Videos
|
National

ଦେଶବାସୀ ଜାଣିବା ଦରକାର ଏଥିରେ କେଉଁମାନେ ସାମିଲ୍... USAID ଫଣ୍ଡିଂକୁ ନେଇ କହିଲେ ଏସ୍ ଜୟଶଙ୍କର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଦେଶବାସୀ ଜାଣିବା ଦରକାର ଏଥିରେ କେଉଁମାନେ ସାମିଲ୍... USAID ଫଣ୍ଡିଂକୁ ନେଇ କହିଲେ ଏସ୍ ଜୟଶଙ୍କର

ଭାରତକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟର ଯାଞ୍ଚ ଚାଲିଛି । ଟ୍ରମ୍ପ ପ୍ରଶାସନର ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି, ଭାରତ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପକୁ ନେଇ ଟ୍ରମ୍ପ ଯେଉଁ ଟ୍ରମ୍ପ ପ୍ରଶାସନ ଯେଉଁ ମତ ଦେଇଛନ୍ତି ତାର ସତ ଶୀଘ୍ର ସାମ୍ନାକୁ ଆସିବ । 


ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଭାରତରେ ମତଦାନ ହାର ବଢ଼ାଇବା ଲାଗି ୟୁଏସ୍ଏଡ୍ ୨.୧ କୋଟି ଡଲାର ଦେଇଥିଲା । ତେବେ ଏହି ଅର୍ଥ ପ୍ରଦାନର ଉଦ୍ଦେଶ୍ୟ କାହାକୁ ନିର୍ବାଚିତ କରାଇବା କହି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଡୋନାଲ୍ଡ ଟ୍ରମ୍ପ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହାକୁ ନେଇ ଏକ କାର୍ଯ୍ୟକ୍ରମରେ ଏସ୍ ଜୟଶଙ୍କର କହିଛନ୍ତି, ଟ୍ରମ୍ପ ପ୍ରଶାସନର ଲୋକ ଏମିତି କିଛି ସୂଚନା ଦେଇଛନ୍ତି ଯାହା ଚିନ୍ତାଜନକ । ଆମ ସରକାର ଏହାର ଯାଞ୍ଚ କରୁଛି, ତଥ୍ୟ ସାମ୍ନାକୁ ଆସିବ । ଭଲ ଉଦ୍ଦେଶ୍ୟ ରଖି ଭାରତରେ ୟୁଏସ୍‌ଏଡ୍‌କୁ ଅନୁମତି ଦିଆ ଯାଇଥିଲା । କିନ୍ତୁ କିଛି ଗତିବିଧି ମନ୍ଦ ଉଦ୍ଦେଶ୍ୟ ରଖି କରାଯାଇଛି ।


ଜୟଶଙ୍କର ଆହୁରି କହିଛନ୍ତି, ଯେତେବେଳେ ଆମେରିକା କହୁଛି ଏମିତି ଗତିବିଧି ହୋଇଛି ଏହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ଯଦି ଏଥିରେ କିଛି ଅଛି ତ ଦେଶବାସୀ ମଧ୍ୟ ଜାଣିବା ଦରକାର କେଉଁମାନେ ଏହା ସହ ଜଡ଼ିତ । ଲଗାତାର ତୃତୀୟ ଦିନ ଟ୍ରମ୍ପ ଏହି ପ୍ରସଙ୍ଗ ଉଠାଇଛନ୍ତି ।


ଏହା ପୂର୍ବରୁ ଶୁକ୍ରବାର ବିଦେଶ ମନ୍ତ୍ରଣାଳୟ କହିଥିଲା, ଟ୍ରମ୍ପ ପ୍ରଶାସନ ଦେଇଥିବା ମନ୍ତବ୍ୟର ଯାଞ୍ଚ କରୁଛନ୍ତି ଭାରତୀୟ ଏଜେନ୍ସି ।