India vs Pakistan / ସୁଧୁରିବନି ପାକିସ୍ତାନ, ଡ୍ରୋନ୍ରେ ପଠାଉଛି IED !

Key Points
ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସୁଧୁରୁନି । ନୂଆବର୍ଷ ଅବସରରେ ଜମ୍ମୁ କଶ୍ମୀରର ପୁଞ୍ଛରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଏହାକୁ ନେଇ ସୁରକ୍ଷା ବାହିନୀ ପକ୍ଷରୁ ହାଇ-ଆଲର୍ଟ ଜାରି କରାଯାଇଛି। ପୁଞ୍ଚ ସେକ୍ଟରରେ LoC ଅତିକ୍ରମ କରି ଏହି ଡ୍ରୋନଟି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସତର୍କ ସେନାବାହିନୀ ଏହାକୁ ଚିହ୍ନଟ କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଅଞ୍ଚଳରେ ଏକ ଛୋଟ ଉଡ଼ନ୍ତା ଆଲୋକ ଦେଖିବାକୁ ମିଳିଥିଲା। ସେନା ପକ୍ଷରୁ ସନ୍ଦେହ କରାଯାଉଛି ଯେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏହି ଡ୍ରୋନ ସାହାଯ୍ୟରେ ଭାରତୀୟ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର କିମ୍ବା ନିଶାଦ୍ରବ୍ୟ ପକାଇବାକୁ ଯୋଜନା କରୁଥିଲେ। ଡ୍ରୋନଟିକୁ ଦେଖିବା ମାତ୍ରେ ସେନା ଯବାନମାନେ ସେହି ଦିଗରେ ଗୁଳି ଚାଳନା କରିଥିଲେ, ଯାହା ପରେ ଡ୍ରୋନଟି ପୁଣି ପଛକୁ ଫେରିଯାଇଥିବା କୁହାଯାଉଛି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ।
ଭାରତ-ପାକିସ୍ତାନ ସୀମା ନିକଟରେ ଗତ ୨୪ ଘଣ୍ଟା ଭିତରେ ଦ୍ବିତୀୟ ଥର ପାଇଁ ଡ୍ରୋନ ଦେଖିବାକୁ ମିଳିଛି । ଶାମ୍ବା ଜିଲ୍ଲାର ଫୁଲପୁର ନିକଟରେ ସନ୍ଦିଗ୍ଧ ଡ୍ରୋନ ଦେଖିବାକୁ ମିଳିଥିଲା । ସେହି ସମୟରେ ଡ୍ରୋନ କିଛି ସମୟ ପର୍ଯ୍ୟନ୍ତ ଭାରତୀୟ ସୀମାରେ ରହିଥିଲା ।
ଜମ୍ମୁ କଶ୍ମୀର ପ୍ରଶାସନ ତରଫରୁ ସୁରକ୍ଷାକୁ ଦେଖି ଗତ କିଛିଦିନରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭିପିଏନ ବ୍ୟବହାର ଉପରେ ବ୍ୟାନ୍ ଲଗାଯାଇଛି । ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦ ଏବଂ ଅଶାନ୍ତକୁ ଉସୁକାଇବା ଆଶଙ୍କାରେ ଏହା ଉପରେ ବ୍ୟାନ ଲଗାଯାଇଥିଲା । ଆଉ ଏବେ ଏଲଓସି ନିକଟରେ ଡ୍ରୋନ୍ ଦେଖିବାକୁ ମିଳିଛି ।
📱 Get Argus News App
✨Related Topics
Explore more stories