Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ବିରୋଧରେ ୪ ଏଫଆଇଆର

National

ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ବିରୋଧରେ ୪ ଏଫଆଇଆର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ବିରୋଧରେ ୪ ଏଫଆଇଆର

ସାମ୍ନାକୁ ଆସୁଛି ନାଗପୁର ହିଂସାକାଣ୍ଡର ଗୋଟିଏ ପରେ ଗୋଟିଏ ଭୟାନକ ଭିଡିଓ । ସିସିଟିଭି ଫୁଟେଜରୁ ପର୍ଦ୍ଦାଫାସ ହେଉଛି ଉବଦ୍ରବୀଙ୍କ ପରିଚୟ । ନାଗପୁର ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ସାଇବର ସେଲ୍ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରିଛି ୪ ମାମଲା । ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଫହୀମ ଶମୀମ ଖାନ ବିରୋଧରେ ଲାଗିଛି ଦେଶଦ୍ରୋହ ଦଫା । ଔରଙ୍ଗଜେବ ସମାଧି ସ୍ଥଳ ହଟାଇବା ଦାବିରେ ବିଶ୍ବ ହିନ୍ଦୁ ପରିଷଦର ବିକ୍ଷୋଭ ଭିଡିଓକୁ ଏଡିଟ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଗୁଜବ ପ୍ରଚାର କରି ଉପଦ୍ରବୀ ଗୋଷ୍ଠୀକୁ ହିଂସା ପାଇଁ ଫହୀମ ଶମୀମ ଖାନ ଉସୁକାଉଥିବା କହିଛନ୍ତି ନାଗପୁର ପୋଲିସ କମିଶନର ଓ ଡିଜିପି ।

ଗୋଷ୍ଠୀ ସଂଘର୍ଷ ପରେ ନାଗପୁରର ୧୦ଟି ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ । ବର୍ତ୍ତମାନ ସୁଦ୍ଧା ପୋଲିସ ଚଢ଼ାଉ କରି ୭୦ରୁ ଅଧିକ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ହିଂସାକାଣ୍ଡ ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିବା ବିଧାନସଭାରେ ମଙ୍ଗଳବାର କହିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । ଯାହାର ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସୁଛି । ପୋଲିସ ଉପରେ ଆକ୍ରମଣ କରିଥିବା ଉପଦ୍ରବୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଶୁଣାଇଥିଲେ ମୁଖ୍ୟମନ୍ତ୍ରୀ ।

ସୋମବାର ନାଗପୁରରେ ଥିବା ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ନେଇ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ସଂଧ୍ୟା ହେବା ବେଳକୁ ଏହା ତୀବ୍ର ରୂପ ଧାରଣ କରିଥିଲା । ହିଂସାରେ ୩ ଡିସିପିଙ୍କ ସମେତ ଆହତ ହୋଇଥିଲେ ୩୩ ପୋଲିସ କର୍ମଚାରୀ ।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
fahim-khan-key-accused-booked-for-sedition-curfew-lifted-in-parts-of-city | Argus News