥିଲା ।

ଏହି ସମୟରେ ଅନଲାଇନରେ ଜଣେ ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ କରି ଟଙ୍କା ଜମା କରିବାର ପ୍ରତିଶ୍ରୁତି ଦେଇ ୮ଲକ୍ଷ ଟଙ୍କା ମାଗିଥିଲା । ଏଥିରେ ଦେବନ୍ଦ୍ର ଅରାଜି ହେବାରୁ ତାଙ୍କୁ ଧମକପୂର୍ଣ୍ଣ କଲ୍ କରିବା ସହ ତାଙ୍କ ପାସପୋର୍ଟ, ପ୍ୟାନ୍ ଓ ଅନ୍ୟ ତଥ୍ୟକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବ ଧମକ ଦେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଓଡିଶାରେ ଜନ୍ମିତ ଦେବେନ୍ଦ୍ର କିଶୋର ପଣ୍ଡା ହେଉଛନ୍ତି ୧୯୭୧ ବ୍ୟାଚର ଆଇପିଏସ୍ ଅଫିସର । ପୂର୍ବରୁ ସେ ନିଜକୁ ରାଧା ବେଶରେ ସଜାଇ ତାଙ୍କ ସ୍ବପ୍ନରେ ଭଗବାନ କୃଷ୍ଣ ଆସୁଥିବା କହି ଚର୍ଚ୍ଚାକୁ ଆସିଥିଲେ । ସେ ମହିଳାଙ୍କ ପରି ଶାଢୀ ପିନ୍ଧିବା ସହ ସିନ୍ଦୁର ଲଗାଉଥିଲେ। ୨୦୦୫ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ  ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ex-IG of Uttar Pradesh Police has become a victim of cyber robbery | Argus News