Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ଆଶ୍ଚର୍ଯ୍ୟ କଲା ଭଳି EXIT POLL, ଖାତା ଖୋଲିପାରିବେନି କି ପ୍ରଶାନ୍ତ କିଶୋର ?

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ଆଶ୍ଚର୍ଯ୍ୟ କଲା ଭଳି EXIT POLL, ଖାତା ଖୋଲିପାରିବେନି କି ପ୍ରଶାନ୍ତ କିଶୋର ?

Key Points

NDA ଓ ମହାଗଠବନ୍ଧନ ଟକରା ଟକରି ଭିତରେ ହଜିଯାଇଛି ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ।

ହଜିଯିବ କି ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୂରାଜ । ଏକଥା ଏବେ ଏଥିପାଇଁ ଆଲୋଚନା ହେଉଛି,‍ କାରଣ ବିହାର ନିର୍ବାଚନ ସରିବା ପରେ ଯେଉଁ ଏକ୍‌ଜିଟ୍‌ ପୋଲ ରିପୋର୍ଟ ସାମ୍ନାକୁ ଆସୁଛି ତାହା ସମସ୍ତଙ୍କୁ ଚକିତ କରିଛି । ପ୍ରାୟ ସବୁ ସଂସ୍ଥାର ଏକ୍‌ଜିଟ୍‌ ପୋଲ ପାଖାପାଖି ସମାନ ରହିଥିବା ଦେଖାଯାଇଛି । ଆଉ ସମସ୍ତଙ୍କ ରିପୋର୍ଟରେ ପ୍ରଶାନ୍ତ କିଶୋରଙ୍କ ଦଳ ଖାତା ଖୋଲିବାକୁ ସଂଘର୍ଷ କରୁଥିବା ଜଣାପଡ଼ୁଛି । କୁହାଯାଉଥିଲା ପ୍ରଶାନ୍ତ କିଶୋରଙ୍କ ଦଳ ବିହାର ନିର୍ବାଚନର ଗେମ୍‌ ଚେଞ୍ଜର ସାଜିବ । ହେଲେ ଏବେ ଆଶଙ୍କା କରାଯାଉଛି ତାଙ୍କ ଦଳ ଖୁବ୍‌ ପଛରେ ରହିଯାଇଛି । NDA ଓ ମହାଗଠବନ୍ଧନ ଟକରା ଟକରି ଭିତରେ ହଜିଯାଇଛି ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ତାଙ୍କ ‘ଜନ ସୁରାଜ’ ଦଳର ଭାଗ୍ୟ ବିଷୟରେ କହିଥିଲେ ଯେ, “ଅର୍ଶ ପେ ୟା ଫର୍ଶ ପେ”। ଅର୍ଥାତ୍ ଦଳ ହୁଏତ ଅତ୍ୟନ୍ତ ଭଲ କରିବ କିମ୍ବା ଅତ୍ୟନ୍ତ ଖରାପ କରିବ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ପ୍ରକାଶିତ ଏଗଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ, ଦଳର ସ୍ଥିତି ନିର୍ଦ୍ଦିଷ୍ଟ ଭାବରେ ‘ତଳେ’ ରହିଛି।

ଏପର୍ଯ୍ୟନ୍ତ ପ୍ରକାଶିତ ସମସ୍ତ ଆଠଟି ଏଗଜିଟ୍ ପୋଲ୍ (ଦୈନିକ ଭାସ୍କର, ମାଟ୍ରିଜ୍, ପିପୁଲ୍ସ ଇନସାଇଟ୍, ପିପୁଲ୍ସ ପଲ୍ସ, ଜେଭିସି, ପି-ମାର୍କ, ଚାଣକ୍ୟ ଷ୍ଟ୍ରାଟେଜିସ୍ ଏବଂ ଡିଭି ରିସର୍ଚ୍ଚ) ଶାସକ ଏନଡିଏ ପାଇଁ ସ୍ପଷ୍ଟ ବିଜୟ, ବିରୋଧୀ ମହାଗଠବନ୍ଧନ ପାଇଁ କ୍ଷତି ଏବଂ ଜନ ସୁରାଜ ପାର୍ଟି ପାଇଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଫଳାଫଳ ପୂର୍ବାନୁମାନ କରିଛନ୍ତି। ‘ଜନ ସୁରାଜ’ ବିହାରର ୨୪୩ ଆସନ ମଧ୍ୟରୁ ପ୍ରାୟ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ।

ପିପୁଲ୍ସ ପଲ୍ସ କହିଛି ଜନ ସୂରାଜକୁ ସର୍ବାଧିକ ୦-୫ ଆସନ, ଦୈନିକ ଭାସ୍କର କହିଛି ୦-୩, ପିପୁଲ୍ସ ଇନସାଇଟ୍ କହିଛି ୦-୨, ମାଟ୍ରିଜ୍ କହିଛି ୦-୨ ଏବଂ ଜେଭିସି କହିଛି ୦-୧ ଆସନ ପାଇବ । ସେହିଭଳି ପି-ମାର୍କ ସର୍ବନିମ୍ନ ୧ ଏବଂ ସର୍ବାଧିକ ୪ ଆସନ, ଡିଭି ରିସର୍ଚ୍ଚ ସର୍ବନିମ୍ନ ୨ ଏବଂ ସର୍ବାଧିକ ୪ ଆସନ ଏବଂ ଚାଣକ୍ୟ ଷ୍ଟ୍ରାଟେଜିସ୍ ଉଭୟ ସର୍ବନିମ୍ନ ଓ ସର୍ବାଧିକ ‘ଶୂନ’ ଆସନ ପାଇଁ ପୂର୍ବାନୁମାନ କରିଛି ।

ବିହାରରେ ୨୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୬ ଏବଂ ୧୧ରେ ଭୋଟିଂ ହୋଇଥିଲା । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ । ବିହାର ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ହେଉଛି ୧୨୨ । ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪.୬୬ ପ୍ରତିଶତ ଭୋଟ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪ ପ୍ରତିଶତ ଭୋଟିଂ ହୋଇଛି ।

ପିପୁଲ୍ସ ପଲ୍ସ ପକ୍ଷରୁ ଜାରି ଏକଜିଟ୍ ପୋଲ ଅନୁସାରେ ବିହାରରେ ପୁଣି ଥରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଏନଡିଏକୁ ସରକାର ଗଢିବା ପାଇଁ ସ୍ପଷ୍ଟ ବହୁମତ ମିଳୁଛି । ଏନଡିଏକୁ ୧୩୩ରୁ ୧୫୯ ମିଳିପାରେ । ସେହିପରି ମହାଗଠବନ୍ଧନକୁ ୭୫ରୁ ୧୦୧ ମିଳିପାରେ । ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଜନ ସୁରାଜ ପାର୍ଟି ୦-୫ ଆସନ ଜିତିପାରେ ।

ସେହିପରି ପିପୁଲ୍ସ ଇନସାଇଟର ଆକଳନରେ ବି ଏନଡିଏ ପୁଣି ଥରେ ସରକାର ଗଢିବାକୁ ଯାଉଛି । ଏନଡିଏକୁ ୧୩୩ରୁ ୧୪୮ ମିଳିପାରେ । ସେହିପରି ମହାଗଠବନ୍ଧନକୁ ୮୭ରୁ ୧୦୨ ମିଳିପାରେ । ଜନ ସୁରାଜ ପାର୍ଟି ୦-୨ ଆସନ ଜିତିପାରେ ।

ମାର୍ଟିଜ୍ ବି ଏନଡିଏ ସରକାର ନେଇ ପୂର୍ବାନୁମାନ କରିଛି । ଏନଡିଏକୁ ୧୪୭ରୁ ୧୬୭ ଏବଂ ମହାମେଣ୍ଟକୁ ୭୦ରୁ ଆସନ ମିଳିପାରେ ।

ଦୈନିକ ଭାସ୍କରର ରିପୋର୍ଟ୍ସ ପୋଲରେ ଏନଡିଏକୁ ୧୪୫-୧୬୦, ଏମଜିବିକୁ ୭୩-୯୧ ଓ ଅନ୍ୟାନ୍ୟଙ୍କୁ ୫ରୁ ୧୦ ଆସନ ମିଳିପାରେ ।

ଜେଭିସି ଏକଜିଟ୍ ପୋଲରେ ଏନଡିଏକୁ ୧୩୫-୧୫୦, ଏମଜିବିକୁ ୮୮-୧୦୩ ଓ ଅନ୍ୟାନ୍ୟଙ୍କୁ ୩ରୁ ୭ ଆସନ ମିଳିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Exit polls predict big win for NDA in Bihar; Prashant Kishore's impact limited | Argus News