Train Accident / ଚାଲୁଚାଲୁ ଧାରଣାରେ ଦୁଇ ଭାଗ ହୋଇଗଲା ଏକ୍ସପ୍ରେସ ଟ୍ରେନ୍
·8 months ago·2 min read

Key Points
ଉତ୍ତର ପ୍ରଦେଶର ଚିତ୍ରକୁଟରେ ମୁମ୍ବାଇରୁ ଭାଗଲପୁର ଯାଉଥିବା ଲୋକମାନ୍ୟ ତିଲକ ଭାଗଲପୁର ଏକ୍ସପ୍ରେସ୍ ଟ୍ରେନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।
ଉତ୍ତର ପ୍ରଦେଶର ଚିତ୍ରକୁଟରେ ମୁମ୍ବାଇରୁ ଭାଗଲପୁର ଯାଉଥିବା ଲୋକମାନ୍ୟ ତିଲକ ଭାଗଲପୁର ଏକ୍ସପ୍ରେସ୍ ଟ୍ରେନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ସୌଭାଗ୍ୟବଶତଃ ଅଳ୍ପକେ ଏକ ବଡ଼ଧରଣର ଦୁର୍ଘଟଣା ଟଳି ଯାଇଥିବା ରେଳ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।
କପଲିଂ ଭାଙ୍ଗିଯିବା ହେତୁ ଟ୍ରେନ ହେଲା ଦୁଇଭାଗ
ପ୍ରାଥମିକ ତଦନ୍ତରୁ ଏହା ଏକ ଯାନ୍ତ୍ରିକ ତ୍ରୁଟି ସନ୍ଦେହ କରାଯାଉଛି। କପଲିଂ ଭାଙ୍ଗିଯିବା ହେତୁ ଟ୍ରେନ ଦୁଇଭାଗ ହୋଇଯାଇଥିବା ଅନୁମାନ କରାଯାଉଛି। ଟ୍ରେନ ଭିତରେ ପ୍ରାୟ ୨୦୦-୨୫୦ଜଣ ଯାତ୍ରୀ ଥିଲେ। ଖବର ଲେଖାହେଲା ପର୍ଯ୍ୟନ୍ତ କୌଣସି ଯାତ୍ରୀ ମୃତାହତ କିମ୍ବା ଆହତ ହୋଇଥିବାର ରିପୋର୍ଟ ମିଳିନାହିଁ।
ସ୍ଥାନୀୟ ବାସିନ୍ଦା ନିୟମିତ ଟ୍ରାକ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଚାରି ଘଣ୍ଟାର ପ୍ରୟାସ ପରେ କୋଚଗୁଡ଼ିକୁ ପୁଣି ସଂଯୋଗ କରିଥିଲେ। ଏହାପରେ ଟ୍ରେନଟି ପୁଣିଥରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଝାନ୍ସି ଡିଭିଜନର ରେଳ ବିଭାଗ କହିଛି ଯେ ତଦନ୍ତ ପାଇଁ ଏକ ଦଳ ଗଠନ କରାଯାଇଛି ଏବଂ ଯଦି କେହି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନେକ ଯାତ୍ରୀ ଦୁର୍ଘଟଣାର ଭିଡିଓ ସେୟାର କରିଛନ୍ତି। ଚିତ୍ରକୁଟରେ ସମ୍ପ୍ରତି ଅନେକ ଟ୍ରେନ୍ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ବାସିନ୍ଦା ରେଳବାଇ ଦ୍ୱାରା ନିୟମିତ ଟ୍ରାକ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି।
ଏହାସହ ପଢ଼ନ୍ତୁ: Cyclone Montha: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ବାତ୍ୟା ପାଇଁ ୪୩ ଟ୍ରେନ ବାତିଲ କଲା ରେଳ ବିଭାଗ
ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଛି ।
ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର ୨୯) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ।
କିରାଣ୍ଡୁଲ-କୋରାପୁଟ-ବିଶାଖାପାଟଣା ରୁଟରେ ୮ ଟ୍ରେନ ବାତିଲ କରାଯାଇଛି । କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ବାତିଲ । ଅକ୍ଟୋବର 27- ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ବାତିଲ । ଅକ୍ଟୋବର ୨୮- କଟକ-ଗୁଣୁପୁର ମେମୁ ଟ୍ରେନ ବାତିଲ ଏବଂ ଅକ୍ଟୋବର ୨୯ରେ ଗୁଣୁପୁର-କଟକ ମେମୁ ଟ୍ରେନ ବାତିଲ କରାଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁସବୁ ଟ୍ରେନ ବାତିଲ କରାଯାଇଛି।
ଏହିସବୁ ଟ୍ରେନ ବାତିଲ କରାଯାଇଛି:
-ଟ୍ରେନ ନମ୍ବର 18515 ବିଶାଖାପାଟଣାରୁ କିରନଡୁଲ (VSKP-KRDL Express)କୁ ଯିବାକୁ ଥିବା ଏକ୍ସପ୍ରେସ ଚଳାଚଳ (27.10.2025) ଆଜି ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 18516 କିରନଡୁଲରୁ ବିଶାଖାପାଟଣା(KRDL-VSKP Express) ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 58501 ବିଶାଖାପାଟନାରୁ କିରନଡୁଲ (VSKP-KRDL Pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58502 କୋଣ୍ଡ୍ରାପୋଲରୁ ବିଶାଖାପାଟଣା (KRDL-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories