ଜମ୍ମୁ ଓ କଶ୍ମୀରରେ ଫେଲ୍ ମାରିଲା ଆତଙ୍କୀ ହମଲା
·1 year ago

ଅର୍ଗସ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଫେଲ୍ ମାରିଲା ଆତଙ୍କୀ ହମଲା ବଞ୍ଚିଗଲା ବହୁଜୀବନ। ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ। ରାଜୌରୀ ସେନା କ୍ୟାମ୍ପ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ମାତ୍ର ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଏହି ଆକ୍ରମଣ ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି।
ଆତଙ୍କବାଦୀମାନେ ରାଜୌରୀର ଗୁଣ୍ଡା ଗାଁରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ କରି ରାତି ଆଖିବୁଜା ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଫଳରେ ଆତଙ୍କବାଦୀଙ୍କ ଉଦ୍ୟମ ଫେଲ୍ ମାରିଥିଲା। ଫଳରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ସୁରକ୍ଷାକର୍ମୀମାନେ ସମ୍ପୂର୍ଣ୍ଣ ଅଞ୍ଚଳରକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: