Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକ୍ସ ପ୍ରିନ୍ସିପାଲଙ୍କର ହେବ ମିଛଧରା ପରୀକ୍ଷା

National

ଏକ୍ସ ପ୍ରିନ୍ସିପାଲଙ୍କର ହେବ ମିଛଧରା ପରୀକ୍ଷା

Sangram Tripathy
Browse all articles by Sangram Tripathy
·1 year ago·2 min read
ଏକ୍ସ ପ୍ରିନ୍ସିପାଲଙ୍କର ହେବ ମିଛଧରା ପରୀକ୍ଷା


ଅର୍ଗସ ବ୍ୟୁରୋ:ଦିନ ଗଡୁଛି କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଖୋଲୁଛି ମିଛ ଗୁମର,ଧରାପଡିବା ଭୟ ଘାରିଲାଣି ଏହି ଘଟଣା ସହ ସମ୍ପୃକ୍ତଥିବା ବ୍ୟକ୍ତଙ୍କୁ। ଅନ୍ୟପଟେ ବି ବଢିଲାଣି ଦିଦିଙ୍କ ଟେନସନ, ଟିଏମସି ସହିତ ଏହି ଘଟଣାର ସମ୍ପୃକ୍ତ ବ୍ୟକ୍ତିଙ୍କ ରହିଛି କି ଲିଙ୍କ୍ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟଙ୍କ ପଲିଗ୍ରାଫ ଟେଷ୍ଟ ପରେ ପରେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ମଧ୍ୟ ବଢ଼ିବାରେ ଲାଗିଛି। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ପୂର୍ବତନ ପ୍ରିନ୍ସିପାଲଙ୍କ ପଲିଗ୍ରାଫ ଟେଷ୍ଟ ବା  ମିଛ ଧରା ପରୀକ୍ଷା କରିବ । ଏନେଇ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି। ମିଛ ଧରାପରୀକ୍ଷା ଖୋଲିଦେବ ସତ ଗୁମର,ଜଣାପଡିଯିବ ଏହି ଘଟଣା ସହ କାହାର ରହିଛି ଲିଙ୍କ୍, ହସ୍ପିଟାଲରେ ଚାଲିଥିଲା କି ଆଉ କଣ। ଏମିତି ଅନେକ ଅକୁହା ପ୍ରଶ୍ନର ମଧ୍ୟ ମିଳିବ ଉତ୍ତର।  

କେବଳ ସନ୍ଦୀପ ଘୋଷ ନୁହଁନ୍ତି ସିବିଆଇ ସ୍କାନରରେ ଥିବା ୪ ଜଣ ଡାକ୍ତରଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ।  ଜେରା ସମୟରେ ଏମାନେ ଦେଇଥିବା ତଥ୍ୟରେ କେତେ ସତ ରହିଛି ତାହା ନିଶ୍ଚିତ କରିବା ପାଇଁ ସିବିଆଇ ଏପରି ଟେଷ୍ଟ କରିବାକୁ ଯାଉଛି। ଅଗଷ୍ଟ ୯ ତାରିଖରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ଆରଜି କର ମେଡିକାଲ କଲେଜ ଓ ହସ୍ପିଟଲର ସେମିନାର ରୁମରୁ ମିଳିବା ପରେ ପୂରା ଦେଶରେ ବିକ୍ଷୋଭ ଦେବାକୁ ମିଳିଥିଲା। ରାଜରାସ୍ତାକୁ ଆସିଥିଲେ ଶହଶହ ଡାକ୍ତର। ଆଉ ଏହିଭଳି ଘଡିସନ୍ଦି ମୁହୁର୍ତ୍ତରେ ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ଅନ୍ୟସ୍ଥାନକୁ ବଦଳିକରାଯିବା ପରେ ଟିଏମସି ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା,

ସିବିଆଇ ମଧ୍ୟ ଜେରାବେଳେ ପ୍ରଶ୍ନବାଣରେ ପୂର୍ବତନ ପ୍ରିନ୍ସିପାଲଙ୍କୁ  ଘାଇଲା କରିଥିଲା,ଏହି ଘଟଣା ଘଟିବା ପରେ  ପୋଲିସରେ ଅଭିଯୋଗ କରିବାରେ କାହିଁକି ହୋଇଥିଲା ବିଳମ୍ବ,ପରିବାର ବର୍ଗଙ୍କୁ କାହିଁକି ଶବ ଦେଖାଇଦିଆଯାଇନଥିଲା। ତାଙ୍କ ଭୂମିକା ଥିଲା କଣ। ତାହା ଜାଣିବାକୁ ଚାହିଁଥିଲା ସିବିଆଇ। ଅନ୍ୟପଟେ  ପ୍ରଥମେ ପୋଲିସ ବି ଏହାକୁ ଆତ୍ମହତ୍ୟା ବୋଲି କହିଥିଲା,ପରେ ପରେ ପୋଲିସର ମିଛ ଧରାପଡିଥିଲା,ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ, ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଥିଲେ ସୁପ୍ରିମ୍‌କୋର୍ଟ। ଆଉ ଏହାରି ଭିତରେ କୋଲକାତା ଘଟଣାରେ ସୁପ୍ରିମକୋର୍ଟ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ। ସତ ଲୁଚାଇବାକୁ ପୋଲିସର କୁଆଡେ ମିଛ ମହାନାଟକ କରିବା ସହ ତଦନ୍ତରେ ଅବହେଳା ଅଭିଯୋଗ ଆଣିଛି ସିବିଆଇ। ଘଟଣାସ୍ଥଳ ସୁରକ୍ଷିତ ନ ଥିବା ସିବିଆଇ ତା ରିପୋର୍ଟରେ କହିଛି। ସୁପ୍ରିମ୍‌କୋର୍ଟ ଅନୁରୋଧ କ୍ରମେ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ମିଛଧରା ପରୀକ୍ଷା ପରେ ସତ ଆସିବ ସାମ୍ନାକୁ,ଏହି ଘଟଣାରେ  କେବଳ ସଞ୍ଜୟ,ନା ରହିଛନ୍ତି ଅନେକ ଖଳନାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ex.principal will have a polygraph test | Argus News